ETV Bharat / entertainment

Kanhaiya Twitter Pe Aaja: ଭିନ୍ନ ଲୁକ୍‌ରେ ବିକି କୌଶଲ, ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲିର ପ୍ରଥମ ଗୀତ ରିଲିଜ

author img

By ETV Bharat Odisha Team

Published : Aug 30, 2023, 3:25 PM IST

ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲିର ପ୍ରଥମ ଗୀତ ରିଲିଜ ହୋଇଛି । ଏଥିରେ ବିକି କୌଶଲଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି
ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି

ମୁମ୍ବାଇ: ବିକି କୌଶଲ ଏବଂ ମାନୁଷୀ ଚିଲ୍ଲରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ବିକି କୌଶଲଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜରା ହଟକେ ଜରା ବଚକେ’ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ ମଚାଇଥିଲା । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ସହିତ ସମାନ ଧମାଲ ମଚାଇବାକୁ ଚାହୁଁଛନ୍ତି । ଫିଲ୍ମ ରିଲିଜ୍ ହେବାକୁ ଆଉ ବେଶୀ ସମୟ ନାହିଁ ଏବଂ ଫିଲ୍ମର ପ୍ରଥମ ଗୀତ ‘କହ୍ନେୟା ଟ୍ୱିଟର ପେ ଆଜା’ ଗୀତ ଆଜି(ବୁଧବାର) ମୁକ୍ତିଲାଭ କରିଛି ।

  • " class="align-text-top noRightClick twitterSection" data="">

ଏହି ଗୀତକୁ ନକାଶ ଅଜିଜ୍‌ ଗାଇଛନ୍ତି । ଏହି ଗୀତର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ଏବଂ ପ୍ରୀତମ ଏହାକୁ ତାଙ୍କ ସଙ୍ଗୀତରେ ରଚନା କରିଛନ୍ତି । ୟଶରାଜ ଫିଲ୍ମସ୍‌ର ଆଗାମୀ ଥିଏଟ୍ରିକାଲ ରିଲିଜ୍ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’ (TGIF)ରେ ଭଜନ କୁମାର ନାମକ ଏକ ସ୍ଥାନୀୟ ଗାୟକ ତାରକା ଭୂମିକାରେ ବିକି କୌଶଲ ଅଭିନୟ କରିଛନ୍ତି । ଆଜି ଭଜନ କୁମାର ଭାବରେ ବିକିଙ୍କୁ ଉନ୍ମୋଚନ କରି ୟଶରାଜ ଫିଲ୍ମସ୍‌ର TGIF(ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି)ର ପ୍ରଥମ ଗୀତ ‘କହ୍ନେୟା ଟ୍ୱିଟର ପେ ଆଜା’ ଲଞ୍ଚ କରିଛି, ଯାହାକି ଫିଲ୍ମରେ ବିକିଙ୍କ ଏଣ୍ଟ୍ରି ଗୀତ ଅଟେ ।

ଏହା ମଧ୍ୟ ପଢନ୍ତୁ: The Great Indian Family: ବିକି କୌଶଲଙ୍କ ସହ ନଜର ଆସିବେ ମାନୁଷୀ ଚିଲର, ଏହି ଦିନ ରିଲିଜ ହେବ ଫିଲ୍ମ

ବିକି କୌଶଲ ଖୁଲାସା କରିଛନ୍ତି, "ମୁଁ ଏହି ଫିଲ୍ମ ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ରେ ଭଜନ କୁମାର ନାମକ ଜଣେ ଗାୟକ ତାରକା ଭୂମିକାରେ ଅଭିନୟ କରୁଛି । ଜଣେ ଅଭିନେତା ଭାବରେ, ମୁଁ ଲୋକଙ୍କ ମୁହଁରେ ହସ ଆଣିବାକୁ ଭଲ ପାଏ ଏବଂ ମୁଁ ଆଶା କରୁଛି ଯେ ମୁଁ ଏହା କରିପାରିବି । ତେଣୁ, ବର୍ତ୍ତମାନ କ୍ୟାଟ୍‌ ବ୍ୟାଗରୁ ବାହାରିଛି ! ମୁଁ ଆଶା କରୁଛି ଲୋକମାନେ TGIFରେ ମୋର ନୂଆ ଅବତାର ପସନ୍ଦ କରିବେ । ମୁଁ ଏହା ଦେଖିବାକୁ ଆଗ୍ରହୀ କି, ଭଜନ କୁମାରଙ୍କୁ ଦର୍ଶକ କିପରି ପସନ୍ଦ କରୁଛନ୍ତି । ମୁଁ ଜାଣେ ଏହି ଭୁମିକାକୁ ବଡ଼ ପରଦାରେ ଜୀବନ୍ତ କରିବା ପାଇଁ ମୋର ସବୁକିଛି ଦେଇଛି ।"

ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ୟାଇଆର୍‌ଏଫ୍‌ ଏବଂ ବିକି କୌଶଲଙ୍କ ମଧ୍ୟରେ TGIF ହେଉଛି ପ୍ରଥମ ସହଯୋଗ । 'କହ୍ନେୟା' ଟ୍ୱିଟର ପେ ଆଜା’ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଏବଂ ସଙ୍ଗୀତ ପ୍ରୀତମଙ୍କ ଦ୍ବାରା ଲେଖାଯାଇଛି । TGIF ସେପ୍ଟେମ୍ବର 22ରେ ସାରା ବିଶ୍ୱରେ ରିଲିଜ୍ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.