ETV Bharat / entertainment

ସଙ୍ଗୀତ ପରିବେଷଣ ବେଳେ ଟଳି ପଡିଲେ ଗାୟକ ପେଡ୍ରୋ ହେନ୍ରିକେ

author img

By ETV Bharat Odisha Team

Published : Dec 15, 2023, 3:06 PM IST

Brazilian Singer Pedro Henrique Death: ଲାଇଭ୍ ପ୍ରଦର୍ଶନ ସମୟରେ ବ୍ରାଜିଲର ଗାୟକ ପେଡ୍ରୋ ହେନ୍ରିକେଙ୍କ ମୃତ୍ୟୁ ଘଟିଛି । ହୃଦଘାତରେ ଗାୟକଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ସୋସିଆଲ ମିଡିଆରେ ଗାୟକଙ୍କ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ବେଶ ଆଶ୍ଚର୍ଯ୍ୟ ହେବା ସହ ଗାୟକଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁନାହାନ୍ତି । ଅଧିକ ପଢନ୍ତୁ,

ଲାଇଭ୍ ପରଫରର୍ମାନ୍ସ ରେ ଟଳି ପଡିଲେ ଗାୟକ , ହୃଦଘାତରେ ଚାଲିଗଲା ପେଡ୍ରୋ ହେନ୍ରିକେଙ୍କ ଜୀବନ
ଲାଇଭ୍ ପରଫରର୍ମାନ୍ସ ରେ ଟଳି ପଡିଲେ ଗାୟକ , ହୃଦଘାତରେ ଚାଲିଗଲା ପେଡ୍ରୋ ହେନ୍ରିକେଙ୍କ ଜୀବନ

ଲାଇଭ୍ ପରଫରର୍ମାନ୍ସ ରେ ଟଳି ପଡିଲେ ଗାୟକ , ହୃଦଘାତରେ ଚାଲିଗଲା ପେଡ୍ରୋ ହେନ୍ରିକେଙ୍କ ଜୀବନ

ହାଇଦ୍ରାବାଦ: ବ୍ରାଜିଲର ଗୋସପେଲ ଗାୟକ ପେଡ୍ରୋ ହେନ୍ରିକେଙ୍କ ଦେହାନ୍ତ ହୋଇଛି । ଲାଇଭ୍ ସଙ୍ଗୀତ ପରିବେଷଣ କରୁଥିବାବେଳେ ପ୍ରାଣବାୟୁ ଉଡିଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଗତ 13ତାରିଖରେ ମଞ୍ଚରେ ଗୀତ ପରିବେଷଣ ସମୟରେ ଟଳି ପଡିଛନ୍ତି । ତେବେ ସେ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ବର୍ଷ ବୟସ ହୋଇଥିଲା । ତେବେ କଣ୍ଠଶିଳ୍ପୀଙ୍କ ଲାଇଭ ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଏହି ହୃଦୟ ବିଦାରକ ଘଟଣା ଘଟିବାବେଳେ ହେନ୍ରିକେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ତାଙ୍କର ହିଟ୍ ଗୀତ 'ବେ ସେର ତାଓ ଲିଣ୍ଡୋ' ଗାଉଥିଲେ । ଯାହା ଉତ୍ତର-ପୂର୍ବ ବ୍ରାଜିଲର ଫିରା ଡି ସାଣ୍ଟାନା ସହରର ଏକ କନ୍ସର୍ଟ ହଲରୁ ଅନଲାଇନରେ ପ୍ରସାରିତ ହୋଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସେ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ସମୟରେ ସେ ହଠାତ୍‌ ମଞ୍ଚ ଉପରେ ଟଳି ପଡୁଛନ୍ତି । ପରେ ତାଙ୍କୁ ନିକଟସ୍ଥ କ୍ଲିନିକକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହୃଦଘାତରେ ସେ ପ୍ରାଣ ହରାଇଥିବା ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ହେନ୍ରିକେଙ୍କ ରେକର୍ଡ ଲେବଲ୍ ଟୋଡା ମ୍ୟୁଜିକ୍ ନିଶ୍ଚିତ କରିଛି ଯେ ଗାୟକଙ୍କ ମୃତ୍ୟୁର କାରଣ ହେଉଛି ହୃଦଘାତ । ଟୋଡା ମ୍ୟୁଜିକ୍ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, "ଜୀବନରେ ଏହା ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଯାହା ପାଇଁ ଆମ କାଖରେ କହିବାକୁ କିଛି ନାହିଁ । ଆମେ ବାସ୍ ଏହି ଘଟଣାକୁ ବୁଝିବାକୁ ଚେଷ୍ଟା କରୁଛୁ । ଏଥିସହ ରେକର୍ଡ ଲେବଲ୍ ହେନ୍ରିକେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି, ହେନ୍ରିକେ ଜଣେ ଖୁସମିଜାଜ୍ ଲୋକ, ସେ ସମସ୍ତଙ୍କର ବନ୍ଧୁ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।'

ଏହା ମଧ୍ୟ ପଢନ୍ତୁ: ୬୧ ବର୍ଷ ବୟସରେ ଏମି ବିଜେତା ଷ୍ଟାର ଆଣ୍ଡ୍ରି ବ୍ରୟରଙ୍କ ନିଧନ

ହେନ୍ରିକେଙ୍କ ବିଷୟରେ କହବାକୁ ଗଲେ, ତାଙ୍କ ପତ୍ନୀ ସୁଇଲାନ୍ ବୈରେଟୋ ଏବଂ ତାଙ୍କ ଝିଅ ବଞ୍ଚିଛନ୍ତି । ତାଙ୍କ ଝିଅ ଚଳିତ ବର୍ଷ ୧୯ ଅକ୍ଟୋବରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ତିନି ବର୍ଷ ବୟସରେ ତାଙ୍କର ଗୀତ କ୍ୟାରିଅର୍ ଆରମ୍ଭ କରିଥିବା ପେଡ୍ରୋ ହେନ୍ରିକେ 2015ରେ ୟୁଟ୍ୟୁବରେ ତାଙ୍କର ମ୍ୟୁଜିକ୍ ଭିଡିଓ ସହ ଲୋକପ୍ରିୟତା ହାସଲ କରିଥିଲେ । ସେ 2019 ପର୍ଯ୍ୟନ୍ତ ଏକ ସ୍ଥାନୀୟ ବ୍ୟାଣ୍ଡର ଏକ ଅଂଶ ଥିଲେ । କିନ୍ତୁ ଏହା ପରେ ସେ ନିଜର ଏକକ କ୍ୟାରିଅର୍ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.