ETV Bharat / entertainment

Ganesh Chaturthi 2023: ବି-ଟାଉନରେ ଗଣେଶ ପୂଜାର କ୍ରେଜ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ତାରକା

author img

By ETV Bharat Odisha Team

Published : Sep 19, 2023, 5:40 PM IST

ଆଜି ପବିତ୍ର ଗଣେଶ ଚତୁର୍ଥୀ। ଏହି ବିଶେଷ ଅବସରରେ ଆଲିଆ ଭଟ୍ଟ, କାର୍ତ୍ତିକ ଆର୍ଯ୍ୟନ, ଅନନ୍ୟା ପାଣ୍ଡେ, କରୀନା କପୁର ଖାନଙ୍କ ସମେତ ଅନେକ ବଲିଉଡ ତାରକା ଏହି ଉତ୍ସବରେ ଗଣେଶ ଉତ୍ସବକୁ ଧୁମଧାମରେ ପାଳନ କରିବା ସହ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ,

ବି-ଟାଉନରେ ଗଣେଶ ପୂଜାର କ୍ରେଜ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ତାରକା
ବି-ଟାଉନରେ ଗଣେଶ ପୂଜାର କ୍ରେଜ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ତାରକା

ହାଇଦ୍ରାବାଦ: ଆଜି ପବିତ୍ର ଗଣେଶ ଚତୁର୍ଥୀ। ପୁର ଠାରୁ ପଲ୍ଲି ସବୁଠି ବାପ୍ପାଙ୍କ ପୂଜା ଧୁମଧାମରେ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଗଣେଶ ଉତ୍ସବକୁ ପାଳନ କରିବା ସହ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେତେକ ସେଲିବ୍ରିଟି ନିଜ ଘରେ ଧୁମଧାମରେ ପୂଜାର୍ଚ୍ଚନା କରିଥିବା ବେଳେ ଅନେୟ କେତେକ ଫ୍ୟାନ୍ସ ପେଣ୍ଡାଲରେ ଗଣପତି ଜୀଙ୍କ ଦର୍ଶନ କରିଛନ୍ତି। ଏବଂ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପବିତ୍ର ଦିନର ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଲିଆ ଭଟ୍ଟ
ପବିତ୍ର ଦିନର ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଲିଆ ଭଟ୍ଟ

ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଆଲିଆ ଭଟ୍ଟ, କାର୍ତ୍ତିକ ଆର୍ଯ୍ୟନ, ଅନନ୍ୟା ପାଣ୍ଡେ, କରୀନା କପୁର ଖାନ ଏବଂ ଅନ୍ୟାନ୍ୟ ଅଭିନେତାମାନେ ଏହି ଶୁଭ ଦିନରେ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଶୁଭ ଅବସରରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଏବଂ ଅଭିନେତା ଗୋବିନ୍ଦାଙ୍କୁ ତାଙ୍କ ପରିବାର ସହ ପେଣ୍ଡାଲରେ ଗଣପତିଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ସାରା ଅଲି ଖାନ ଏବଂ ମଲାଇକା ଆରୋରା ମଧ୍ୟ ପବିତ୍ର ଦିନର ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପବିତ୍ର ଦିନର ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କରୀନା କପୁର ଖାନ
ପବିତ୍ର ଦିନର ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କରୀନା କପୁର ଖାନ

କାର୍ତ୍ତିକ ଆର୍ଯ୍ୟନ୍ ପ୍ରଭୁ ଗଣେଶଙ୍କୁ ପ୍ରାର୍ଥନା କରିବା ପାଇଁ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କୁ ଭେଟିଥିଲେ। ଏହି ଅବସରରେ କାର୍ତ୍ତିକ ହ୍ବାଇଟ ପ୍ୟାଣ୍ଟ ସହ ଯୋଡି ହୋଇଥିବା ଏକ କୁର୍ତ୍ତାରେ ନଜର ଆସିଥିଲେ। ଇନଷ୍ଟାଗ୍ରାମରେ ଉତ୍ସବର ଏକ ଫଟୋ ସେୟାର କରି କାର୍ତ୍ତିକ ଲେଖିଛନ୍ତି, "ବର୍ଷର ଆନନ୍ଦଦାୟକ ସମୟ। ଗଣପତି ବାପ୍ପା ମୋରିଆ।"

ସେହିପରି ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ ଉତ୍ସବରୁ ଦୁଇଟି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ବାପ୍ପାଙ୍କୁ ସ୍ବାଗତ।" ଫଟୋରେ ସେ ନିଜ ପରିବାର ସହ ପୋଜ୍ କରୁଥିବା ନଜର ଆସିଛନ୍ତି। ଆଲିଆ ଭଟ୍ଟ ଏବଂ କରୀନା କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେମାନଙ୍କ ଫ୍ୟାନ୍ସଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି।

ଅଭିନେତା ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀ ଏକ୍ସରେ ବାପ୍ପାଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଛନ୍ତି। ଅକ୍ଷୟ ଟୁଇଟ୍ କରି କହିଛନ୍ତି, "ଆମେ ଆଜି ଆମ ଘରେ ଏବଂ ହୃଦୟରେ ଭଗବାନ ଗଣେଶଙ୍କୁ ସ୍ୱାଗତ କରୁଛୁ, ସେ ସମସ୍ତଙ୍କ ବାଧାବିଘ୍ନ ଦୂର କରି ଆମ ଜୀବନକୁ ଆନନ୍ଦ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ କରନ୍ତୁ। ଗଣପତି ବାପ୍ପା ମୋରିଆ। ସମସ୍ତଙ୍କୁ ଶୁଭେଚ୍ଛା। ସେହିପରି ସୁନୀଲ ଲେଖିଛନ୍ତି, "ଗଣପତି ବାପ୍ପାଙ୍କ ଆଗମନ ଆମ ଜୀବନରେ ସୁଖ, ସମୃଦ୍ଧି ଏବଂ ଜ୍ଞାନରେ ପରିପୂର୍ଣ୍ଣ କରନ୍ତୁ। ସମସ୍ତଙ୍କ ଖୁସି ଏବଂ ଆଶୀର୍ବାଦ କାମନା କରୁଛି।"

  • As we welcome Lord Ganesha in our homes and hearts today, may He remove all obstacles and fill our lives with joy and prosperity. Ganpati Bappa Morya!
    गणेश चतुर्थी की हार्दिक शुभकामनाएँ 🙏🏻 pic.twitter.com/NHPEf7XUsV

    — Akshay Kumar (@akshaykumar) September 19, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ସିଦ୍ଧବିନାୟକ ମନ୍ଦିରରେ ଉର୍ଫି ଜାଭେଦ, ଫ୍ୟାନ୍‌ଙ୍କ ଦୃଷ୍ଟି ଆକର୍ଷଣ କଲା ଅଭିନେତ୍ରୀଙ୍କ ଚଷମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.