ETV Bharat / entertainment

ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେଲା ଶମଶେରା, ଦୁଃଖ ବଖାଣିଲେ ନିର୍ଦ୍ଦେଶକ କରଣ ମଲହୋତ୍ରା

author img

By

Published : Jul 28, 2022, 5:23 PM IST

ବକ୍ସଅଫିସ୍‌ରେ ଫ୍ଲପ୍‌ ହେଲା ଶମଶେରା, ଦୁଃଖ ବଖାଣିଲେ ନିର୍ଦ୍ଦେଶକ କରଣ ମଲହୋତ୍ରା
ବକ୍ସଅଫିସ୍‌ରେ ଫ୍ଲପ୍‌ ହେଲା ଶମଶେରା, ଦୁଃଖ ବଖାଣିଲେ ନିର୍ଦ୍ଦେଶକ କରଣ ମଲହୋତ୍ରା

ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେଲା ଶମଶେରା । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ କରଣ ମଲହୋତ୍ରା ସୋସିଆଲ ମିଡିଆରେ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରଣବୀର କପୁର 'ଶମଶେରା' ଫିଲ୍ମ ସହିତ ଚାରି ବର୍ଷ ପରେ ବଡ ପରଦାକୁ ଫେରିଥିଲେ। ତେଣୁ ପ୍ରଶଂସକଙ୍କର ମଧ୍ୟ ରଣବୀରଙ୍କ ଉପରେ ପୂରା ଭରସା ଥିଲା କି, ଏଥର ପରଦାରେ ଫିଲ୍ମଟି ଧମାଲ ମଚାଇବ। କିନ୍ତୁ ଦର୍ଶକ ରଣବୀର କପୁରଙ୍କ ଉପରେ ଯେଉଁ ଆଶା ରଖିଥିଲେ ତାହା ଆଶାରେ ହିଁ ରହିଗଲା । ଏହି ଚଳଚ୍ଚିତ୍ରଟି ଜୁଲାଇ 22 ରେ ସାରା ବିଶ୍ୱର ସିନେମା ହଲରେ ମୁକ୍ତିଲାଭ କରିଥିଲା ​​। 150 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଛଅ ଦିନରେ ମାତ୍ର ୩୮.୪୫ କୋଟି ଟଙ୍କା କଲେକସନ୍‌ କରିଛି । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ କରଣ ମଲହୋତ୍ରା ଫିଲ୍ମ ଫ୍ଲପ ହେବା ପରେ ସୋସିଆଲ ମିଡିଆରେ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।

'ତୁମେ ମୋର, ଶମଶେରା'

ଏହି ପରିପ୍ରେକ୍ଷୀରେ କରଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, 'ମୋର ପ୍ରିୟ ଶମଶେରା, ତୁମେ ତେଜସ୍ବୀ ଅଟ, ଏହି ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିବା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସେହି ସ୍ଥାନ ଯେଉଁଠାରେ ଆପଣଙ୍କ ପାଇଁ ପ୍ରେମ, ଘୃଣା, ଉତ୍ସବ ଏବଂ ଅପମାନ ସବୁକିଛି ଅଛି । ଗତ କିଛି ଦିନ ଧରି ତୁମକୁ ଏହିପରି ଛାଡି ଦେଇଥିବାରୁ ମୁଁ ବାରମ୍ବାର ତୁମକୁ କ୍ଷମା ମାଗୁଛି, କାରଣ ମୁଁ ସେହି ଘୃଣା ଏବଂ କ୍ରୋଧ ସହି ପାରୁନଥିଲି ।

'ଏହି ପ୍ରେମକୁ କେହି ଛଡ଼ାଇ ପାରିବେ ନାହିଁ'

କରଣ ମାଲହୋତ୍ରା ଆହୁରି ଲେଖିଛନ୍ତି, 'ଏହିପରି ସମ୍ପର୍କ ଭାଙ୍ଗି ରହିବା ମୋର ଦୁର୍ବଳତା ଥିଲା ଏବଂ ଏଥିପାଇଁ କୌଣସି ବାହାନା ନାହିଁ । କିନ୍ତୁ ଏବେ ମୁଁ ଏଠାରେ ଅଛି, ତୁମ ସହିତ ଠିଆ ହୋଇଛି, ଗର୍ବ ଏବଂ ସମ୍ମାନିତ ଅନୁଭବ କରୁଛି କି ତୁମେ ମୋର, ଆମେ ଦୁହେଁ ପ୍ରତ୍ୟେକ ଜିନିଷର ସାମ୍ନା ଏକାଠି କରିବା, ଭଲ, ଖରାପ ଏବଂ ଅସୁନ୍ଦର ସବୁର ସାମ୍ନା କରିବା ଏବଂ ଶମଶେରା ପରିବାର, କାଷ୍ଟ ଏବଂ କ୍ରୁଙ୍କୁ ଅନେକ ଅଭିନନ୍ଦନ, ଆମ ଉପରେ ଯେଉଁ ଭଲପାଇବା, ଯତ୍ନ ଏବଂ ଆଶୀର୍ବାଦ ଅଛି, ଏହା ବହୁତ ମୂଲ୍ୟବାନ ଅଟେ ଏବଂ କେହି ଏହାକୁ ଆମଠାରୁ ଛଡ଼ାଇ ନେଇ ପାରିବେ ନାହିଁ '।

'ଶମଶେରା'ର କଲେକ୍ସନ

ଫିଲ୍ମଟି ପ୍ରଥମ ଦିନରେ ୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ଦ୍ବିତୀୟ ଦିନରେ ୧୦କୋଟି ଏବଂ ରବିବାର ଦିନ ୧୧ କୋଟି ବ୍ୟବସାୟ କରିଛି । ସୋମବାର ଅର୍ଥାତ୍‌ ଚତୁର୍ଥ ଦିନରେ ୨.୮୫ କୋଟି କରିଥିବା ବେଳେ ମଙ୍ଗଳବାର ୨.୫୦ କୋଟିରେ ପହଞ୍ଚିଛି । କିନ୍ତୁ ବୁଧବାର ଦିନ ୨.୧୦ କୋଟି କରିଛି । ରଣବୀର କପୁର, ବାଣୀ କପୁର, ସଞ୍ଜୟ ଦତ୍ତ, ରୋନିତ ରୟ ଏବଂ ସୌରଭ ଶୁକ୍ଲାଙ୍କ ଭଳି ଦିଗ୍ଗଜ ତାରକାଙ୍କ ଦ୍ୱାରା ସଜ୍ଜିତ ଏହି ଫିଲ୍ମ ପାଞ୍ଚ ଦିନରେ 50 କୋଟି ଟଙ୍କା ବି ଛୁଇଁ ପାରିଲାନାହିଁ । ନିର୍ଦ୍ଦେଶକ କରଣ ମଲହୋତ୍ରା ୧୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ କରିଥିଲେ ଏହି ଫିଲ୍ମ । ଏହା ସାରା ଦେଶରେ ୪,୩୫୦ଟି ପରଦାରେ ରିଲିଜ୍‌ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରୁ ଜଣାପଡୁଛି ଫିଲ୍ମଟି ଫ୍ଲପ୍‌ ହେବା ସହ ଅନେକ କ୍ଷତି ସହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.