ETV Bharat / entertainment

ଋତୁସ୍ରାବ ଉପରେ ସ୍ମୃତି ଇରାନୀଙ୍କ ମନ୍ତବ୍ୟକୁ କୁଇନଙ୍କ ସମର୍ଥନ, କହିଲେ-'ଏହା ରୋଗ ନୁହେଁ'

author img

By ETV Bharat Odisha Team

Published : Dec 15, 2023, 11:13 AM IST

ଋତୁସ୍ରାବ ଉପରେ ସ୍ମୃତି ଇରାନୀଙ୍କ ମନ୍ତବ୍ୟକୁ କୁଇନଙ୍କ ସମର୍ଥନ, କହିଲେ-'ଏହା ରୋଗ ନୁହେଁ'
ଋତୁସ୍ରାବ ଉପରେ ସ୍ମୃତି ଇରାନୀଙ୍କ ମନ୍ତବ୍ୟକୁ କୁଇନଙ୍କ ସମର୍ଥନ, କହିଲେ-'ଏହା ରୋଗ ନୁହେଁ'

kangana Ranaut Support Smriti Irani:କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଏକ ବିବୃତ୍ତି ଦେଇଥିଲେ ସେ କହିଛନ୍ତି ଯେ ମାସିକ ଋତୁସ୍ରାବ ଜୀବନରେ ବାଧକ ନୁହେଁ, ତେଣୁ ବାଧ୍ୟତାମୂଳକ ଛୁଟିର ଆବଶ୍ୟକତା ନାହିଁ । ତେବେ ଏହି ବିବୃତ୍ତିକୁ ନେଇ ସ୍ମୃତି ଇରାନୀଙ୍କୁ ସମର୍ଥନ କରିଛନ୍ତି କଙ୍ଗନା ରାଣାୱତ । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସର୍ବଦା ରାଜନୈତିକ ହେଉ ଅବା ସାମାଜିକ କିମ୍ବା ଇଣ୍ଡଷ୍ଟ୍ରି ଉପରେ ହେଉ ସେ ନିଜ ପ୍ରତିକ୍ରିୟା ଦେଇଥାନ୍ତି । ଏହି ମନ୍ତବ୍ୟ ପାଇଁ ସେ ବେଳେବେଳେ କଡା ସମାଲୋଚନାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କୁଇନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମାସିକ ଋତୁସ୍ରାବ(ପିରିୟଡ)କୁ ନେଇ ଦେଇଥିବା ମନ୍ତବ୍ୟକୁ ସମର୍ଥନ କରି ନିଜର ମତାମତ ଦେଇଛନ୍ତି ।

କଙ୍ଗନା ରାଣାୱତଙ୍କ ପୋଷ୍ଟ
କଙ୍ଗନା ରାଣାୱତଙ୍କ ପୋଷ୍ଟ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ୧୪ ଡିସେମ୍ବରରେ ରାଜ୍ୟସଭାରେ ମହିଳାମାନଙ୍କୁ ପିରିୟଡ୍‌ ଛୁଟି ଦେବା ଏବଂ ଦରମା ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ସେ କହିଛନ୍ତି, ମାସିକ ଋତୁସ୍ରାବ କୌଣସି ପ୍ରକାର ବାଧା ନୁହେଁ, ତେଣୁ ଏଥିପାଇଁ ବାଧ୍ୟତାମୂଳକ ଛୁଟି ସହିତ ଦରମାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ କେନ୍ଦ୍ର ମନ୍ତ୍ରୀ ୧୦ରୁ ୧୯ ବର୍ଷୀୟ ନାବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ 'ମାସିକ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା' (MHM) ଯୋଜନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ଯାହାକୁ ବର୍ତ୍ତମାନ ସମର୍ଥନ କରିଛନ୍ତି କଙ୍ଗନା ରାଣାୱତ ।

କଙ୍ଗନା ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ବିବୃତ୍ତିକୁ ସମର୍ଥନ କରି ଏକ ପୋଷ୍ଟ କରିଛନ୍ତି । ସ୍ମୃତି ଇରାନୀଙ୍କ ଏକ ଆର୍ଟିକିଲକୁ ନେଇ ସେ କ୍ୟାପସନରେ ଲେଖିଛନ୍ତି, 'କାର୍ଯ୍ୟରତ ମହିଳା ଏକ ପୌରାଣିକ କାହାଣୀ, ମାନବ ଇତିହାସରେ କୌଣସି ଏମିତି ମହିଳା ନାହାଁନ୍ତି ଯିଏ କାମ କରୁନଥିବେ । ଚାଷ ଠାରୁ ଆରମ୍ଭ କରି ଘରୋଇ କାର୍ଯ୍ୟ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଳନ କରିବା ପର୍ଯ୍ୟନ୍ତ, ମହିଳାମାନେ ସର୍ବଦା କାର୍ଯ୍ୟ କରିଆସୁଛନ୍ତି । ଏହି ସମୟରେ ପରିବାର କିମ୍ବା ସମ୍ପ୍ରଦାୟ କିମ୍ବା ରାଷ୍ଟ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପଥରେ କେବେ କେହି କିଛି ଆସିନାହିଁ । ଯେତେବେଳେ ଯାଏଁ ଏହା କୌଣସି ନିର୍ଦ୍ଦିଷ୍ଟ ମେଡିକାଲ ସ୍ଥିତି ହୋଇନାହିଁ ସେତେବେଳେ ଯାଏଁ ମହିଳାମାନେ ସେମାନଙ୍କ ମାସିକ ଋତୁସ୍ରାବ(ପିରିୟଡ) ପାଇଁ ଦରମା ବା ଛୁଟି ଆବଶ୍ୟକ ନାହିଁ । ଦୟାକରି ବୁଝନ୍ତୁ । ଏହା କୌଣସି ପ୍ରକାର ରୋଗ କିମ୍ବା ଅକ୍ଷମତା ନୁହେଁ ।

ସ୍ମୃତି ଇରାନୀ କହିଥିଲେ, "ମାସିକ ଋତୁସ୍ରାବ ସର୍କଲ ଜଣେ ମହିଳାଙ୍କ ପାଇଁ ଅକ୍ଷମତା ନୁହେଁ । ଏକ ମହିଳାଙ୍କ ଜୀବନରେ ଋତୁସ୍ରାବ ଏକ ସ୍ୱାଭାବିକ ଚକ୍ର ଅଟେ । ଏହା ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ଅଂଶ ଅଟେ । ଯେଉଁ ପରିସ୍ଥିତିରେ ମହିଳାମାନେ ସମାନ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ସେଭଳି ସ୍ଥିତିରେ ଆମେ ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ଦେବା ଉଚିତ ନୁହେଁ । କାରଣ ଋତୁସ୍ରାବ ହେଉନଥିବା ମହିଳାଙ୍କର ଏଥିପ୍ରତି ଏକ ଭିନ୍ନ ଦୃଷ୍ଟିକୋଣ ରହିଛି ।"

ଏହା ମଧ୍ୟ ପଢନ୍ତୁ: 'ମୋ ବିଚାରଧାରା RSSର ବିଚାରଧାରା ସହ ସମାନ', ସୋସିଆଲ ମିଡିଆ ମିଟ୍‌ରେ ଏପରି କହିଲେ କୁଇନ୍

କଙ୍ଗନାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଶେଷ ଚଳଚ୍ଚିତ୍ର 'ତେଜସ୍'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ଅଭିନେତ୍ରୀଙ୍କୁ ପରବର୍ତ୍ତୀ ସମୟରେ 'ଏମରଜେନ୍ସି' ରେ ଦେଖିବାକୁ ମିଳିବ, ଯାହାର ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.