ETV Bharat / entertainment

କେବିସି ମଞ୍ଚରେ ଏମିତି କଣ କହି‌ଦେଲେ ପତ୍ନୀ ଜୟା, କାନ୍ଦି ପକାଇଲେ ବିଗ୍‌ ବି

author img

By

Published : Oct 10, 2022, 4:55 PM IST

କୌନ ବନେଗା କରୋଡପତି ସିଜିନ ୧୪ (Kaun Banega Crorepati 14 ) ରେ ଏଥର ନଜର ଆସିବେ ବିଗ୍ ବିଙ୍କ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ । ଜୟାଙ୍କ କଥା ଶୁଣି କାହିଁକି ସେଟରେ କାନ୍ଦିଛନ୍ତି ବିଗ୍ ବି । ଅଧିକ ପଢନ୍ତୁ

କେବିସି ମଞ୍ଚରେ ଏମିତି କଣ କହି‌ଦେଲେ ପତ୍ନୀ ଜୟା, କାନ୍ଦି ପକାଇଲେ ବିଗ୍‌ ବି
କେବିସି ମଞ୍ଚରେ ଏମିତି କଣ କହି‌ଦେଲେ ପତ୍ନୀ ଜୟା, କାନ୍ଦି ପକାଇଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆସନ୍ତାକାଲି (ଅକ୍ଟୋବର 11) ତାଙ୍କର 80 ତମ ଜନ୍ମଦିନ ପାଳନ କରିବେ । 'କୌନ ବନେଗା କରୋଡପତି 14' (Kaun Banega Crorepati 14 )ର ଜନ୍ମଦିନର ସ୍ବତନ୍ତ୍ର ଏପିସୋଡ୍‌ରେ ତାଙ୍କ ପତ୍ନୀ ଜୟା ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ ଏହି ସୋ’ର ଶୋଭା ବଢାଇବେ । ଏହି ସୋ’ରେ ମା'-ପୁଅ ଯୋଡି ହଟ-ସିଟ୍ ନେବେ । କେବଳ ସେତିକି ନୁହେଁ, ଏହି ସୋ’ ଜରିଆରେ ଉଭୟ ହୋଷ୍ଟ ଅମିତାଭ ବଚ୍ଚନଙ୍କ ସହିତ କିଛି ରୋଚକ ବାର୍ତ୍ତାଳାପ ଏବଂ ଅତୀତର କିଛି ମୁହୂର୍ତ୍ତକୁ ମନେ ପକାଇବେ । ଏହି ସୋ ପାଇଁ ଆପଣଙ୍କୁ ଅକ୍ଟୋବର ୧୧ ତାରିଖ ରାତି ୯ଟାକୁ ଅପେକ୍ଷା କରିବାକୁ ପଡିବ ।

ସୋ’ର ଆରମ୍ଭ ଅଭିଷେକଙ୍କ ଏଣ୍ଟ୍ରି ସହିତ ହେବ ଏବଂ ପରେ ହଟ୍ ସିଟ୍ ନେବା ପରେ ସେ ଜୟାଙ୍କୁ ସ୍ୱାଗତ କରିବେ । ଅଭିଷେକ ଜୟାଙ୍କୁ ସ୍ୱାଗତ କରି କହିବେ, Rishtey mein jo hamari maa laggi hai ।" ଏହା ପରେ ଜୟା ଏକ ଧଳା ରଙ୍ଗର ଏମ୍ବ୍ରୋଡେଡ୍ ସୁଟ୍‌ରେ ସୋ'ରେ ଏଣ୍ଟ୍ରି କରିବେ ।

ଲାଟେଷ୍ଟ ପ୍ରୋମୋରେ ଏହା ଦର୍ଶାଯାଇଛି ଯେ, ବାର୍ତ୍ତାଳାପ ସମୟରେ ଜୟା ଏପରି କିଛି କୁହନ୍ତି, ଯାହା ଅମିତାଭ ବଚ୍ଚନଙ୍କୁ ଖୁବ ଭ‌ାବପ୍ରବଣ କରି ପକ‌ାଇଛି । ଅମିତାଭ ଏତେ ପରିମାଣରେ ଭାବୁକ ହୋଇ ଯାଇଛନ୍ତି ଯେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିବାର ଦେଖିବାକୁ ମିଳିଛି । ତେବେ ସେ କ’ଣ କହୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହି ମଞ୍ଚରେ ପ୍ରଥମ ଥର ପାଇଁ ନଜର ଆସିବେ ଜୟା ବଚ୍ଚନ । ଏହି ଅବସରରେ ପୂରା ଉତ୍ସବମୁଖର ହୋଇ ଉଠୁଛି କେବିସି ମଞ୍ଚ ।

ବିଗ୍ ବିଙ୍କ ଜନ୍ମଦିନର ସ୍ୱତନ୍ତ୍ର ଏପିସୋଡର ଅନ୍ୟ ଏକ ପ୍ରୋମୋରେ, ବିଗ୍ ବି ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରିଥିବାର ଦେଖାଯାଏ ଏବଂ ହୁଟରଙ୍କ ସ୍ୱରରେ ବିସ୍ମିତ ହୋଇଯାଆନ୍ତି । ସେ କହିଥିଲେ, "ବହୁତ ଶୀଘ୍ର ଫିନିଶ୍ କର ଦିୟା ଖେଲ କୋ" ଏବଂ ତା’ପରେ ତାଙ୍କର ଲୋକପ୍ରିୟ ଗୀତ 'କଭି କଭି ମେରେ ଦିଲ୍ ମେ ଖୟାଲ୍ ଆତା ହୈ' ବ୍ୟାକଗ୍ରାଉଣ୍ଡରେ ବାଜେ ଏବଂ ସେ ଅଭିଷେକ ବଚ୍ଚନଙ୍କୁ ଆଲିଙ୍ଗନ କରନ୍ତି । ଏହା ତାଙ୍କୁ ଭାବପ୍ରବଣ କରିଥାଏ । 'କେବିସି 14' ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.