ETV Bharat / entertainment

Amy Jackson: ଏହି ଲୁକ୍ ପାଇଁ ଟ୍ରୋଲ ହେଲେ ଏମି ଜ୍ୟାକସନ, ହଲିଉଡ ଅଭିନେତାଙ୍କ ସହ ତୁଳନା କଲେ ନେଟିଜେନ୍ସ

author img

By ETV Bharat Odisha Team

Published : Sep 21, 2023, 7:12 PM IST

ବଲିଉଡ ଅଭିନେତ୍ରୀ ଏମି ଜ୍ୟାକସନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଛନ୍ତି । କିନ୍ତୁ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି । ଏହି ସମୟରେ ଏମି ଜ୍ୟାକସନ ତାଙ୍କ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ସେ ବର୍ତ୍ତମାନ ଟ୍ରୋଲର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

ଏହି ଲୁକ୍ ପାଇଁ ଟ୍ରୋଲ ହେଲେ ଏମି ଜ୍ୟାକସନ, ହଲିଉଡ ଅଭିନେତାଙ୍କ ସହ ତୁଳନା କଲେ ନେଟିଜେନ୍ସ
ଏହି ଲୁକ୍ ପାଇଁ ଟ୍ରୋଲ ହେଲେ ଏମି ଜ୍ୟାକସନ, ହଲିଉଡ ଅଭିନେତାଙ୍କ ସହ ତୁଳନା କଲେ ନେଟିଜେନ୍ସ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଏମି ଜ୍ୟାକସନଙ୍କର ବର୍ତ୍ତମାନ କୌଣସି ପରିଚୟର ଆବଶ୍ୟକତା ନାହିଁ । ଅଭିନେତ୍ରୀ ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିତିସାରିଛନ୍ତି । ସେ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି । କିନ୍ତୁ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ବେଳେ ଏବେ ନିଜ ଲାଟେଷ୍ଟ ଲୁକର ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଛି ।

ଏମି ଜ୍ୟାକସନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲାଟେଷ୍ଟ ଲୁକର ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ଏମି ଏକ ଷ୍ଟାଇଲିସ୍ ଲାଲ ରଙ୍ଗର ପୋଷାକରେ ଏକ ଭିନ୍ନ ଲୁକରେ ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ମେକଅପ୍ ଲୁକ୍ ଏବଂ ହେୟାର କଟ୍ ଦେଖି ନେଟିଜେନ୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ନେଟିଜେନ୍ସମାନେ ତାଙ୍କୁ 'ଓପେନହାଇମର' ଚଳଚ୍ଚିତ୍ର ଫେମ୍ ହଲିଉଡ ଅଭିନେତା ସିଲିୟନ ମର୍ଫିଙ୍କ ସହ ତୁଳନା କରିଛନ୍ତି।

ଅଭିନେତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ଜାଣେ ନାହିଁ ଏହା ତୁମର ମେକଅପ୍ କିମ୍ବା କିଛି ଅସ୍ତ୍ରୋପଚାର, କିନ୍ତୁ ପ୍ରକୃତରେ ତୁମେ ତୁମ ଅରିଜିନାଲ ଲୁକରେ ଅଧିକ ସୁନ୍ଦର ଦେଖାଯାଉଛ। ତୁମର ପୂର୍ବ ଲୁକ୍ 10/10, କିନ୍ତୁ ସେପରି ସିଲିୟନ୍ ହୁଅ ନାହିଁ। ତୁମେ ବହୁତ ସୁନ୍ଦର ଏମି, ଯାହାକୁ ଆମେ ଚଳଚ୍ଚିତ୍ରରେ ଦେଖିଛୁ। ଆଉ ଜଣେ ଲେଖିଛନ୍ତି - "ସେ ଠିକ୍ ସିଲିୟନ୍ ମର୍ଫି ପରି ଦେଖାଯାଉଛନ୍ତି।" ଅନ୍ୟ ଜଣେ ଲେଖିଛନ୍ତି - ଆପଣ ଓପେନହାଇମରରେ ଏକ କମାଲ୍ କାମ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଏମିଙ୍କ ଘରେ କୁନି ଅତିଥି, ସେୟାର କଲେ ଖୁସିନ ସୃଷ୍ଟି କରିଛନ୍ତି

ଏମି ଜ୍ୟାକ୍ସନ୍ ତାଙ୍କର ଗ୍ଲାମରସ୍ ଷ୍ଟାଇଲିସ୍ ପାଇଁ ବେଶ୍ ଜଣାଶୁଣା । କିନ୍ତୁ ବର୍ତ୍ତମାନ, ତାଙ୍କ ଲାଟେଷ୍ଟ ଲୁକ୍ ପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି । ଜଣେ ଅଭିନେତ୍ରୀ ଭାବରେ ଏମି ଜ୍ୟାକସନ ହିନ୍ଦୀ ସିନେମା ଠାରୁ ସାଉଥ ସିନେମା ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥିମଧ୍ୟରେ "ସିଂ ଇଜ୍ ବିଲିଂ, ଏକ ଦେୱାନା ଥା, ଆଇ, ରୋବୋଟ୍ ଏବଂ ୟେଭଦୁ" ଭଳି ଅନେକ ଚଳଚ୍ଚିତ୍ରର ନାମ ସାମିଲ ରହିଛି । ସୂଚନା ଥାଉ କି, ଏମି ଜ୍ୟାକସନ ଜଣେ ବ୍ରିଟିଶ ଅଭିନେତ୍ରୀ ଏବଂ ମଡେଲ । କିନ୍ତୁ ଭାରତରେ ସେ ନିଜର ଦମଦାର ଅଭିନୟ ଯାଦୁରେ ଫ୍ୟାନ୍ସଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ରେଡ କାର୍ପେଟରେ ଏମି ଜ୍ୟାକସନଙ୍କ ଗ୍ଲାମରସ୍ ଲୁକ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.