ETV Bharat / entertainment

KBC15: ପୁଣି ଆରମ୍ଭ ହେବ ବିଗ୍‌ ବି'ଙ୍କ କୌନ ବନେଗା କରୋଡପତି 15, ଘୋଷଣା ହେଲା ତାରିଖ

author img

By

Published : Aug 1, 2023, 9:44 AM IST

ବିଗ୍‌ ବିଙ୍କ କୌନ ବନେଗା କରୋଡପତି 15
ବିଗ୍‌ ବିଙ୍କ କୌନ ବନେଗା କରୋଡପତି 15

ଅମିତାଭ ବଚ୍ଚନଙ୍କ ସୋ ’କୌନ ବନେଗା କରୋଡପତି’-15 ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, ନିର୍ମାତା ପ୍ରଶଂସକଙ୍କ ପାଇଁ ନୂଆ ସିଜନର ଏକ ନୂଆ ପ୍ରୋମୋ ଲଞ୍ଚ କରିଛନ୍ତି । ଏହା ସହିତ ସୋ’ର ତାରିଖ ଘୋଷଣା କରାଯାଇଛି। ଏହି ସୋ’ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟରେ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସବୁଠାରୁ ଲୋକପ୍ରିୟ ସୋ' 'କୌନ ବନେଗା କରୋଡପତି'ର 15ତମ ସିଜିନ ଆରମ୍ଭ ହେବାକୁ ଯାଉଛି । ପ୍ରଶଂସକମାନେ ଏହି ସୋ’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବର୍ତ୍ତମାନ ନିର୍ମାତାମାନେ ପ୍ରଶଂସକଙ୍କ ଏହି ଅପେକ୍ଷାର ଅନ୍ତ ଘଟାଇଛନ୍ତି ଏବଂ ନୂଆ ସିଜନର ଏକ ନୂଆ ପ୍ରୋମୋ ଲଞ୍ଚ୍‌ କରିଛନ୍ତି । ଏହା ସହିତ ସୋ’ର ତାରିଖ ଘୋଷଣା କରାଯାଇଛି । ତେବେ ଗତ ୨୩ ବର୍ଷ ଧରି ଏହି ରିୟଲିଟି ସୋ’ ମାଧ୍ୟମରେ ବିଗ୍ ବି' ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ।

କେବିସିର 15 ତମ ସିଜନ ଏହି ଦିନଠାରୁ ହେବ ଆରମ୍ଭ

ପ୍ରୋମୋ ଭିଡିଓ ସେୟାର କରିବାବେଳେ ସୋନି ଚ୍ୟାନେଲ ଲେଖିଛି, 'ଶାନଦାର, ଧନଦାର ଏବଂ ଜ୍ଞାନଦାର ହେବ ଏଥରର ସିଜନ ।' ଏହା ସହିତ ନିର୍ମାତାମାନେ ମଧ୍ୟ ସୋ’ର ଲଞ୍ଚ୍‌ ତାରିଖ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ଏହି ସୋ' 14 ଅଗଷ୍ଟ ସୋମବାରଠାରୁ ରାତି 9ଟା ପର୍ଯ୍ୟନ୍ତ ପ୍ରସାରଣ ହେବ । ପ୍ରମୋରେ ଅମିତାଭ ବଚ୍ଚନ ଏକ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି । ଅଭିନେତା ମଧ୍ୟ ଉଚ୍ଚ ସ୍ୱରରେ ଲୋକମାନଙ୍କୁ ସ୍ୱାଗତ କରୁଥିବା ଦେଖାଯାଉଛି । ଏହି ସିଜନ ଅନେକ ଉପାୟରେ କିଛି ଖାସ୍‌ ହେବାକୁ ଯାଉଛି । ଯେଉଁଠାରେ ସବୁକିଛି ଏକ ନୂଆ ରୂପରେ ଦେଖାଯିବ ।

ଏହା ମଧ୍ୟ ପଢନ୍ତୁ: ସିଦ୍ଧାର୍ଥଙ୍କ ସହ ସ୍ବିମିଂ ପୁଲ୍‌ରେ ବର୍ଥ ଡେ’ ସେଲିବ୍ରେସନ: ଏନଜୟ କଲେ କିଆରା, ଭିଡିଓ ଭାଇରାଲ

ଏହି ଫିଲ୍ମରେ ଦେଖିବାକୁ ମିଳିବ ଅମିତାଭଙ୍କୁ

ଅମିତାଭ ବଚ୍ଚନଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ସେ ଖୁବ୍‌ଶୀଘ୍ର ଆକ୍ସନ ଥ୍ରୀଲର ଫିଲ୍ମ ‘ଗଣପଥ ପାର୍ଟ-1’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନ୍ ନଜର ଆସିବେ । ତାଙ୍କ ଫିଲ୍ମ 20 ଅକ୍ଟୋବରରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଅମିତାଭ, ପ୍ରଭାସ, ଦୀପିକା ପାଦୁକୋନ ଏବଂ କମଲ ହାସନ ମଧ୍ୟ ଷ୍ଟାର୍ 'କଲ୍କି 2898 ଖ୍ରୀଷ୍ଟାବ୍ଦ'ର ଅଂଶ ଅଟନ୍ତି।

ଉଲ୍ଲେଖନୀୟ ଯେ, ପ୍ରଥମ ସିଜନରୁ ଆରମ୍ଭ ହୋଇଥିବା ଏହି ଲୋ ବର୍ତ୍ତମାନ 15ତମ ସିଜନରେ ପହଞ୍ଚିଛି । ୩ ବର୍ଷ ପୂର୍ବେ ଅର୍ଥାତ ୨୦୦୦-୨୦୦୧ ଅବସରରେ କେବିସିର ପ୍ରଥମ ସିଜିନ ଷ୍ଟାର ପ୍ଲସ୍‌ ଅନ୍‌ରେ ଏୟାର ହୋଇଥିଲା । ଏହି ସୋ’ ସଙ୍ଗେସଙ୍ଗେ ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା । ଏହି ସୋ' ବିଷୟରେ ଖାସ୍‌ କଥା ହେଉଛି ତୃତୀୟ ସିଜନ ବ୍ୟତୀତ ସମସ୍ତ ସିଜନ ଅମିତାଭ ବଚ୍ଚନଙ୍କ ଦ୍ବାରା ଆୟୋଜିତ ହୋଇଛି, ଏହି କାରଣରୁ ଏହି ସୋ’ର ଟିଆରପି ସର୍ବଦା ଶୀର୍ଷରେ ରହିଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.