ETV Bharat / entertainment

କୋର୍ଟରେ ପାସପୋର୍ଟ ଜମା କଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, କାହିଁକି ଜାଣନ୍ତୁ

author img

By

Published : Mar 23, 2023, 4:50 PM IST

ପଟିଆଲା ହାଉସ କୋର୍ଟରେ ପାସପୋର୍ଟ ଜମା କଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ
ପଟିଆଲା ହାଉସ କୋର୍ଟରେ ପାସପୋର୍ଟ ଜମା କଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ପଟିଆଲା ହାଉସ କୋର୍ଟରେ ପାସପୋର୍ଟ ଜମା କଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ୨୦୦ କୋଟି ଟଙ୍କା ଠକେଇ ମାମଲାର ପରବର୍ତ୍ତୀ ଶୁଣାଣୀ ଏପ୍ରିଲ 5ରେ ହେବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡେରିଂ ମାମଲା । ମାମଲାରେ ଅନ୍ୟତମ ଅଭିଯୁକ୍ତ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ପଟିଆଲା ହାଉସ କୋର୍ଟରେ ନିଜ ପାସପୋର୍ଟ ଦାଖଲ କରିଛନ୍ତି । ଜ୍ୟାକଲିନଙ୍କ ଓକିଲ କୋର୍ଟଙ୍କ କହିଛନ୍ତି, "ଜ୍ୟାକଲିନ ବିଦେଶରୁ ଫେରିଥିବା ବେଳେ ଏବେ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରିଛନ୍ତି ।" ଏଥିସହ କୋର୍ଟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲଙ୍କୁ କହିଥିଲେ ଯେ ଆପଣଙ୍କ ମହକିଲଙ୍କୁ ଆଇନର ବ୍ୟବସ୍ଥାକୁ ଗମ୍ଭୀରତାର ସହ ନେବାକୁ କୁହନ୍ତୁ ।

ସୂଚନା ଅନୁସାରେ, 27 ଜାନୁଆରୀରେ କୋର୍ଟ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦୁବାଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ବିଦେଶରୁ ଫେରିଥିବା ବେଳେ ଏବେ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରିଛନ୍ତି ଅଭିନେତ୍ରୀ ଜ୍ୟାକଲିନ। ପୁନଃ ବିଦେଶ ଯାତ୍ରା ପାଇଁ ଅନୁମତି ମାଗୁଥିବା ଜ୍ୟାକଲିନଙ୍କ ପିଟିସନର ଶୁଣାଣି ସମୟରେ କୋର୍ଟ ଏହି ରାୟ ଦେଇଥିଲେ ।

ସେପଟେ 200 କୋଟି ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ମଧ୍ୟ ପଟିଆଲା ହାଉସ କୋର୍ଟରେ ଆଜି ହାଜର କରାଯାଇଥିଲା । ତାଙ୍କ ଜନ୍ମଦିନରେ ଜେଲ୍‌କୁ 5 କୋଟି 11 ଲକ୍ଷ ଟଙ୍କା ପ୍ରଦାନ ପ୍ରସ୍ତାବ ଉପରେ ସେ କହିଛନ୍ତି ଯେ ଏହା ମୋ ପକ୍ଷରୁ ଏକ ଛୋଟ ଉପହାର, ମୁଁ ଜଣେ ଭଲ ବ୍ୟକ୍ତି ହେବାକୁ ଚେଷ୍ଟା କରୁଛି । ଏଥିସହିତ ଏହି ମାମଲାରେ 3 ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ମଧ୍ୟ ବୃଦ୍ଧି କରିଛନ୍ତି କୋର୍ଟ ।

ଏଥି ସହିତ, ମାମଲାର ଶୁଣାଣି ସମୟରେ ଅନେକ ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଛି ଯେ ସେମାନେ ଏପର୍ଯ୍ୟନ୍ତ FSL ରିପୋର୍ଟ ପାଇନାହାଁନ୍ତି । କୋର୍ଟ ଏନେଇ କଡ଼ା ସ୍ବରରେ କହିଛନ୍ତି ଯେ ଯଦି ପରବର୍ତ୍ତୀ ଶୁଣାଣିରେ FSL ରିପୋର୍ଟ ନଆସେ ତେବେ ଏହା ଏହାର ନିର୍ଦ୍ଦେଶକଙ୍କୁ ପଚରାଯିବ। ତେବେ ପରବର୍ତ୍ତୀ ଶୁଣାଣି ସୁଦ୍ଧା FSL ରିପୋର୍ଟ ଦାଖଲ କରିବାକୁ କୋର୍ଟ ଇଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 5ରେ ହେବ ।

ସୂଚନା ଥାଉ କି, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଅନ୍ତର୍ଭୁକ୍ତ । ଜ୍ୟାକଲିନ ଏକ କାର ଏବଂ ଘର ସମେତ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ବହୁ ମୂଲ୍ୟବାନ ଉପହାର ନେଇଥିବା ଅଭିଯୋଗ ହୋଇଛି । ଏଥିସହ ଅଭିନେତ୍ରୀ ନୋରା ଫତେହି ମଧ୍ୟ ସାମିଲ ଥିବା କୁହାଯାଉଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ନଥିବା କଥା କହିଥିଲେ ନୋରା । ସେ ଆହୁରି କହିଥିଲେ ଯେ ସୁକେଶଙ୍କ ସହ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ । ଏଥିସହ ନୋରା ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଉପହାର ନେବାକୁ ମନା କରି ଦେଇଛନ୍ତି ଏବଂ ପରେ ସେ ନୋରା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନଙ୍କ ସହ ଏହି ପ୍ରସଙ୍ଗରେ ଅନେକ ମିଡିଆ ହାଉସ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ଦାଖଲ କରିଥିଲେ । ନୋରା ଫତେହି ଅଭିଯୋଗ କରିଥିଲେ ଯେ ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ନାମ ଜବରଦସ୍ତ ବ୍ୟବହାର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.