ETV Bharat / entertainment

ମୋଦିଙ୍କ ହାତରେ ୱାଇନ୍ ଭିଡିଓ ଭାଇରାଲ: କଙ୍ଗନା କହିଲେ, କି କଳିଯୁଗ ଆସିଲା ?

author img

By ETV Bharat Odisha Team

Published : Sep 13, 2023, 4:11 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ ତାଙ୍କ ହାତରେ ୱାଇନ୍ ଧରିଥିବାର ନଜର ଆସିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍‌ ଟ୍ରୋଲ କରାଯାଇଛି । ଏହାରି ମଧ୍ୟରେ ବର୍ତ୍ତମାନ ମୋଦିଙ୍କ ସପକ୍ଷରେ ବାହାରି ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା ରଣାୱତ । ଅଧିକ ପଢ଼ନ୍ତୁ

ମୋଦୀଙ୍କ ହାତରେ ୱାଇନ୍ ଭିଡିଓ ଭାଇରାଲ ମାମାଲା; କଙ୍ଗନା କହିଲେ- କି କଳିଯୁଗ ଆସିଲା?
ମୋଦୀଙ୍କ ହାତରେ ୱାଇନ୍ ଭିଡିଓ ଭାଇରାଲ ମାମାଲା; କଙ୍ଗନା କହିଲେ- କି କଳିଯୁଗ ଆସିଲା?

ହାଇଦ୍ରାବାଦ: ବଲିଉଡ୍‌ କୁଇନ କଙ୍ଗନା ରଣାୱତ ସର୍ବଦା ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ବେଳେବେଳେ ଅଭିନେତ୍ରୀଙ୍କୁ ନିଜ ବୟାନ ପାଇଁ ବିବାଦରେ ମଧ୍ୟ ଛନ୍ଦି ହେବାକୁ ପଡ଼େ । ବଲିଉଡ ସହ କଙ୍ଗନା ରାଜନୀତି ପ୍ରସଙ୍ଗରେ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଥାଆନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କମୋଦିଙ୍କ ସହ ଜଡିତ ଏକ ପ୍ରସଙ୍ଗରେ କଙ୍ଗନା ରାଣାୱତ ପୁଣି ଥରେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି ।

  • Ever wondered why in most of Modi’s pics with foreign leaders, Modi is laughing hysterically?

    This video explains the ‘why’ :

    Biden, while toasting, asked to raise the left hand instead of the right if there’s no alcohol in the glass. ( It’s actually a norm- An unwritten rule… pic.twitter.com/aC7MdgbIl5

    — Nimo Tai (@Cryptic_Miind) September 11, 2023 " class="align-text-top noRightClick twitterSection" data=" ">

ମୋଦିଙ୍କ ସପକ୍ଷରେ ବାହାରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି କଙ୍ଗନା ରାଣାୱତ । କଙ୍ଗନା ରାଣାୱତ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "କି କଳିଯୁଗ ଆସିଲା । ଯିଏ ଆମିଷ ଖାଏ ନାହିଁ, କେବେ ଧୂମପାନ କରେ ନାହିଁ କିମ୍ବା ମଦ୍ୟପାନ କରେ ନାହିଁ । ଏଭଳି ଏକ ସୁନ୍ଦର ବ୍ୟକ୍ତିତ୍ୱ ୱାଇନ ଧରିଛନ୍ତି ବୋଲି କିପରି ଟ୍ରୋଲ୍‌ କରାଯାଉଛି । ମଦ୍ୟପାନ ମେଡିକାଲ୍, କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଭାବରେ ମନୁଷ୍ୟଙ୍କ ପାଇଁ କ୍ଷତିକାରକ ବୋଲି ଦର୍ଶାଯାଇଛି । ଜୋ ବାଇଡେନ ତଳେ ବସି ଖାଇ ପାରିବେ । ତା’ହେଲେ ଆମ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଏପରି ବ୍ୟବହାର କରାଯାଉଛି ?"

  • कैसा कलियुग मनुष्य के सर पे नाच रहा है, जो की पशुओं के मास या रक़्त का आहार नहीं करता, जो कभी धूम्रपान या मदिरा सेवन नहीं करता ऐसे भले मानुष को नीचा दिखाया जा रहा है की पेग पकड़ कर हवा में घुमाना नहीं आता।
    Alcohol is medically/clinically/ scientifically in every way proven to be…

    — Kangana Ranaut (@KanganaTeam) September 12, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ନିକଟରେ ମୋଦିଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ତାଙ୍କ ହାତରେ ୱାଇନ୍ ଧରିଥିବାର ନଜର ଆସିଛନ୍ତି । ଏହାକୁ ନେଇ ପିଏମଙ୍କୁ ଖୁବ୍‌ ଟ୍ରୋଲ କରାଯାଇଛି । ଭିଡିଓରେ ମୋଦିଙ୍କ ସହ ଜୋ ବାଇଡେନ ମଧ୍ୟ ନଜର ଆସିଛନ୍ତି । ଉଭୟ କଥା ହେଉଥିବା ବେଳେ ମୋଦି ହସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଟ୍ରୋଲ୍‌ କରାଯାଉଛି । ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା । ସେପଟେ ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜି-20 ସମ୍ମିଳନୀର ସଫଳତା ପାଇଁ ମୋଦିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ବିଶ୍ବର ତମାମ ବ୍ଯକ୍ତିବିଶେଷଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ମୋଦିଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ବି ଏହି ସମ୍ମିଳନୀର ଭିଡିଓ ଏବଂ ମୋଦିଙ୍କ ଫଟୋ ସେୟାର ଅଭିନନ୍ଦନ ଜଣାଇଥିଲେ।

ଏହା ମଧ୍ୟ ପଢନ୍ତୁ: ଜବାନ ପାଇଁ ଘୁଞ୍ଚିବ କି 'ଚନ୍ଦ୍ରମୁଖୀ ୨'ର ରିଲିଜ୍ ଡେଟ୍ ?

କଙ୍ଗନା ରାଣାୱତଙ୍କ ଫିଲ୍ମ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ପି.ବାସୁ ନିର୍ଦ୍ଦେଶିତ ଫିଲ୍ମ ଚନ୍ଦ୍ରମୁଖୀ-2 ସହ କଙ୍ଗନା ରଣାୱତ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ରାଘବ ଲରେନ୍ସଙ୍କ ସହ ସ୍କ୍ରିନ୍‌ ସେୟାର କରିବେ । ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ଼ରେ ମୁକ୍ତିଲାଭ କରିବ । ଏଥିସହ ସେ ଏମିରଜେନ୍ସି ଏବଂ ତେଜସରେ ମଧ୍ୟ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.