ETV Bharat / entertainment

Priyanka Chopra Birthday: ରୋମାଣ୍ଟିକ ଅନ୍ଦାଜରେ ପ୍ରିୟଙ୍କାଙ୍କୁ ବର୍ଥ ଡେ ୱିସ କଲେ ନିକ

author img

By

Published : Jul 19, 2023, 12:16 PM IST

priyanka chopra
priyanka chopra

ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି । ଫ୍ୟାନ୍ସଙ୍କ ବ୍ୟତୀତ ପରିବାର, ବଲିଉଡ ତାରକା ମାନେ ମଧ୍ୟ ଦେଶୀଗର୍ଲକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମଙ୍ଗଳବାର ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର 41 ତମ ଜନ୍ମଦିନ ପାଳନ କରିଛନ୍ତି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ପ୍ରିୟଙ୍କାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏହାରି ମଧ୍ୟରେ ସ୍ବାମୀ ନିକ ଜୋନାସ ପ୍ରିୟଙ୍କାଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ରୋମାଣ୍ଟିକ ପୋଜରେ ନଜର ଆସିଛନ୍ତି । ତେବେ ନିକଙ୍କ ଏହି ପୋଷ୍ଟ ଏବଂ ଭାଇରାଲ ହେଉଛି ।

ନିକ ଇନଷ୍ଟାଗ୍ରାମରେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ନିକ ପ୍ରିୟଙ୍କାଙ୍କୁ ହଗ୍ କରିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ନିକ ଲେଖିଛନ୍ତି, 'ମୁଁ ତୁମ ସହ ସେଲିବ୍ରେଟ କରିବାକୁ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛା ମାଇ ଲଭ ।'' ନିକ ପ୍ରିୟଙ୍କାଙ୍କ ପାଇଁ ଏହି ପୋଷ୍ଟ ସେୟାର କରିବା ମାତ୍ରେ ପ୍ରଶଂସକମାନେ ମଧ୍ୟ ଏହାକୁ ଲାଇକ କରି ପ୍ରତିକ୍ରିୟା ଦେଇଛନ୍ତି । ଏଥିସହିତ ଅନେକ ପ୍ରିୟଙ୍କାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିକ୍‌ଙ୍କ ପୂର୍ବରୁ ଏହି ସେଲିବ୍ରେଟିମାନଙ୍କୁ ମନ ଦେଇଥିଲେ ଦେଶୀଗାର୍ଲ

ନିକଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ଫ୍ୟାନ୍ସ ଲେଖିଛନ୍ତି,"ଆପଣଙ୍କ ରାଣୀ PCJଙ୍କୁ ଜନ୍ମଦିନର ଶୁଭେଚ୍ଛା ! ଆମେ ଆପଣଙ୍କୁ ଭଲପାଉଛୁ ଏବଂ ଭଗବାନ ଆପଣଙ୍କ ପରିବାର ଉପରେ ଆଶୀର୍ବାଦ କରନ୍ତୁ !" ଅନ୍ୟ ଜଣେ ଲେଖିଛନ୍ତି, "ଭଲ, ଜୁଲାଇର ଅଳଙ୍କାର !" ବଲିଉଡ ଇଣ୍ଡଷ୍ଟ୍ରିର ପ୍ରିୟଙ୍କାଙ୍କ ବନ୍ଧୁମାନେ ସୋନମ କପୁର, କ୍ୟାଟ୍ରିନା କୈଫ, ଅଭିନେତା ଅର୍ଜୁନ କପୁର, କିଆରା ଆଡଭାନୀ, ତାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ମଧ୍ୟ ତାଙ୍କ ବିଶେଷ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ପ୍ରିୟଙ୍କାଙ୍କ ଜନ୍ମଦିନ ସେଲିବ୍ରେସନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ଭିଡିଓରେ ପ୍ରିୟଙ୍କା କେକ୍ କାଟିଥିବାର ନଜର ଆସିଛନ୍ତି, ସେ ଭିଡିଓରେ ବ୍ଲାକ ଜମ୍ପସୁଟ୍ ପିନ୍ଧିଛନ୍ତି । କେକ୍ କାଟିବା ପରେ ପ୍ରିୟଙ୍କା ବହୁତ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷରେ ସିଟାଡେଲରେ ଦେଖିବାକୁ ମିଳିଥିଲା ​​। ତାଙ୍କୁ ଖୁବ୍ ଶୀଘ୍ର ଜନ୍ ସିନାଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ବଲିଉଡ ବିଷୟରେ କହିବାକୁ ଗଲେ ପ୍ରିୟଙ୍କାଙ୍କୁ ଦ ସ୍କାଏ ଇଜ୍ ପିଙ୍କରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । କିଛି ସମୟ ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ପ୍ରିୟଙ୍କା ଜି ଲେ ଜରାରେ ନଜର ଆସିବେ । କିନ୍ତୁ ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଫିଲ୍ମକୁ ମନା କରି ଦେଇଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାନ ଅଖତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.