ETV Bharat / entertainment

Odisha Train Tragedy: ଗୀତରେ ଗୀତରେ ମୋଦି ସରକାରଙ୍କୁ ନିଶାନା କଲେ କଣ୍ଠଶିଳ୍ପୀ ନେହା

author img

By

Published : Jun 7, 2023, 1:26 PM IST

Updated : Jun 7, 2023, 1:48 PM IST

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ଏମିତି ଗୀତ ଗାଇଲେ ନେହା ସିଂ ରାଥୋର
ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ଏମିତି ଗୀତ ଗାଇଲେ ନେହା ସିଂ ରାଥୋର

ନେହା ସିଂ ରାଥୋର୍ ସର୍ବଦା ନିଜ ଗୀତ ସହ ଶିରୋନାମାରେ ରହିଥିବା ବେଳେ ଏବେ ଓଡ଼ିଶାରେ ଘଟିଥିବା ଯନ୍ତ୍ରଣାଦାୟକ ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ନୂଆ ଗୀତ ଗାଇଛନ୍ତି । ଗୀତରେ ନେହା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଏହି ଦୁର୍ଘଟଣାର ଦାୟୀ କିଏ ଏବଂ ଭାରତୀୟ ରେଳର ଅବସ୍ଥା କେବେ ସୁଧୁରିବ ବୋଲି ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଏହି ଗୀତ ଏବେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ଏମିତି ଗୀତ ଗାଇଲେ ନେହା ସିଂ ରାଥୋର

ପାଟନା: ବିହାର-ୟୁପିର ଲୋକପ୍ରିୟ ଲୋକ ଗାୟିକା ନେହା ସିଂ ରାଥୋର ନିଜ ଗୀତ ମାଧ୍ୟମରେ ସାମାଜିକ ପ୍ରସଙ୍ଗ ଉଠାଇ ସର୍ବଦା ଚର୍ଚ୍ଚାରେ ଥାନ୍ତି । ପୂର୍ବରୁ ନେହା ନୂତନ ସଂସଦ ଗୃହ, ସେଙ୍ଗୋଲ ଏବଂ କୁସ୍ତି ଝିଅମାନଙ୍କୁ ନ୍ୟାୟ ନଦେବା ଉପରେ ପ୍ରଶ୍ନ ଉଠାଇ ଗୀତ ଗାଇଥିଲେ । ତେବେ ଏବେ ତାଙ୍କର ଆଉ ଏକ ନୂଆ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ଗୀତ ଗାଇଛନ୍ତି । ସେ ଗୀତରେ ଗୀତରେ ପିଏମ ମୋଦିଙ୍କୁ ଟାର୍ଗେଟ କରି ଏହି ଗୀତ ଗାଇଛନ୍ତି ।

ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଗଭୀର ଶୋକପ୍ରକାଶ କରିଛନ୍ତି ନେହା । ସେ ନିଜ ଗୀତ ମାଧ୍ୟମରେ ଦୁର୍ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଗାଇଛନ୍ତି, 'କବଚ୍ ନା ରାହେ ଟ୍ରେନ୍ ମେ, ଦୁର୍ଘଟଣା ଭଇଲ୍ ଭାରୀ' । ଗୀତ ମାଧ୍ୟମରେ ସେ ଏହି ଦୁର୍ଘଟଣାର ଦାୟୀ କିଏ ଏବଂ ଭାରତୀୟ ରେଳର ଅବସ୍ଥା କେବେ ସୁଧୁରିବ ଏବଂ ସେ କହିଛନ୍ତି, ସୁରକ୍ଷା କବଚ ଅଭାବରୁ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ତେବେ ତାଙ୍କର ଏହି ଗୀତକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି । ଦୁଇ ଦିନ ମଧ୍ୟରେ ଟ୍ୱିଟରରେ 8 ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିସାରିଲେଣି ।

ନେହା ତାଙ୍କ ଗୀତ ମାଧ୍ୟମରେ ସରକାରଙ୍କୁ ପଚାରିଛନ୍ତି- "କବଚ୍ ନା ରହେ ଟ୍ରେନ୍ ମେ, ଦୁର୍ଘଟଣା ଭଇଲ ଭରୀ, ତୋହର କାଇସାନ୍ ଚୌକିଦାରୀ, ଏଜି କେସନ ଜିମଦାରୀ, କବଚ୍ କେ ପୈସା କେ କର ହସାବ, ଏ କଲ୍କି ଅବତାର, ତୁ କହା ନିବାଭାଲ ୟାରି, ତୋହର କାଇସାନ ଚୌକିଦାରୀ, ତିନି ଲକ୍ଷ ବାର ହଜାର ହଜାର ଅଧିକ କର୍ମଚାରୀ, ନା ସେଫ୍ଟି ନା ମେଣ୍ଟେନାନ୍ସ, ଅର୍ ଟ୍ରୈକିଆ କେ ସୁଧାରୀ, ତୋହର କେସନ୍…ଅରେ କେହୁଙ୍କ ବେଟା ବେଟି ମରଲେ, କେହୁଙ୍କ ପିତା ମହତାରୀ, ଅର ୟାହାଁ କରେଲ ବାଡେ ସାହେବ, 2024 କି ତୈୟାରୀ, ଅଚ୍ଛା ଦିନ, ଧନ୍ୟବାଦ, ଅବ ଇସ୍ତଫା କରୋ ଜାରି, କସର ମସାର ଜିନ୍ କର କର, ଅବ ଗୁନା ଗନେଗାରୀ, କବଚ୍ ନା ରହେ ଟ୍ରେନ୍ ମେ, ଦୁର୍ଘଟଣା ଭଇଲ ଭରୀ, ଏଜି କେସନ ଜିମଦାରୀ, ତୋହର କାଇସାନ୍ ଚୌକିଦାରୀ।''

ସୂଚନା ଥାଉ କି, ଗତ 2 ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନାଗା ଠାରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହିପରି ତିନୋଟି ଟ୍ରେନ୍ ଧକ୍କା ହେତୁ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଯାହାକୁ ଦେଶର ଲୋକମାନେ କେବେ ଭୁଲି ପାରିବେ ନାହିଁ । ଏହି ଦୁର୍ଘଟଣାର ଯନ୍ତ୍ରଣା ବର୍ଷ ବର୍ଷ ଧରି ଲୋକଙ୍କ ମନରେ ସତେଜ ରହିବ । ସରକାରୀ ଆକଳନ ଅନୁଯାୟୀ, ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ 288 ଜଣ ପ୍ରାଣ ହରାଇଛନ୍ତି ଏବଂ 1000ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ।

Last Updated :Jun 7, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.