ETV Bharat / entertainment

ଇରା-ନୁପୁରଙ୍କ ବିବାହ ତାରିଖ ଘୋଷଣା କଲେ ଆମୀର ଖାନ, କହିଲେ ‘ମୁଁ ସେଦିନ ବହୁତ କାନ୍ଦିବି’

author img

By ETV Bharat Odisha Team

Published : Oct 11, 2023, 9:40 AM IST

ଇରା ନୁପୁରଙ୍କ ବିବାହ ତାରିଖ
ଇରା ନୁପୁରଙ୍କ ବିବାହ ତାରିଖ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ତାଙ୍କ ଝିଅର ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଭିନେତା ନୁପୁର ଶିଖରଙ୍କ ସହ ଝିଅ ଇରା ଖାନଙ୍କ ବିବାହ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଇରା ଖାନ ଏବଂ ନୁପୁର ଶିଖର । ନିକଟରେ ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ନିର୍ବନ୍ଧ ପ୍ରେମିକ ନୁପୁର ଶିଖରଙ୍କ ସହ ହୋଇଥିଲା । ସେବେଠାରୁ ପ୍ରଶଂସକମାନେ ସେମାନଙ୍କର ବିବାହ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଶେଷରେ ନିଜ ଲାଡଲିଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି ।

କେବେ ବିବାହ କରିବେ ଆମୀର ଖାନ ତାଙ୍କ ଝିଅ ଇରା

ଗଣମାଧ୍ୟମକୁ ଦେଇଥିବା ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ 3 ରେ ଇରା ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବେ । ଇରା ଏବଂ ନୁପୁର ଚଳିତ ବର୍ଷ ପ୍ରାରମ୍ଭରେ ନିର୍ବନ୍ଧ କରିଥିଲେ । ସେମାନେ ପରିବାର ଏବଂ ବନ୍ଧୁ ପରିଜନଙ୍କ ପାଇଁ ଏକ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ପୂର୍ବରୁ ଗୁଜବ ଥିଲା ଯେ ଇରା ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବେ । କିନ୍ତୁ ରିପୋର୍ଟ ଅନୁଯାୟୀ, ଆମୀର ବର୍ତ୍ତମାନ ନିଶ୍ଚିତ କରିଛନ୍ତି ଯେ, ସେ 2024 ଆରମ୍ଭରେ ତାଙ୍କ ଝିଅର ବିବାହ କରୁଛନ୍ତି । ଆମୀର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଇରାଙ୍କ ବିବାହକୁ ନେଇ ସେ ଅତ୍ୟନ୍ତ ଭାବପ୍ରବଣ ଏବଂ ପରିବାର ମାନସିକ ସ୍ତରରେ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ଆମୀର ଖାନଙ୍କ କମ୍‌ବ୍ୟାକ୍‌, ଚରିତ୍ରକୁ ନେଇ କଲେ ବଡ଼ ଖୁଲାସା

ଆମୀର ବିବାହ ତାରିଖ ନିଶ୍ଚିତ କରିବାବେଳେ ନୁପୁରଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ଇରା ଜାନୁଆରୀ 3ରେ ବିବାହ କରୁଛନ୍ତି । ସେ ଯେଉଁ ପୁଅକୁ ବାଛିଛନ୍ତି, ଏମିତିରେ ତାଙ୍କ ଡାକ ନାମ ହେଉଛି ପୋପୋୟେ । ସେ ଜଣେ ପ୍ରଶିକ୍ଷକ, ତାଙ୍କର ହାତ ପୋପୋୟେ ଭଳି କିନ୍ତୁ ତାଙ୍କ ନାମ ନୁପୁର । ସେ ବହୁତ ଭଲ ପାତ୍ର । ଯେତେବେଳେ ଇରା ଡିପ୍ରେସନ୍ ସହିତ ସଂଘର୍ଷ କରୁଥିଲେ, ସେ ତାଙ୍କ ସହିତ ଥିଲେ । ସେ ପ୍ରକୃତରେ ଜଣେ ମଣିଷ, ଯିଏ ତାଙ୍କ ପାଖରେ ଠିଆ ହୋଇଛନ୍ତି ଏବଂ ତାଙ୍କୁ ସମର୍ଥନ କରିଛନ୍ତି । ମୁଁ ଖୁସି ଯେ ସେ ଏପରି ଜଣେ ପୁଅକୁ ବାଛିଛନ୍ତି... ଉଭୟ ଏକାଠି ବହୁତ ଖୁସି ଅଛନ୍ତି । ସେମାନେ ବହୁତ ଭଲରେ ରୁହନ୍ତି, ସେମାନେ ପ୍ରକୃତରେ ପରସ୍ପରର ଯତ୍ନ ନିଅନ୍ତି ଏବଂ ପରସ୍ପରର ଚିନ୍ତା କରନ୍ତି ।

ଝିଅ ବାହାଘରରେ ବହୁତ କାନ୍ଦିବେ ଆମୀର

ଆମୀର ଆହୁରି କହିଛନ୍ତି, “ଏହା ଏକ ଫିଲ୍ମ ଡାଇଲଗ୍ ହୋଇପାରେ କିନ୍ତୁ ମୁଁ ଅନୁଭବ କରୁଛି ଯେ ନୁପୁର ଜଣେ ପୁଅ ଭଳି । ସେ ଅନୁଭବ କରନ୍ତି ଯେ, ସେ ପରିବାରର ଏକ ଅଂଶ ଏବଂ ତାଙ୍କ ମା’ ପ୍ରୀତମ ଜୀ, ଯିଏକି ପୂର୍ବରୁ ହିଁ ଆମ ପରିବାରର ଏକ ଅଂଶ ହୋଇ ସାରିଛନ୍ତି । ବିବାହରେ ସେ ଭାବପ୍ରବଣ ହେବେ କି ବୋଲି ପଚରାଯିବାରୁ ଆମୀର କହିଛନ୍ତି, “ମୁଁ ବହୁତ ଇମୋସନାଲ ହୋଇଯାଏ ଭାଇ, ଏହା ନିଶ୍ଚିତ ଯେ ମୁଁ ସେଦିନ ବହୁତ କାନ୍ଦିବି । ପରିବାରରେ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି ଯେ,'ସେଦିନ ଆମୀରଙ୍କୁ ସମ୍ଭାଳିବ' କାରଣ ମୁଁ ବହୁତ ଇମୋସନାଲ ଅଟେ । ମୁଁ ମୋର ହସ କିମ୍ବା ଲୁହକୁ ନିୟନ୍ତ୍ରଣ କରିପାରେ ନାହିଁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.