ETV Bharat / entertainment

OSCARS 2023: ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିବେ ଲୋରେନ ଗୋଟଲିଏବ

author img

By

Published : Mar 12, 2023, 11:53 AM IST

ଓସ୍କାର ମଞ୍ଚରେ ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିବେ ଲୋରେନ ଗୋଟଲିଏବ
ଓସ୍କାର ମଞ୍ଚରେ ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିବେ ଲୋରେନ ଗୋଟଲିଏବ

ଓସ୍କାର ମଞ୍ଚରେ ନାଟୁ ନାଟୁ ଗୀତର ହେବ ଲାଇଭ ପରିବେଷଣ । ଏହି ଗୀତରେ ଡ୍ୟାନ୍ସ କରିବେ ଆମେରିକୀୟ ଡ୍ୟାନ୍ସର ଲୋରେନ ଗୋଟଲିଏବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଓସ୍କାର ଆୱାର୍ଡ ମଞ୍ଚରେ ସାଉଥର ସୁପରହିଟ୍‌ ଗୀତ ନାଟୁ ନାଟୁର ହେବ ଲାଇଭ ପରିବେଷଣ ହେବ । ଏହି ଗୀତରେ ମଞ୍ଚ ଉପରେ ଆମେରିକା ଅଭିନେତ୍ରୀ ତଥା ଡ୍ୟାନ୍ସର ଲୋରେନ୍ ଗୋଟଲିଏବ ଡ୍ୟାନ୍ସ କରିବେ । ସୋସିଆଲ ମିଡିଆରେ ଲୋରେନ ଗୋଟଲିଏବ ଏହି ଗୀତ ଡ୍ୟାନ୍ସ ପରିବେଷଣ କରିବେ ନେଇ ଘୋଷଣା କରିଥିବା ବେଳେ ସେ ତାଙ୍କ ଟିମ ସହ ରିହଲର୍ସାଲ କରୁଥିବାର ଭିଡିଓ ମଧ୍ୟ ସେୟାର କରାଯାଇଛି । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ ଲୋରେନଙ୍କ ଡ୍ୟାନ୍ସ ପ୍ରଦର୍ଶନ ଦେଖିବାକୁ ଉତ୍ସାହିତ ଅଛନ୍ତି ।

ଟ୍ବିଟରରେ ନାଟୁ ନାଟୁ ଗୀତ ନେଇ ଲୋରେନଙ୍କ ସହ ତାଙ୍କ ଟିମ୍ ସଦସ୍ୟ ରିହର୍ସାଲ କରୁଥିବାର 2ଟି ଭିଡିଓ Jr NTRର ଏକ ଫ୍ୟାନ୍ ପେଜରେ ସେୟାର କରାଯାଇଛି । ସେୟାର କରାଯାଇଥିବା ପ୍ରଥମ ଭିଡିଓରେ ଲୋରେନ୍ ନିଜ ଟିମ ସଦସ୍ୟଙ୍କ ସହ ରିହର୍ସାଲ୍ କରୁଥିବାବେଳେ ଦ୍ବିତୀୟଟି ଲୋରେନ୍ ଦ୍ବାରା ସୁଟିଂ କରାଯାଇଥିଲା ଯେଉଁଥିରେ ସମସ୍ତ ଛିଡା ହୋଇଥିବାର ନଜର ଆସିଥିଲେ । ତେବେ ଓସ୍କାର ମଞ୍ଚରେ ଲୋରେନଙ୍କ ଏହି ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି ।

ଏହି ପୋଷ୍ଟରେ ପ୍ରଶଂସକ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଏନେଇ ଜଣେ ପ୍ରଶଂସକ କମେଣ୍ଟରେ ଲେଖିଛନ୍ତି, "ଏହା ଓସ୍କାର ରାତିର ହାଇଲାଇଟ୍ ହେବ ବୋଲି ମନେ ହେଉଛି । ଆମେ ବହୁ ଉତ୍ସାହିତ । ଗାୟକ କାଲା ଭୈରବ ଏବଂ ରାହୁଲ ସିପଲିଗୁଞ୍ଜ ଏବଂ ଏମ୍ କେରାଭାନି ଏବଂ ସମସ୍ତ ଡ୍ୟାନ୍ସ ଟିମକୁ ଶୁଭେଚ୍ଛା । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ଏହା ବଲିଉଡ ନୁହେଁ ଏହା ତେଲୁଗୁ ଭାଷାର ଭାରତୀୟ ଚଳଚ୍ଚିତ୍ର ଅଟେ ।’’

ଗୀତ ନାଟୁ ନାଟୁ ଚଳିତ ବର୍ଷ ଓସ୍କାର ଆୱାର୍ଡ ପାଇଁ ଶ୍ରେଷ୍ଠ ଗୀତ ଭାବେ ମନୋନୀତ ହୋଇଛି । ଏବଂ ଆମେରିକୀୟ ଡ୍ୟାନ୍ସର ଲୋରେନ୍ ଗୋଟଲିଏବ ଚଳିତ ବର୍ଷ ଓସ୍କାରରେ ମୁଖ୍ୟ ମହିଳା ଡ୍ୟାନ୍ସର ଭାବେ ଏଥିରେ ଡ୍ୟାନ୍ସ ପ୍ରଦର୍ଶନ କରି ବହୁତ ଖୁସି ଅଛନ୍ତି । ଏନେଇ ଲୋରେନ୍ କହିଛନ୍ତି ୟେ, ମୁଁ ନାଟୁ ନାଟୁ ଗୀତରେ ପରିବେଷଣ କରିବାକୁ ଯାଉଛି । ଏଥିପାଇଁ ମୁଁ ବହୁତ ଖୁସି ଓ ଉତ୍ସାହିତ । ସମସ୍ତେ ମୋତେ ଶୁଭେଚ୍ଛା ଦିଅନ୍ତୁ ।

ସୂଚନା ଥାଉ କି, ଏସ୍ ରାଜାମୌଲି ଏବଂ ରାମ ଚରଣ-ଜୁନିଅର ଏନଟିଆର ଅଭିନୀତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆରଆରଆର' ବେଶ ସଫଳତା ହାସଲ କରିଥିବା ବେଳେ ନାଟୁ ନାଟୁ ଗୀତରେ ଉଭୟଙ୍କ ଦମଦାର ଡ୍ୟାନ୍ସ ଲୋକପ୍ରିୟତା ହାସଲ କରିଥିଲା । ଏହି ଗୀତକୁ ଏମ.ଏମ କିରାବାନୀଙ୍କ ରଚନା କରିଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଛନ୍ତି । ତେବେ ଏହି ଫିଲ୍ମଟି ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଜିତି ସାରିଥିବା ବେଳେ ବର୍ତ୍ତମାନ ଫିଲ୍ମର ସୁପରହିଟ୍ ଗୀତ ନାଟୁ-ନାଟୁ ଓସ୍କାର ଶ୍ରେଷ୍ଠ ଗୀତ ଭାବରେ ନୋମିନେଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.