ETV Bharat / entertainment

Alia And Ranbir Vacation: ନ୍ୟୁୟର୍କରେ ସ୍ବାମୀଙ୍କ ସହ ଛୁଟି କାଟୁଛନ୍ତି ଗଙ୍ଗୁବାଇ

author img

By ETV Bharat Odisha Team

Published : Aug 28, 2023, 12:45 PM IST

ନ୍ୟୁୟର୍କ ଫଟୋ
ନ୍ୟୁୟର୍କ ଫଟୋ

ଜାତୀୟ ପୁରସ୍କାର ଜିତିବା ପରେ ଆଲିଆ ଭଟ୍ଟ ତାଙ୍କ ସ୍ବାମୀ ରଣବୀର କପୁରଙ୍କ ସହ ନ୍ୟୁୟର୍କ ଭେକେସନ୍‌ରେ ବାହାରିଛନ୍ତି । ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହାଇଦ୍ରାବାଦ: ବଲିଉଡ କ୍ୟୁଟ କପଲଙ୍କ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ । ଏହି ଯୋଡି ପ୍ରାୟ ଏକାଠି ନଜର ଆସିଥାନ୍ତି । ବର୍ତ୍ତମାନ ପୁଣି ଥରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଭେକେସନ୍‌ରେ ବାହାରିଛନ୍ତି । ଦମ୍ପତି ଛୁଟି କାଟିବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଏଥି ସହିତ ଆଲିଆ ନ୍ୟୁୟର୍କରୁ କିଛି ଫଟୋ ସେୟାର କରିଛନ୍ତି । ନ୍ୟୁୟର୍କର ଜଣେ ବନ୍ଧୁଙ୍କ ସହ ରଣବୀର ଏବଂ ଆଲିଆଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନ୍ୟୁୟର୍କରେ ଆଲିଆ ଭଟ୍ଟ ରଣବୀର କପୁର
ନ୍ୟୁୟର୍କରେ ଆଲିଆ ଭଟ୍ଟ ରଣବୀର କପୁର

ନିକଟରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜାତୀୟ ପୁରସ୍କାର ବିଜେତା ଘୋଷିତ କରାଯାଇଛି । ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ବୋଧହୁଏ ଏହି ବିଜୟ ଉତ୍ସବ ପାଳନ କରିବାକୁ ଆଲିଆ ଭଟ୍ଟ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହ ନ୍ୟୁୟର୍କ ଯାଇଛନ୍ତି । ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ମାତ୍ର ଭିଡିଓରେ ଉଭୟ ଚିନ୍ତିତ ଦେଖାଯାଉଥିବା ବେଳେ ଫ୍ୟାନ୍ସ ଏନେଇ ପ୍ରତିକ୍ରିୟା ଦେଇଥିଲେ । ଜଣେ ପାପାରାଜି ଏହି ଦମ୍ପତିଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଛୁଟି କାଟିବାକୁ ଗଲେ ଆଲିଆ ରଣଭୀର, ଦମ୍ପତିଙ୍କ ଚିନ୍ତିତ ଚେହେରା ଦେଖି ଏମିତି କହିଲେ ଫ୍ୟାନ୍ସ

ନ୍ୟୁୟର୍କରେ ବିଜୟ ଉତ୍ସବ

ଏଥିସହିତ ରଣବୀର ଏବଂ ଆଲିଆ ଭଟ୍ଟଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନ୍ୟୁୟର୍କରୁ ଏହି ଦମ୍ପତିଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିଜ ସାଙ୍ଗମାନଙ୍କ ସହିତ ଏକ ରେସ୍ତୋରାଁରେ ବସିଥିବାର ନଜର ଆସିଛନ୍ତି । ନ୍ୟୁୟର୍କର ଏହି ଭାଇରାଲ ଫଟୋରେ ଆଲିଆ ଷ୍ଟାର୍ ସ୍ୱାମୀ ରଣବୀରଙ୍କ ପାଖରେ ବସିଛନ୍ତି । ଏହି ସମୟରେ ଆଲିଆ ପ୍ରିଣ୍ଟେଡ୍‌ ସ୍ଲିଭ୍‌ଲେସ୍‌ ଟପ୍ ପିନ୍ଧି ବସିଛନ୍ତି ଏବଂ ରଣବୀରଙ୍କୁ ଏକ ଅଲିଭ୍ ରଙ୍ଗର ଟି-ସାର୍ଟରେ ଦେଖିବାକୁ ମିଳିଛି । ରଣବୀର ମୁଣ୍ଡରେ ଏକ କ୍ୟାପ୍‌ ପିନ୍ଧିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 69thNationalFilmAwards: ଆଲିଆ-କ୍ରିତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

ଉଲ୍ଲେଖନୀୟ ଯେ, ଗତ 24 ତାରିଖରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । 31 ବର୍ଗର ଫିଚର ଚଳଚ୍ଚିତ୍ର, 24 ବର୍ଗ ନନ- ଫିଚର ଚଳଚ୍ଚିତ୍ର ଏବଂ ତିନୋଟି ଶ୍ରେଷ୍ଠ ଶ୍ରେଣୀ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟ ଏବଂ ମିମି ପାଇଁ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳୁଥିବା ବେଳେ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଦାନ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.