ETV Bharat / entertainment

Ajay Devgan Son Birthday: ପୁଅ ୟୁଗ୍‌କୁ ଅଜୟ ଏବଂ କାଜୋଲଙ୍କ ବର୍ଥ ଡେ' ୱିସ୍, ସେୟାର କଲେ ସ୍ପେଶାଲ୍‌ ନୋଟ୍

author img

By ETV Bharat Odisha Team

Published : Sep 13, 2023, 3:45 PM IST

ପୁଅ ୟୁଗକୁ ବର୍ଥ ଡେ ୱିସ୍ କଲେ ଅଜୟ ଏବଂ କାଜୋଲ, ସେୟାର କଲେ ସ୍ପେଶାଲ ନୋଟ୍
ପୁଅ ୟୁଗକୁ ବର୍ଥ ଡେ ୱିସ୍ କଲେ ଅଜୟ ଏବଂ କାଜୋଲ, ସେୟାର କଲେ ସ୍ପେଶାଲ ନୋଟ୍

ବଲିଉଡ୍‌ ତାରକା ଅଜୟ ଦେବଗନ ଏବଂ କାଜୋଲଙ୍କ ପୁଅ ୟୁଗ୍‌ଙ୍କ ଆଜି ଜନ୍ମଦିନ । ଏହି ବିଶେସ ଅବସରରେ ସୋସିଆଲ ମିଡିଆରେ ଏକ ସ୍ପେଶାଲ ପୋଷ୍ଟ ସେୟାର କରି ପୁଅକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ତାରକା। ଅଧିକ ପଢନ୍ତୁ,

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗାନ ଆଜି ତାଙ୍କ ପୁଅ ୟୁଗ୍‌ଙ୍କ 13ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ, ସିଂଘମ୍ ଅଭିନେତା ତାଙ୍କ ପୁଅକୁ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । କେବଳ ଅଜୟ ନୁହେଁ କାଜୋଲ ମଧ୍ୟ ସୋସିଆଲ ମିଡିଆରେ ଏକ ସ୍ପେଶାଲ୍‌ ପୋଷ୍ଟ ସେୟାର କରି ପୁଅକୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ଅଜୟ ନିଜ ଇନ୍‌ଷ୍ଟାଗ୍ରାମରେ ଉଭୟ ବାପା ପୁଅଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ମଜାଳିଆ ଢଙ୍ଗରେ କ୍ୟାପସନରେ ଲେଖିଛନ୍ତି, 'ଆଜି ତୁମେ 13 ବର୍ଷର ହୋଇଗଲଣି । ଜନ୍ମଦିନର ଶୁଭେଚ୍ଛା ୟୁଗ୍‌, ଟିକିଏ ଧୀରେ ଧୀରେ ବଡ଼ ହୁଅ ।' ଫଟୋରେ ଅଜୟଙ୍କ କୋଳରେ ୟୁଗ୍‌ ଶୋଇଥିବାର ଦେଖିବାକୁ ମିଳିଛି । ସେପଟେ ମା' କାଜୋଲ ମଧ୍ୟ ପୁଅ ସହ ଏକ କ୍ୟୁଟ୍‌ ସେଲଫି ଫଟୋ ସେୟାର କରିଛନ୍ତି । ଲେଖିଛନ୍ତି, '13ତମ ଜନ୍ମଦିନର ଶୁଭେଚ୍ଛା ବେବି ବୟ । ଏହି ଦିନ ପୁଣି ଆସିବନି । ଆଜିର ଦିନ ଆମ 2ଜଣଙ୍କ ପାଇଁ ମହତ୍ବପୂର୍ଣ୍ଣ । କାରଣ ଏବେ ତୁମେ ଜଣେ ଯୁବାବୟସ୍କ ହୋଇଗଲଣି । ମୁଁ ତୁମକୁ ବହୁତ ଭଲ ପାଏ ।'

ଉଭୟଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଉଭୟଙ୍କ ଫଟୋକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ୟୁଗ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଚ୍ଚନା ପୁରଣ ସିଂ ପ୍ରତିକ୍ରିୟାରେ ୟୁଗଙ୍କୁ ବର୍ଥ ଡେ' ୱିସ୍‌ କରିଛନ୍ତି । ସେହିପରି ଭଉଣୀ ନିଶା ଦେବଗନ ମଧ୍ୟ ମା'ଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ସାନ ଭାଇ ୟୁଗଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ତୁମର ମଙ୍ଗଳ କରନ୍ତୁ ବୋଲି ଲେଖିଛନ୍ତି।

ଏହା ମଧ୍ୟ ପଢନ୍ତୁ: ବିବାହ ବାର୍ଷିକୀ ପାଳିଲେ ଅଜୟ-କାଜଲ, ସୋସିଆଲ ମିଡିଆରେ ଲେଖିଲେ ପ୍ରେମଭରା ପୋଷ୍ଟ

ସୂଚନା ଥାଉ କି, କାଜୋଲ ଏବଂ ଅଜୟଙ୍କ ମଧ୍ୟରେ 1994ରେ ଡେଟିଂ ଆରମ୍ଭ ହୋଇଥିଲା ଏବଂ 1999ରେ ଉଭୟ ବିବାହ କରିଥିଲେ । ସେମାନେ ନିଶା ଏବଂ ୟୁଗଙ୍କ ପିତାମାତା ଅଟନ୍ତି । ଷ୍ଟାର୍ ଦମ୍ପତି ଏପ୍ରିଲ୍ 20, 2003ରେ ନିଶାଙ୍କୁ ଜନ୍ମ ଦେଇଥିବା ବେଳେ ସାତ ବର୍ଷ ପରେ, ସେମାନଙ୍କ ପୁଅ ୟୁଗଙ୍କୁ ସେପ୍ଟେମ୍ବର 13, 2010ରେ ଜନ୍ମଗ୍ରହଣ କରିଥିଲେ । ଅଜୟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅଜୟଙ୍କୁ ଆଗାମୀ ଫିଲ୍ମ 'ଗୋଲମାଲ୍ 5', 'ସିଂଘମ', ଏଗେନ୍‌' ଏବଂ 'ମୈଦାନରେ ଦେଖିବାକୁ ମିଳିବ। ସେହିପରି କାଜୋଲ ସରଜମିନ ଏବଂ କ୍ରିତି ସାନନଙ୍କ ପ୍ରଥମ ପ୍ରଡକ୍ସନରେ ନିର୍ମିତ ଫିଲ୍ମ 'ଦୋ ପତି' (Do Patti)ରେ କମାଲ ଦେଖାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.