ETV Bharat / entertainment

Naatu Naatu Craze: 'ନାଟୁ-ନାଟୁ'ରେ ନାଚୁଛନ୍ତି ଆମେରିକୀୟ ସିପାହୀ, ଭିଡିଓ ଭାଇରାଲ

author img

By

Published : Mar 14, 2023, 12:25 PM IST

Etv Bharat
Etv Bharat

ଦେଶ ତଥା ବିଶ୍ବରେ ବୃଦ୍ଧି ପାଉଛି RRR ଫିଲ୍ମର ଗୀତ 'ନାଟୁ-ନାଟୁ'ର କ୍ରେଜ୍‌ । ଗୀତରେ ଆମେରିକୀୟ ସିପାହୀ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ବ୍ଲକବ୍ଲଷ୍ଟର ଫିଲ୍ମ 'ଆରଆରଆର'ର ସୁପରହିଟ୍ ଗୀତ ନାଟୁ-ନାଟୁ ଓସ୍କାର ଜିତି ସାରା ବିଶ୍ବରେ ସମ୍ମାନ ସହ ପ୍ରଶଂସା ସାଉଁଟିପାରିଛି । ତେବେ ଏହି ଐତିହାସିକ ବିଜୟ ନେଇ ଭାରତରେ ବିଜୟ ଉତ୍ସବ ପାଳନ କରାଯାଉଥିବାବେଳେ ଆରଆରଆର ଟିମ୍‌ ଆମେରିକାରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଆମେରିକାର କାଲିଫର୍ଣ୍ଣିଆର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆମେରିକୀୟ ସିପାହୀମାନେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ ବିଦେଶରେ ଏହାର କ୍ରେଜ ଦେଖି ଖୁସି ହୋଇଛନ୍ତି।

ତେବେ ନାଟୁ-ନାଟୁ ଗୀତର କ୍ରେଜ କେବଳ ଦେଶବାସୀଙ୍କ ମଧ୍ୟରେ ନୁହେଁ ଏହା ବିଦେଶୀରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଗୀତରେ ଓସ୍କାର ମଞ୍ଚରେ ବିଦେଶୀ କଳାକାରମାନେ ନିଜ ଦମଦାର ଡ୍ୟାନ୍ସ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏବେ ଏହି ଗୀତରେ ଆମେରିକାର କାଲିଫର୍ଣ୍ଣିଆର ଆମେରିକୀୟ ସିପାହୀମାନଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ ନାଟୁନାଟୁ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସେମାନେ ଏହି ଗୀତରେ ଡ୍ୟାନ୍ସ ଷ୍ଟେପ୍‌ ମିଶାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ନାଟୁ-ନାଟୁ ଗୀତରେ ଏମ.ଏମ କିରାବାନୀ ସଙ୍ଗୀତ ରଚନା କରିଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଛନ୍ତି । କାଲ ଭୈରବ ଏବଂ ରାହୁଲ ଏଥିରେ କଣ୍ଠଦାନ କରିଥିଲେ । ତେବେ 'ନାଟୁ ନାଟୁ' ଗୀତ ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ଗୀତଟି ଓସ୍କାର ମଞ୍ଚରେ ମଧ୍ୟ ପରିବେଷଣ କରାଯାଇଥିଲା । ଗୀତ ସମାପ୍ତ ପରେ ସେଠାରେ ଉପସ୍ଥିତ ଲୋକେ ଠିଆ ହୋଇ କରତାଳି ସହ ତାଙ୍କୁ ସମ୍ମାନିତ କରିଥିଲେ । ତେବେ ଏହି ଗୀତ କେବଳ ଭାରତରେ ନୁହଁ ସାରା ବିଶ୍ବରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି । ଏଥିସହ ସବୁଆଡେ ନାଟୁନାଟୁ ଗୀତର କ୍ରେଜ ଦେଖିବାକୁ ମିଳୁଛି ।

ସୂଚନା ଥାଉ କି, ଏସ୍ ରାଜାମୌଲି ଏବଂ ରାମ ଚରଣ-ଜୁନିଅର ଏନଟିଆର ଅଭିନୀତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଫିଲ୍ମ 'ଆରଆରଆର' ବେଶ ସଫଳତା ହାସଲ କରିଥିବା ବେଳେ ନାଟୁନାଟୁ ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା । ଓସ୍କାର ପୂର୍ବରୁ, ନାଟୁନାଟୁ 7ଟି ଅନ୍ତର୍ଜାତୀୟ ପୁରସ୍କାର ଜିତିସାରିଛି । ତେବେ ବର୍ତ୍ତମାନ ଓସ୍କାର ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛି । ଏହି ସଫଳତା ପାଇଁ RRR ଟିମ୍‌ ସାରା ବିଶ୍ବରେ ପ୍ରଶଂସା ସାଉଁଟିପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.