ETV Bharat / entertainment

ହିନ୍ଦୀ କହିପାରୁନଥିଲେ ଏହି ବିଦେଶୀ ଅଭିନେତ୍ରୀ, ଏବେ ହିନ୍ଦୁସ୍ତାନୀ ହିରୋଇନଙ୍କୁ ଦେଉଛନ୍ତି ମାତ୍

author img

By ETV Bharat Odisha Team

Published : Sep 14, 2023, 7:47 PM IST

ଦିନ ଥିଲା ହିନ୍ଦୀ କହିପାରୁନଥିଲେ ଏହି ବିଦେଶୀ ଅଭିନେତ୍ରୀମାନେ, ଏବେ ହିନ୍ଦୁସ୍ତାନୀ ହିରୋଇନଙ୍କୁ ଦେଉଛନ୍ତି ମାତ୍
ଦିନ ଥିଲା ହିନ୍ଦୀ କହିପାରୁନଥିଲେ ଏହି ବିଦେଶୀ ଅଭିନେତ୍ରୀମାନେ, ଏବେ ହିନ୍ଦୁସ୍ତାନୀ ହିରୋଇନଙ୍କୁ ଦେଉଛନ୍ତି ମାତ୍

ବର୍ତ୍ତମାନ ବିଦେଶରୁ ଆସିଥିବା ଅନେକ ସୁନ୍ଦର ଅଭିନେତ୍ରୀମାନେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଏବଂ ହିଟ୍ ଫିଲ୍ମ ଦେବା ସହ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସୁନ୍ଦରୀମାନେ ଦିନ ଥିଲା ଭଲରେ ହିନ୍ଦୀ କହିବା ଆସୁନଥିଲା । କିନ୍ତୁ ଏବେ ହିନ୍ଦୀ ଶିଖି ହିନ୍ଦୁସ୍ତାନୀ ହିରୋଇନଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଅଧିକ ପଢ଼ନ୍ତୁ,

ମୁମ୍ବାଇ: ଆମେ ଇଂରାଜୀ, ଚାଇନିଜ୍, ଫରାସୀ କିମ୍ବା କୌଣସି ବିଦେଶୀ ଭାଷା ଶିଖିବା ଏବଂ ଏହାକୁ କହିବାକୁ ଡରିଥାଉ । କିନ୍ତୁ ହିନ୍ଦୀ ଭାଷାରେ କିଛି ଅଲଗା ସ୍ବାଦ ରହିଛି । ଯାହା ଅନ୍ୟ କୌଣସି ଭାଷାରେ ନାହିଁ । ଆଜି ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଉଛି । ତେବେ ଏହି ବିଶେଷ ଦିନରେ ଚଳଚ୍ଚିତ୍ର ଜଗତରେ ଥିବା ବିଦେଶୀ ସୁନ୍ଦରୀମାନଙ୍କର ଅବସ୍ଥା କ’ଣ ? ଜାଣନ୍ତୁ...

ବଲିଉଡରେ ବର୍ତ୍ତମାନ ଅନେକ ବିଦେଶୀ ଅଭିନେତ୍ରୀ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅଭିନେତ୍ରୀମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ୍, ନର୍ଗିସ୍ ଫାକରୀ, ଜ୍ୟାକଲିନ୍ ଫର୍ଣ୍ଣାଡିସ୍, ସନ୍ନି ଲିଓନି, ନୋରା ଫତେହି ଭଳି ଅଭିନେତ୍ରୀ ଆଜି ବଲିଉଡରେ ରାଜ୍ କରିବା ସହ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି । ଦିନ ଥିଲା ଏହି ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ଭଲରେ ହିନ୍ଦୀ କହିବା ଆସୁନଥିଲା । କିନ୍ତୁ ସମସ୍ତେ ଆଜି ଭଲ ହିନ୍ଦୀ କୁହନ୍ତି ଏବଂ ଦର୍ଶକଙ୍କ ମନ ଜିତନ୍ତି ।

କ୍ୟାଟ୍ରିନା କୈଫ: କ୍ୟାଟ୍ରିନା ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦର ଅଭିନେତ୍ରୀ ଏବଂ ସେ ଟପ୍ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସେ ନିଜ ଅଭିନୟ ଏବଂ ଲୁକ୍ସରେ ଫ୍ୟାନ୍ସଙ୍କ ମନ ଜିତିଥାଆନ୍ତି । ସେ 2003 ମସିହାରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ଦୁର୍ବଳ ହିନ୍ଦୀ ଯୋଗୁଁ ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲା । ବର୍ତ୍ତମାନ ସେ ହିନ୍ଦୀ ଭାଷାରେ ଭଲରେ କଥାବାର୍ତ୍ତା କରୁଛନ୍ତି ।

ନୋରା ଫତୈହି: ଦିଲବର ଦିଲବର୍ ଗାର୍ଲ ଅଭିନେତ୍ରୀ ମଧ୍ୟ ବିଦେଶିନୀ ଅଟନ୍ତି। 2013ରେ କାନାଡିୟ ଅଭିନେତ୍ରୀ ଏବଂ ମଡେଲ ବଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ ଡ୍ୟାନ୍ସ ସହ ସେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଜିର ଦିନରେ ସେ ଭଲ ହିନ୍ଦୀ କହି ମଧ୍ୟ ଲୋକଙ୍କ ମନ ଜିତନ୍ତି ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍: ଯଦିଓ ସେ ବିଦେଶରୁ ଆସିଛନ୍ତି, କିନ୍ତୁ ଭାରତରେ ନିଜର ଜଲୱା ଦେଖାଇ ଫ୍ୟାନ୍ସଙ୍କ ମନରେ ରାଜ୍ କରୁଛନ୍ତି । ଶ୍ରୀଲଙ୍କା ଅଭିନେତ୍ରୀ ଆଜି ହିନ୍ଦୀକୁ ସୁନ୍ଦର ଭାବରେ କହି ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଷ୍ଟାଇଲିସ୍ ଲୁକ୍ ସହ ଇଣ୍ଟରନେଟର ପାରା ବଢାଇଲେ ଶିଳ୍ପା, ଉର୍ବଶୀ ଏବଂ ବାଣୀ

ସନ୍ନି ଲିଓନି: ସୋନିଙ୍କୁ କିଏ ବା ନଜାଣନ୍ତି । ଗୋଲ୍ଡେନ୍ ଗାର୍ଲ ନାଁରେ ବେଶ ଜଣାଶୁଣା ସନ୍ନି ଲିଓନି । ଅଭିନୟ ଜଗତରେ ନିଜର ସାହସିକ ପରିଚୟ ସୃଷ୍ଟି କରିଛନ୍ତି। ଏକ ସମୟରେ ସନ୍ନିଙ୍କୁ ଦିନ୍ଦୀ କହିପାରୁନଥିଲେ । ଆଜି ଏକ ସମୟ, ଯେତେବେଳେ ସେ ହିନ୍ଦୀ ଦୃଢତା ସହ ଭଲ ଭାବେ କହି ପାରୁଛନ୍ତି ।

ନର୍ଗିସ୍ ଫାକରୀ: ରଣବୀର କପୁରଙ୍କ ଅଭିନୀତ 'ରକଷ୍ଟାର' ଅଭିନେତ୍ରୀ ତଥା ପାକିସ୍ତାନୀ ଆମେରିକୀୟ ନର୍ଗିସ୍ ଫାକରୀ ବଲିଉଡ୍‌ରେ କିଛି ବିଶେଷ ସ୍ଥାନ ସୃଷ୍ଟି କରିପାରିଲେ ନାହିଁ । ଏହାସତ୍ତ୍ବେ ବି ସେ ତାଙ୍କ ବୋଲ୍ଡ ବିୟୁଟି ପାଇଁ ପ୍ରଥମ ପିଲ୍ମରେ ଲୋକପ୍ରିୟତା ହାସଲ କରିଥିଲେ । ନର୍ଗିସ୍ ହିନ୍ଦୀ ଶିଖିଥିଲେ ଏବଂ ଚଳଚ୍ଚିତ୍ରରେ ଭାଷାର ଯାଦୁ ଦେଖାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.