ETV Bharat / entertainment

Oscar Awards 2023: ନାଟୁ ନାଟୁ ଗୀତ କ୍ରେଜ, ଓସ୍କାର ମଞ୍ଚରେ ହେବ ଲାଇଭ ପରିବେଷଣ

author img

By

Published : Mar 1, 2023, 11:27 AM IST

ଓସ୍କାର 2023ରେ ଫିଲ୍ମ RRR 'ନାଟୁ-ନାଟୁ'ର ଲାଇଭ୍ ପ୍ରଦର୍ଶନ
ଓସ୍କାର 2023ରେ ଫିଲ୍ମ RRR 'ନାଟୁ-ନାଟୁ'ର ଲାଇଭ୍ ପ୍ରଦର୍ଶନ

ଟଲିଉଡର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର RRRର ସୁପରହିଟ୍ ଗୀତ ନାଟୁ-ନାଟୁ ଲାଇଭ୍ ପରିବେଷଣ କରାଯିବ । କଣ୍ଠଶିଳ୍ପୀ କାଲ ଭୈରବ ଏବଂ ରାହୁଲ ସିପଲିଗୁଞ୍ଜ ଏହି ଗୀତ ଗାଇବାର ନଜର ଆସିବେ । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ମାର୍ଚ୍ଚ 12ରେ ହେବାକୁ ଥିବା ଓସ୍କାର ପୁରସ୍କାର ବିତରଣ ସମାରୋହ ଉପରେ ସାରା ବିଶ୍ବର ନଜର । ଏହାପୂର୍ବରୁ ମେଗା-ବ୍ଲକବଷ୍ଟର ପିଲ୍ମ 'RRR'କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଓସ୍କାର ମଞ୍ଚରେ ନାଟୁ-ନାଟୁ ଗୀତର ଲାଇଭ୍ ପ୍ରଦର୍ଶନ ହେବ ବୋଲି ଏହି ଏକାଡେମୀ ଘୋଷଣା କରିଛି ଏବଂ ଏହି ଗୀତର ଗାୟକ କାଲ ଭୈରବ ଏବଂ ରାହୁଲ ସିପ୍ଲିଗୁଞ୍ଜ ନିଜେ ଓସ୍କାର ମଞ୍ଚରେ ଗୀତ ଗାଇବାର ନଜର ଆସିବେ । ତେବେ ଏନେଇ ଉତ୍ସାହିତ ଅଛନ୍ତି ପ୍ରଶଂସକ ।

ତେବେ ନାଟୁ-ନାଟୁର ରଚନା କରିଥିବା ଏମ ଏମ କିରାଭାନି ଏହି ସୂଚନା ଦେଇଛନ୍ତି । ଏହି ଗୀତ ପାଇଁ ପ୍ରସ୍ତୁତି ଚାଲିଥିବା ମଧ୍ୟ ସେ କହିଛନ୍ତି । ନାଟୁ-ନାଟୁ ଓସ୍କାର ମଞ୍ଚରେ ମୂଳ ବିଟ୍ ସହିତ ଉପସ୍ଥାପିତ ହେବ ଏବଂ ଏହି ଗୀତର ଉଭୟ ଗାୟକ ନିଜେ ଏହା ଉପରେ ଗୀତ ଗାଇ ନାଚୁଥିବା ନଜର ଆସିବେ । ଏଥିସହିତ, ଯଦି ରାମ ଚରଣ ଏବଂ ଜୁନିଅର ଏନଟିଆର ନିଜେ ଓସ୍କାର ମଞ୍ଚରେ ଏହି ଗୀତରେ ଅଭିନୟ କରନ୍ତି ତେବେ ପ୍ରଶଂସକଙ୍କ ପାଇଁ ଏହା ଏକ ଚରିତ୍ରଠାରୁ କମ୍ ହେବ ନାହିଁ ।

ସୂଚନା ଥାଉ କି, ଏସ୍ ରାଜାମୌଲି ଏବଂ ରାମ ଚରଣ-ଜୁନିଅର ଏନଟିଆର ଅଭିନୀତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆରଆରଆର' ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି । ଏହି ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଜିତି ସାରିଥିବା ବେଳେ ବର୍ତ୍ତମାନ ଏହି ଚଳଚ୍ଚିତ୍ର ମନୋରଞ୍ଜନ କ୍ଷେତ୍ରରେ ଓସ୍କାରର ସବୁଠାରୁ ସମ୍ମାନଜନକ ପୁରସ୍କାର ହାତେଇବା ଉପରେ ନଜର ରଖିଛି । ଫିଲ୍ମ 'RRR' ର ସୁପରହିଟ୍ ଗୀତ ନାଟୁ-ନାଟୁ 95 ତମ ଏକାଡେମୀ ପୁରସ୍କାର (ଓସ୍କାର ପୁରସ୍କାର) ରେ ଶ୍ରେଷ୍ଠ ଗୀତ ଭାବରେ ନୋମିନେଟ ହୋଇଛି ।

ତେବେ ନିକଟରେ ଫିଲ୍ମ RRR 5 HCA ପୁରସ୍କାର (ହଲିଉଡ କ୍ରିଟିକ୍ସ ଆସୋସିଏସନ ଫିଲ୍ମ ଆୱାର୍ଡ) ଜିତିଥିଲା । ଏଥିରେ ବେଷ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ, ବେଷ୍ଟ ଗୀତ ନାଟୁ-ନାଟୁ, ବେଷ୍ଟ ଷ୍ଟଣ୍ଟ, ବେଷ୍ଟ ଆକ୍ସନ୍ ମୁଭି ଏବଂ HCA ସ୍ପଟ୍ ଲାଇଟ୍ ପୁରସ୍କାର ଅନ୍ତର୍ଭୁକ୍ତ ରହିଛି। ଏହି ଗୀତ ନାଟୁ-ନାଟୁ ସାରା ବିଶ୍ବରେ ବହୁତ ଲୋକପ୍ରିୟତା ହାସଲ କରିଥିବା ବେଳେ ଏହା ଏବେ ଓସ୍କାର ଜିତିବ ବୋଲି ଆଶା କରାଯାଉଛି ।

ଏଥିସହ ସୂଚନା ଥାଉ କି, ଏହି ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର RRR ଆଜି ସନ୍ଧ୍ୟା 6 ଟା ସମୟରେ ଆମେରିକାର ପ୍ରସିଦ୍ଧ ଚଳଚ୍ଚିତ୍ର ଥିଏଟର The Theatre at Ace Hotelରେ ପ୍ରଦର୍ଶିତ ହେବାକୁ ଯାଉଛି । ଫିଲ୍ମ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି । ତେବେ ଏହି ଫିଲ୍ମ ଗତ ବର୍ଷ 2022 ମାର୍ଚ୍ଚ 25ରେ ରିଲିଜ କରିଥିବା ବେଳେ 1150 କୋଟିରୁ ଅଧିକ ଆୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.