ETV Bharat / entertainment

ଦେ ଦେ ଫ୍ୟାର ଦେ ସ୍ବିକେଲ ସହ ପରଦାକୁ ଫେରିବେ ଅଜୟ ଦେବଗନ, ପୁଣି ରକୁଲଙ୍କ ସହ ଆସିବେ ନଜର

author img

By ETV Bharat Odisha Team

Published : Aug 30, 2023, 3:36 PM IST

ଦେ ଦେ ଫ୍ୟାର ଦେ ସ୍ବିକେଲ ସହ ପରଦାକୁ ଫେରିବେ ଅଜୟ ଦେବଗନ, ପୁଣି ରକୁଲଙ୍କ ସହ ଆସିବେ ନଜର
ଦେ ଦେ ଫ୍ୟାର ଦେ ସ୍ବିକେଲ ସହ ପରଦାକୁ ଫେରିବେ ଅଜୟ ଦେବଗନ, ପୁଣି ରକୁଲଙ୍କ ସହ ଆସିବେ ନଜର

ଅଜୟ ଦେବଗନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେ ଦେ ଫ୍ୟାର ଦେ ଫିଲ୍ମର ସିକ୍ବେଲ ଆସିବାକୁ ଯାଉଛି। ଫିଲ୍ମର ସ୍ବିକେଲ ସେହିଠାରୁ ଆରମ୍ଭ ହେବ ଯେଉଁଠାରୁ ଫିଲ୍ମର କ୍ଲାଇମେକ୍ସ ହୋଇଥିଲା। ଏହି ଫିଲ୍ମରେ ପୁଣି ଅଜୟ ରକୁଲଙ୍କ ଯୋଡିକୁ ଦେଖିବାକୁ ମିଳିବ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବଲିଉଡ ସିଂଘମ ଅଜୟ ଦେବଗନ ଏବଂ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଅଭିନୀତ 'ଦେ ଦେ ପ୍ୟାର ଦେ ଫିଲ୍ମ'ର ସିକ୍ବେଲ ଆସିବାକୁ ଯାଉଛି । ଏହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭରୁ ହେବ । ଫିଲ୍ମର ସ୍ବିକେଲ୍‌ ସେହିଠାରୁ ଆରମ୍ଭ ହେବ ଯେଉଁଠାରୁ ଫିଲ୍ମର କ୍ଲାଇମେକ୍ସ ହେବ ବୋଲି ଜଣାପଡିଛି । ନିକଟରେ ଲଭ୍‌ ରଞ୍ଜନଙ୍କ ସହ ଅଜୟ ଦେବଗନ ସାକ୍ଷାତ କରିଥିଲେ । ଲଭ ଏବଂ ତରୁଣ ରଞ୍ଜନ ଫିଲ୍ମର ଲେଖକ ଅଟନ୍ତି । ବର୍ତ୍ତମାନ ଲେଖକ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ଯାହା ପ୍ରଥମ ଭାଗକୁ ଆଗକୁ ନେବ । ପ୍ରଥମ ବାଗରେ ଆଶିଷଙ୍କ ପରିବାରର କାହାଣୀ ଦେଖାଯାଇଥିବା ବେଳେ 2ୟ ଭାଗରେ ଆୟଶାଙ୍କ ପରିବାରର କାହାଣୀ ଦେଖିବାକୁ ମିଳିବ ।

'ଦେ ଦେ ପ୍ୟାର ଦେ' ବକ୍ସ ଅଫିସରେ 100କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଥିଲା । ଦର୍ଶକ ମଧ୍ୟ ଏହି ଫିଲ୍ମକୁ ବେଶ ପସନ୍ଦ କରିଥିଲେ । ଏହି ପିଲ୍ମରେ ଅଜୟ ଦେବଗନ, ରକୁଲ ପ୍ରୀତ ସିଂ ଏବଂ ତବୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁସାରେ, ଦେ ଦେ ପ୍ୟାର ଦେ ଫିଲ୍ମର ସିକ୍ବେଲ ଆସିବାକୁ ଯାଉଛି । ସମାନ କାଷ୍ଟ ସହ ନିର୍ମାତା ଏହି ଫିଲ୍ମ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି । ଆସନ୍ତା ବର୍ଷ ଆରମ୍ଭରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ପ୍ରଥମ ଫିଲ୍ମଟିକୁ ଲଭ୍‌ ରଞ୍ଜନ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ସିକ୍ବେଲକୁ ଅଂଶୁଲ ଶର୍ମା ନିର୍ଦ୍ଦେଶନା ଦେବେ । ଯିଏ 'ସୋନୁ କି ଟିଟୁ କି ସ୍ବିଟି' ଏବଂ 'ତୁ ଝୁଟି ମେ ମକ୍କାର' ଭଳି ହିଟ୍ ଫିଲ୍ମରେ କ୍ରିଏଟିଭ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଏହା ମଧ୍ୟ କୁହାଯାଉଛି ଯେ, ଅଜୟ ରୋହିତ ସେଟ୍ଟୀଙ୍କ ଫିଲ୍ମ ସିଂଘମ ଏଗେନର ସୁଟିଂ ଶେଷ କରିବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ଅଜୟଙ୍କ ସିକ୍ବେଲ ଫିଲ୍ମ ଗୁଡିକର କଥା କହିବାକୁ ଗଲେ, ଗୋଲମାଲ, ସିଂଘମ ଭଳି ଫିଲ୍ମ ସିକ୍ବେଲ ବେଶ ହିଟ୍‌ ହେବା ସହ ଲୋକପ୍ରିୟତା ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଅଜୟଙ୍କ ଭଉଣୀ ହେବେ ଦୀପିକା ପାଦୁକୋନ, ରୋହିତ ଶେଟ୍ଟୀଙ୍କ ସିଙ୍ଘମ୍ 3ରେ ହେଲା ଏଣ୍ଟ୍ରି

ଅଜୟ ଆଗାମୀ ଦିନରେ ନୀରଜ ପାଣ୍ଡେଙ୍କ ଫିଲ୍ମ 'ଔରୋ ମେ କହା ଦମ ଥା' ରେ ନଜର ଆସିବେ । ଏହି ଫିଲ୍ମରେ ସେ ପୁଣି ତବୁଙ୍କ ସହ ସ୍କ୍ରିନ୍‌ ସେୟାର କରିବେ । ଫିଲ୍ମରେ ଅଜୟ, ତବୁଙ୍କ ବ୍ୟତୀତ ଜିମି ଶେର୍ଗିଲ, ଶାନ୍ତନୁ ମହେଶ୍ବରୀ ଏବଂ ସାଇ ମଞ୍ଜରେକର ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ମ୍ୟୁଜିକ୍‌କୁ ଓସ୍କାର୍‌ ବିଜେତା ଏମ କାରଭାନୀ ରଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.