ETV Bharat / entertainment

CWC 2023: କ୍ରିକେଟର ସ୍ବାମୀଙ୍କୁ ସପୋର୍ଟ ପାଇଁ ଷ୍ଟାଡିୟମରେ ପହଞ୍ଚିଲେ ଅନୁଷ୍କା

author img

By ETV Bharat Odisha Team

Published : Nov 12, 2023, 9:22 PM IST

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସ୍ପଟ୍‌ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା । ଭାରତ ବନାମ ନେଦରଲ୍ୟାଣ୍ଡରେ କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କୁ କଲେ ଚିଅର୍‌ । ଅଧିକ ପଢନ୍ତୁ

Anushka Sharma
Anushka Sharma

ବେଙ୍ଗାଲୁରୁ: ସାରା ଦେଶ ଆଜି (ରବିବାର) ପାଳୁଛି ଆଲୋକର ପର୍ବ ଦୀପାବଳି । ସେପଟେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଛି ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଆଇସିସି ଦିନିକିଆ ବିଶ୍ବକପ୍‌ର ୪୫ ତମ ଲିଗ୍‌ ମ୍ୟାଚ୍‌ । ଏହି ସମୟରେ ସ୍ପଟ୍‌ ହୋଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କୁ ସମର୍ଥନ ସହ ଚିଅର କରିବା ଲାଗି ଷ୍ଟାଡିୟମରେ ପହଞ୍ଚିଛନ୍ତି ଅନୁଷ୍କା । ବିରାଟ ଆଜି ମ୍ୟାଚ୍‌ରେ ବୋଲିଂ କରି ଗୋଟିଏ ୱିକେଟ ହାତେଇବା ପରେ ଅନୁଷ୍କା ତାଳି ମାରି ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି ।

ଭାରତରେ ଆଇସିସି ଦିନିକିଆ ବିଶ୍ବକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ କିଛିଟା ମ୍ୟାଚ୍‌ରେ ଷ୍ଟାଡିମୟରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଛି । ତେବେ ରବିବାର ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳୁଥିବା ବେଳେ ଷ୍ଟାଡିୟମରେ ଅନୁଷ୍କା ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଅନୁଷ୍କା ଟିମକୁ ଚିଅର କରିଥିବାର ଭାଇରାଲ ଭିଡିଓ ଓ ଫଟୋରେ ଅନୁଷ୍କାଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ଟିମ୍ ଇଣ୍ଡିଆର ଦିୱାଲୀ ପାର୍ଟିରେ ଅନୁଷ୍କା ଶର୍ମା, ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର

ରୁମର୍‌ ଅନୁସାରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଭାମିକା ପରେ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ହେଲେ ଦମ୍ପତିଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ସେପଟେ ଅନୁଷ୍କା ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିବା ବେଳେ ବିସିସିଆଇ ଦିୱାଲି ପାର୍ଟିରେ ତାଙ୍କୁ ସ୍ପଟ୍‌ କରାଯାଇଥିଲା । ଯେଉଁଥିରେ ସେ ପାପାରାଜିଙ୍କ ସାମ୍ନାରେ ବେବି ବମ୍ପ୍‌ ଲୁଚାଉଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉ କି ବିରାଟ ଓ ଅନୁଷ୍କା ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ଇଟାଲୀରେ ପରସ୍ପରକୁ ବିବାହ କରିଥିଲେ । ଏହାପରେ ୨୦୨୧ ଜାନୁଆରୀ ୧୧ ତାରିଖରେ ଉଭୟ କନ୍ୟା ସନ୍ତାନର ପିତାମାତା ହୋଇଥିଲେ ।

ଏହା ବି ପଢନ୍ତୁ- Cricket World Cup 2023: ସେମି ପୂର୍ବରୁ ଚମକିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର, ଡଚ୍‌ ଦଳ ଆଗରେ ବିଶାଳ ୪୧୧ ରନ ଲକ୍ଷ୍ୟ

ଅନ୍ୟପଟେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ ସମ୍ପର୍କରେ ଆଲୋଚନା କଲେ ଆଜି ପ୍ରଥମେ ଟସ୍‌ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । 'ମେନ୍‌ ଇନ ବ୍ଲୁ' ୪୧୦ ଟାର୍ଗେଟ ରଖିଥିଲା । ପ୍ରଥମ ଇନିଂସରେ ଶ୍ରେୟାସ ଆୟର ଓ କେଏଲ ରାହୁଲଙ୍କ ବ୍ୟାଟ୍‌ରୁ ଦମଦାର ଶତକ ଦେଖିବାକୁ ମିଳିଥିଲା । ସେପଟେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍‌ଙ୍କ ସମେତ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ଏଯାବତ ୮ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟ ହାସଲ କରିଥିବା ବେଳେ ରବିବାର ନେଦରଲ୍ୟାଣ୍ଡ ବିରୋଧରେ ନବମ ମ୍ୟାଚ୍‌ ଖେଳୁଛି । ସେପଟେ ଅପରାଜେୟ ଭାରତ ସେମିରେ ମଧ୍ୟ ପ୍ରବେଶ କରିସାରିଛି । ଆସନ୍ତା ୧୫ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ସେମି ଫାଇନାଲ ମ୍ୟାଚ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.