ETV Bharat / entertainment

Athiya Shetty Wedding: ବିବାହ ଗୁଜବ ଉପରୁ ପରଦା ହଟାଇଲେ ଆଥିଆ

author img

By

Published : Jul 13, 2022, 7:22 PM IST

ବିବାହ ଗୁଜବ ଉପରୁ ପରଦା ଉଠାଇଲେ ଆଥିଆ ଶେଟ୍ଟୀ
ବିବାହ ଗୁଜବ ଉପରୁ ପରଦା ଉଠାଇଲେ ଆଥିଆ ଶେଟ୍ଟୀ

କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ହାତ ଧରିବେ ଅଭିନେତ୍ରୀ ଆଥିଆ ଶେଟ୍ଟୀ । ବିବାହ ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଆସନ୍ତା ୩ ମାସ ଭିତରେ ଦୁହେଁ ବିବାହ କରିପାରନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଭିନେତା ସୁନୀଲ ଶେଟ୍ଟୀଙ୍କ ଘରେ ବାଜିବ ଶାହାନାଇ । କନିଆଁ ସାଜିବେ ତାଙ୍କ ଲାଡଲି ଝିଅ ଆଥିଆ ଶେଟ୍ଟୀ । କ୍ରିକେଟର୍‌ କେ.ଏଲ୍‌ ରାହୁଲଙ୍କୁ କରିବେ ଜୀବନସାଥୀ । ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ ଯେ, ସେମାନଙ୍କ ବିବାହ ଖବର ଏହିପରି ଚର୍ଚ୍ଚା ସୃଷ୍ଟି କରିଛି । କହିବାକୁ ଗଲେ ଏହା ପୂର୍ବରୁ ଆଥିଆ କିମ୍ବା ରାହୁଲ କେବେ ଏହି ବିଷୟରେ ସରକାରୀ କିମ୍ବା ସର୍ବସାଧାରଣରେ କୌଣସି ସୂଚନା ଦେଇନଥିଲେ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଖବର ଅନୁଯାୟୀ, କେ.ଏଲ୍ ରାହୁଲ ଏବଂ ଆଥିଆ ଆସନ୍ତା ତିନି ମାସ ମଧ୍ୟରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ମୋତେ ଆଶା ଅଛି କି 3 ମାସ ମଧ୍ୟରେ ହେବାକୁ ଥିବା ବିବାହକୁ ଆମନ୍ତ୍ରଣ କରାଯିବ। ରାହୁଲଙ୍କ ପରିବାର ଲୋକେ ନିକଟରେ ମୁମ୍ବାଇରେ ଆଥିଆଙ୍କ ପରିବାର ସହ ଭେଟିଛନ୍ତି । ଆଥିଆ ଓ ରାହୁଲ ନିଜ ପରିବାର ସହ ନୂଆ ଘରକୁ ଦେଖିବା ପାଇଁ ମଧ୍ୟ ଯାଇଥିଲେ, ଯେଉଁଠି ବିବାହ ପରେ ଉଭୟ ଶିଫ୍ଟ ହେବେ । ତେବେ ଗତ କିଛି ଦିନ ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ଅଭିନେତ୍ରୀ ଖୁବ ଶୀଘ୍ର କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ।

ଆଥିଆ ଶେଟ୍ଟୀ
ଆଥିଆ ଶେଟ୍ଟୀ

ପୂର୍ବରୁ ଆଥିଆ ଶେଟ୍ଟୀଙ୍କ ପିତା ତଥା ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ବିବାହର ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଥିଲେ। ଯେତେବେଳେ ବିବାହ ପ୍ରସ୍ତୁତି ବିଷୟରେ ପଚରାଗଲା, ଅଭିନେତା କହିଥିଲେ- ନା, ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଯୋଜନା କରାଯାଇ ନାହିଁ। ଏହାପୂର୍ବରୁ ମେ ମାସରେ ଆଥିଆଙ୍କ ଭାଇ ଅଭିନେତା ଅହାନ ଶେଟ୍ଟୀ ବିବାହ ଗୁଜବ ବିଷୟରେ କହିଥିଲେ। ଏକ ୱେବସାଇଟ୍ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ବିବାହ ପାଇଁ ସେପରି କୌଣସି ବ୍ୟବସ୍ଥା କରାଯାଇନାହିଁ। ଏମିତି କିଛି ସମାରୋହ ନାହିଁ, ଏସବୁ ଗୁଜବ । ଯେପର୍ଯ୍ୟନ୍ତ ବିବାହ ହୋଇନାହିଁ ଆମେ ଆପଣଙ୍କୁ ବିବାହ ତାରିଖ କେମିତି ଦେଇପାରିବୁ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.