ETV Bharat / entertainment

ନିର୍ବନ୍ଧ କଲେ ଅମିରଙ୍କ ଲାଡଲି, ଖୁବ୍‌ ଶୀଘ୍ର ପଡିବ ହାତଗଣ୍ଠି

author img

By

Published : Nov 19, 2022, 10:53 AM IST

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅମିର ଖାନଙ୍କ ଝିଅ ଇରା ଖାନ । ପ୍ରେମିକ ନୁପୁର ଶିଖରେଙ୍କ ସହ ଇରାଙ୍କ ନିର୍ବନ୍ଧ ମୁମ୍ବାଇରେ ଶେଷ ହୋଇଛି । ଅଧିକ ପଢନ୍ତୁ

ନିର୍ବନ୍ଧ କଲେ ଅମିରଙ୍କ ଝିଅ ଇରା, ଖୁବ୍‌ ଶୀଘ୍ର ପଡିବ ହାତଗଣ୍ଠି
ନିର୍ବନ୍ଧ କଲେ ଅମିରଙ୍କ ଝିଅ ଇରା, ଖୁବ୍‌ ଶୀଘ୍ର ପଡିବ ହାତଗଣ୍ଠି

ମୁମ୍ବାଇ: ବାଜିବ ସାହାନାଇ, ପଡିବ ହାତଗଣ୍ଠି । ଆଉ ଦିନ କେଇଟା ପରେ ଝିଅକୁ ବାହା ଦେବେ ବଲିଉଡ ଅଭିନେତା ଅମିର ଖାନ୍‌ । ଶୁକ୍ରବାର ତାଙ୍କ ଝିଅ ଇରା ଖାନ୍‌ଙ୍କର ନିର୍ବନ୍ଧ ହୋଇଛି । ଦୀର୍ଘଦିନ ଧରି ପ୍ରେମିକ ନୁପୁର ଶିଖରେଙ୍କ ସହ ରିଲେନସିପ୍‌ରେ ଥିଲେ ଅମିରଙ୍କ ଲାଡଲି ଝିଅ ଇରା ଖାନ୍‌ । ନୁପୁର ଶିଖରେଙ୍କ ସହିତ ମୁମ୍ବାଇରେ ଇରାଙ୍କର ନିର୍ବନ୍ଧ ହୋଇଛି । ଏହି କାର୍ଯ୍ୟକ୍ରମରେ ଅମିର ଖାନ୍‌ଙ୍କର ପୂର୍ବତନ ପତ୍ନୀ କିରଣ ରାଓଙ୍କ ସମେତ ପୁତୁରା ଇମ୍ରାନ ଖାନ୍, ନିର୍ଦ୍ଦେଶକ ଆଶୁତୋଷ ଗ୍ୱାରିକରଙ୍କ ସମେତ ପରିବାର ଓ ଫିଲ୍ମ ଫ୍ରେଣ୍ଡମାନେ ଯୋଗ ଦେଇଥିଲେ ।

ନୂପୁର କିଛି ମାସ ପୂର୍ବରୁ ଇରାଙ୍କୁ ପ୍ରପୋଜ କରିଥିଲେ । ନୂପୁର ଶିଖରେ ଏକ ସାଇକେଲ୍ ରେସ୍‌ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମ ଦେଖିବାକୁ ପହଞ୍ଚିଥିଲେ ଇରା । ଏହି ଇଭେଣ୍ଟରେ ହିଁ ନୂପୁର ଇରାଙ୍କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରିଥିଲେ । ତାଙ୍କୁ ବିବାହ କରିବାକୁ ନିବେଦନ କରିବା ସହିତ ଇରାଙ୍କୁ ମୁଦି ପିନ୍ଧାଇଥିଲେ ନୂପୁର । ଇରା ମଧ୍ୟ ମାଇକ୍‌ ନେଇ ତାଙ୍କ ପ୍ରସ୍ତାବରେ ରାଜି ଥିବା କହିବା ସହିତ ତାଙ୍କ ଓଠକୁ ଚୁମା ଦେଇଥିଲେ । ଯାହାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିିଥିଲେ ଇରା ଖାନ। ବର୍ତ୍ତମାନ ଉଭୟଙ୍କ ଆନୁଷ୍ଠନିକ ଭାବେ ନିର୍ବନ୍ଧ ହୋଇଛି । ବର୍ତ୍ତମାନ ପୁରା ଖାନ୍‌ ପରିବାରର ଫଟୋ ସାମ୍ନାକୁ ଆସିଛି ।

ଇରା ଏକ ସୁନ୍ଦର ଲାଲ୍ ଗାଉନରେ ନଜର ଆସିଛନ୍ତି । ନପୁର ଶିଖରେ ଏକ କଳା ଟକ୍ସିଡୋ ପିନ୍ଧି ପାପାରାଜି ସାମ୍ନାରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା ​​। ଉଭୟଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅମିର ଖାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ନଜର ଆସିଥିଲେ। ଲମ୍ବା ଧଳା ଦାଢିରେ ଅମିର ଖାନଙ୍କୁ ଚିହ୍ନିବା ବହୁତ କଷ୍ଟ ଥିଲା । ଧଳା କୁର୍ତ୍ତା ଏବଂ ପାଇଜାମା ପିନ୍ଧି ଅମିର ଖାନ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ । ଝିଅର ନିର୍ବନ୍ଧରେ ଅମିରଙ୍କ ପ୍ରଥମ ପତ୍ନୀ ରିନା ଦତ୍ତା ମଧ୍ୟ ଷ୍ଟାଇଲିସ୍ ଅନ୍ଦାଜରେ ପହଞ୍ଚିଥିଲେ । ରିନା ଏକ କ୍ରିମ୍ ଏବଂ ହଳଦିଆ ଶାଢୀରେ ନଜର ଆସିଥିଲେ ।

ଇରାଙ୍କ ପିତାମାତାଙ୍କ ବ୍ୟତୀତ ତାଙ୍କ ଭାଇ ଜୁନୈଦ ଖାନ, କିରଣ ରାଓ ଏବଂ ସାନଭାଇ ଆଜାଦ ରାଓ ଖାନ ମଧ୍ୟ ଏହି ସମାରୋହରେ ପହଞ୍ଚିଥିଲେ । ଇରାଙ୍କ ଜେଜେମା ଜେନଚ ହୁସୈନ୍ ଏବଂ ସମ୍ପର୍କୀୟ ଭାଇ ଇମ୍ରାନ ଖାନ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ନଜର ଆସିଥିଲେ । ଅମିର ଖାନଙ୍କ ଦୁଇ ଭଉଣୀ ନିଖତ ଏବଂ ଫରହତ ମଧ୍ୟ ଏଠାରେ ପହଞ୍ଚିଥିଲେ । ଅଭିନେତ୍ରୀ ଫତିମା ସନା ଶେଖ ମଧ୍ୟ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ ।

ଉଲ୍ଲେଖନୀୟ ଯେ, ନୂପୁର ଶିଖରେ ଓ ଇରାଙ୍କ ମଧ୍ୟରେ ୨୦୨୦ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୁଇ ବର୍ଷ ହେଲା ଦୁହେଁ ଦୁହିଙ୍କୁ ଭଲପାଇବା ପରେ ଶୁକ୍ରବାର ଏହି ପ୍ରେମ ପକ୍ଷୀଙ୍କର ନିର୍ବନ୍ଧ ହୋଇଛି । ନୂପୁରୁ ଜଣେ ଫିଟନେସ ଟ୍ରେନର । ଜିମ୍‌ରେ ସେଲିବ୍ରିଟିମାନଙ୍କୁ ଟ୍ରେନିଂ ଦିଅନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.