ETV Bharat / crime

ଦୀପାବଳିରେ ଗଡିଲା ମୁଣ୍ଡ, ପରକୀୟା ପ୍ରୀତି ସନ୍ଦେହରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ

author img

By

Published : Oct 24, 2022, 7:52 PM IST

ପରକୀୟା ପ୍ରୀତିର କରୁଣ ପରିଣତି
ପରକୀୟା ପ୍ରୀତିର କରୁଣ ପରିଣତି

ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଅଭିଯୋଗ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇ: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ (Man kills friend on suspicion of affair with wife) । ଏଭଳି ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ଜଲନା ଜିଲ୍ଲାରେ । ଆଜି ସକାଳ ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତରଫରୁ ସୂଚନା ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ରାଜେନ୍ଦ୍ର ଭୋରେ । ଅଭିଯୁକ୍ତ ସାଙ୍ଗକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ରାଜେନ୍ଦ୍ର ଭୋରେ ମର୍ଣ୍ଣି ଓ୍ବାକ କରିବା ପାଇଁ ଘର ବାହାରକୁ ଆସିଥିଲେ । ଏହି ସମୟରେ ତାଙ୍କ ବନ୍ଧୁ ପରାଜି ଦିଭାଟେ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଝାଡଖଣ୍ଡରେ ଲଜ୍ଜା, ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ୧୦ ଯୁବକଙ୍କ ଗଣଦୁଷ୍କର୍ମ

ଏନେଇ ପୋଲିସ ସୂଚନା ଦେଇ କହିଛି ଯେ, ହୋଲକା ନଗରରେ ଆଜି (ସୋମବାର) ସକାଳ ସମୟରେ ଏକ ହତ୍ୟାକାଣ୍ଡ ଘଟିଥିଲା, ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ଏନେଇ ଏକ ମାମଲା ରୁଜୁ ପରେ ପୋଲିସ ଅଭିଯୁକ୍ତ ପରାଜି ଦିଭାଟେଙ୍କୁ ଗିରଫ କରାଯାଇଥିଲା । ରାଜେନ୍ଦ୍ର ଭୋରେଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତ ଭିଜା ଡ୍ରେସକୁ ନେଇ ଏକ ସ୍ଥାନରେ ଲୁଚାଇ ଦେଇଥିଲା । ତଦନ୍ତ ପରେ ସେଗୁଡିକୁ ଜବତ କରାଯାଇଛି । ପରାଜିଙ୍କ ସ୍ତ୍ରୀଙ୍କ ସହ ରାଜେନ୍ଦ୍ରଙ୍କ କିଛି ସମ୍ପର୍କ ଥିବା ସନ୍ଦେହ କରି ଏପରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତରଫରୁ କୁହାଯାଇଛି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.