ETV Bharat / entertainment

Veeru Devgan: ଜନ୍ମଦିନରେ ବାପାଙ୍କୁ ମନେ ପକାଇ ଭାବୁକ ହେଲେ ଅଜୟ ଦେବଗନ

author img

By

Published : Jun 25, 2023, 5:42 PM IST

ବାପାଙ୍କୁ ବର୍ଥ ଡେ ୱିସ କଲେ ଅଜୟ, ସ୍ପେଶାଲ ଭିଡିଓ ସେୟାର କରି ଜଣାଇଲେ ଶୁଭେଚ୍ଛା
ବାପାଙ୍କୁ ବର୍ଥ ଡେ ୱିସ କଲେ ଅଜୟ, ସ୍ପେଶାଲ ଭିଡିଓ ସେୟାର କରି ଜଣାଇଲେ ଶୁଭେଚ୍ଛା

ବଲିଉଡ ଅଭିନେତା ଅଜୟ ଦେବଗନ୍ ଆଜି ତାଙ୍କ ବାପା ଭୀରୁ ଦେବଗନଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ଅଭିନେତା ବାପାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ପେଶାଲ ଭିଡିଓ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗାନଙ୍କ ବାପା ଭୀରୁ ଦେବଗନଙ୍କ ଜନ୍ମବାର୍ଷିକୀ । ବାପାଙ୍କ ଜନ୍ମଦିନରେ ଅଜୟ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଅଜୟ ତାଙ୍କ ସୋସିଆଲ ମିଡିଆରେ ଏକ ସ୍ପେଶାଲ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓରେ ତାଙ୍କ ପିତାଙ୍କ ସହ ବିତାଇଥିବା କିଛି ବିଶେଷ ମୁହୂର୍ତ୍ତର ଝଲକ ସାମିଲ କରିଥିଲେ ।

ନିଜ ଇନଷ୍ଟାଗ୍ରାମରେ ଅଜୟ ଦେବଗନ୍ ଆଜି ତାଙ୍କ ବାପାଙ୍କ ଜନ୍ମଦିନର ବିଶେଷ ମୁହୂର୍ତ୍ତରେ ତାଙ୍କ ପ୍ରଡକ୍ସନ୍ କମ୍ପାନୀ ଦ୍ୱାରା ସେୟାର କରାଯାଇଥିବା ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, 'ମୁଁ ଆଜି ଯାହା ବି ହୋଇଛି କେବଳ ତୁମ ପାଇଁ, ଜନ୍ମଦିନର ଶୁଭେଚ୍ଛା ପାପା ।' ଏହା ସହିତ ଅଜୟ ଏକ ବ୍ଲୁ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି । ସେୟାର ଭିଡିଓ ଆରମ୍ଭରେ ଅଜୟ ଦେବଗନ କହିଛନ୍ତି, 'ମୋ ବାପା ମୋର ସବୁଠାରୁ ବଡ ପ୍ରେରଣା ଏବଂ ମୁଁ ଆଜି ଯାହା ବି ହୋଇଛି ମୋ ବାପାଙ୍କ କାରଣରୁ । ଏହା ପରେ, ଭିଡିଓରେ ଏକ କ୍ଲିପ୍ ଅଛି ଯେଉଁଥିରେ ଭୀରୁ ଦେବଗନ୍ ଅଜୟଙ୍କ ବିଷୟରେ କହିଛନ୍ତି ଯେ, 'ସେ ଜନ୍ମ ହେବା ଦିନ ଠାରୁ ମୁଁ ଭାବୁଥିଲି ଯେ ସେ ଜଣେ ଅଭିନେତା ହେବେ, ସଫଳ ହେବେ କି ନାହିଁ ଏହା ତ ଦୁନିଆ କହିବ ।’

ଭିଡିଓର ପରବର୍ତ୍ତୀ ଭାଗରେ ଭୀରୁ ଦେବଗନ୍ ଏବଂ କାଜୋଲ ଏକ ପୁରସ୍କାର କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ଏହି ସମୟରେ ଭୀରୁ କୁହନ୍ତି ଯେ, 'ବଲିଉଡକୁ ଧନ୍ୟବାଦ ।' ଏହି ଭିଡିଓରେ ଅଜୟ ଦେବଗନ୍ ଏବଂ ଭୀରୁ ଦେବଗାନଙ୍କ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଖିବାକୁ ମିଳିଛି । ଏହା ସହିତ ଅଜୟ ତାଙ୍କ ବାପାଙ୍କ ସହ କିଛି ପୁରୁଣା ଫଟୋ ମଧ୍ୟ ସେୟାର କରିଥିଲେ ଯାହାକି ତାଙ୍କ କ୍ୟାରିୟରର ପ୍ରଥମ ଦିନର ଫଟୋ ।

ଅଜୟ ଦେବଗନଙ୍କ ପିତା ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଆକ୍ସନ୍ କୋରିଓଗ୍ରାଫର ଥିଲେ । ସେ ଅନେକ ବଲିଉଡ ସୁପରହିଟ୍ ଚଳଚ୍ଚିତ୍ର, ରୋଟି କପଡା ଔର ମକାନ, କ୍ରାନ୍ତି, ମିଷ୍ଟର ନଟୱରଲାଲ, ପ୍ରେମ ରୋଗ, ଫୁଲ ଅର କାଣ୍ଟେ, ଜିଗର ଏବଂ ରାମ ତେରୀ ଗଙ୍ଗା ମେଲି ଭଳି ଫିଲ୍ମରେ କାମ କରିଛନ୍ତି । 2019 ମେ ମାସରେ ଭୀରୁ ଦେବଗନଙ୍କର ଦେହାନ୍ତ ହୋଇଥିଲା ।

ଅଜୟଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଜୟ ଏକ କ୍ରୀଡା ଭିତ୍ତିକ ଫିଲ୍ମ ମୈଦାନରେ ନଜର ଆସିବେ । ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହା କି ବର୍ଷ ବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିଲୁ ନାହିଁ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେପଟେ କାଜୋଲ ଲଷ୍ଟ ଷ୍ଟୋରୀ 2ରେ ନଜର ଆସିବେ । ଯାହା ଓଟିଟି ପ୍ଲାଟଫର୍ମରେ ଜୁନ 29ରେ ରିଲିଜ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.