ETV Bharat / entertainment

Jawan Special Screening: ରିୟଲ ଲାଇଫ୍‌ ଯବାନଙ୍କ ପାଇଁ ମୁମ୍ବାଇରେ ସ୍ପେଶାଲ ସ୍କ୍ରିନିଂ

author img

By ETV Bharat Odisha Team

Published : Sep 11, 2023, 12:10 PM IST

ଜବାନ
ଜବାନ

ବଲିଉଡ କିଙ୍ଗ ଖାନଙ୍କ 'ଜବାନ'କୁ ଏବେ ସବୁଠି ଚର୍ଚ୍ଚା । ଏସବୁ ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଅଟଲି ଦେଶର ରିୟଲ ଲାଇଫ୍‌ ଯବାନଙ୍କ ପାଇଁ ମୁମ୍ବାଇରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଦେଶର ରିୟଲ ଲାଇଫ୍‌ ଜବାନ୍‌ଙ୍କ ପାଇଁ ହେଲା ‘ଜବାନ’ର ସ୍ପେଶାଲ ସ୍କ୍ରିନିଂ । ରବିବାର ଦିନ ଶାହରୁଖ ଖାନଙ୍କ ଅଭିନୀତ ତଥା ଆଟଲେ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଜବାନ'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ଭାରତୀୟ ସେନା ସୈନିକ, ପୋଲିସ କର୍ମଚାରୀ ଏବଂ ଟ୍ରାଫିକ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ 'ଜବାନ୍' ମୁକ୍ତିଲାଭ କରିଥିଲା ​​ଏବଂ ସେବେଠାରୁ ଏହା ବକ୍ସ ଅଫିସରେ ଧମାଲ ମଚାଉଛି ।

ଏହା ମଧ୍ୟ ପଢନ୍ତୁ: ଜବାନ କ୍ରେଜ୍‌: ଶାହାରୁଖଙ୍କ ଫିଲ୍ମ ଦେଖିବାକୁ ଟ୍ରାକ୍ଟର, ଶଗଡ ଗାଡି ଓ ଜେସିବିରେ ଆସିଲେ ଫ୍ୟାନ୍ସ

ରିଅଲ୍ ଲାଇଫ୍ ସୈନିକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ

ଜବାନର ନିର୍ଦ୍ଦେଶକ ଅଟଲି ମୁମ୍ବାଇରେ ଦେଶର ରିଅଲ୍ ଲାଇଫ୍ ହିରୋ ଯଥା ପୋଲିସ୍ ଅଧିକାରୀ, ଭାରତୀୟ ସେନା ଏବଂ ଟ୍ରାଫିକ୍ ପୋଲିସ୍ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ । 'ଜବାନ' ଦେଖିବା ପରେ ପ୍ରଶଂସକଙ୍କ ସକରାତ୍ମକ ପ୍ରତିକ୍ରିୟା ଉପରେ ଶାହାରୁଖ ଏକ୍ସ (ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା)ରେ ଏକ ନୋଟ୍‌ ସେୟାର କରି ଲେଖିଥିଲେ, 'ଜବାନଙ୍କ ପ୍ରତି ଆପଣ ସମସ୍ତଙ୍କର ଭଲପାଇବା ଏବଂ ପ୍ରଶଂସା ପାଇଁ ଧନ୍ୟବାଦ, ସୁରକ୍ଷିତ ଏବଂ ଖୁସିରେ ରୁହନ୍ତୁ ... ଦୟାକରି ଚଳଚ୍ଚିତ୍ରକୁ ଉପଭୋଗ କରନ୍ତୁ। ଫଟୋ ଏବଂ ଭିଡିଓ ପଠାନ୍ତୁ । ମୁଁ ଶୀଘ୍ର ସମସ୍ତଙ୍କୁ ଦେଖିବା ପାଇଁ ପୁଣି ଥରେ ଫେରିବି । ସେପର୍ଯ୍ୟନ୍ତ ଫିଲ୍ହହଲ୍‌ରେ ଜବାନ ସହ ପାର୍ଟି କରନ୍ତୁ, ଅନେକ ଭଲପାଇବା ଏବଂ କୃତଜ୍ଞତା ।

ଏହା ମଧ୍ୟ ପଢନ୍ତୁ: Maharaja Poster: 'ଜବାନ୍' ପରେ 'ମହାରାଜା'ରେ ବିଜୟ ସେଥୁପତି, 50ତମ ଫିଲ୍ମର ଖତରନାକ ପୋଷ୍ଟର ଜାରି

ବକ୍ସ ଅଫିସରେ ଧମାଲ ମଚାଉଛି ଜବାନ

କିଙ୍ଗ ଖାନ୍‌ଙ୍କ ଫିଲ୍ମ ଜବାନ ବକ୍ସ ଅଫିସରେ ତୃତୀୟ ଦିନରେ ଭାରତରେ 68.72 କୋଟି ଟଙ୍କା କଲେକ୍ସନ୍‌ କରିଛି । ଫିଲ୍ମର ହିନ୍ଦୀ ସଂସ୍କରଣର କଲେକ୍ସନ ବର୍ତ୍ତମାନ ଭାରତରେ 180.45 କୋଟିରେ ପହଞ୍ଚିଛି । ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ Xରେ ଲେଖିଛନ୍ତି, 'ସୁନାମି-ତୁଫାନ୍-ଟାଇଫୁନ୍... ଜବାନ୍ ମାତ୍ର ତିନି ଦିନର କଲେକ୍ସନ ସହିତ ବକ୍ସ ଅଫିସରେ କମାଲ ଦେଖାଇଛି। ଚତୁର୍ଥ ଦିନ ପାଇଁ ଅପେକ୍ଷା କର, ପିକ୍ଚର ଏବେ ବାକି ଅଛି । ଏହି ଚଳଚ୍ଚିତ୍ର ଗୁରୁବାର ଦିନ 65.50 କୋଟି, ଶୁକ୍ରବାର ଦିନ 46.23 କୋଟି, ଶନିବାର ଦିନ 68.72 କୋଟି ଏବଂ ମୋଟ 180.45 କୋଟି କଲେକ୍ସନ କରିଛି।

ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ 'ଜବାନ୍' ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । 'ଜବାନ'ର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ପିତା ଏବଂ ପୁଅର କାହାଣୀ ଯାହା ସାମାଜିକ ତଥା ରାଜନୈତିକ ପ୍ରସଙ୍ଗ ଉପରେ ନିର୍ମିତ ହୋଇଛି । ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ଓପନିଂ ଦିନରେ ଏହା 129.6 କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ସହିତ 'ଜବାନ୍' ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଇତିହାସରେ ସବୁଠାରୁ ବଡ଼ ଓପନର ଫିଲ୍ମ ହୋଇପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.