ETV Bharat / crime

କେନ୍ଦୁଝରରେ ଚାଞ୍ଚଲ୍ୟ, ବୈତରଣୀରେ ଭାସୁଛି ମୁଣ୍ଡ ବିହୀନ ମୃତଦେହ

author img

By

Published : Oct 16, 2021, 12:37 PM IST

କେନ୍ଦୁଝରରେ ଚାଞ୍ଚଲ୍ୟା, ବୈତରଣୀ ନଦୀରେ ଭାଷୁଛି ମୁଣ୍ଡ ବିହୀନ ମୃତଦେହ
କେନ୍ଦୁଝରରେ ଚାଞ୍ଚଲ୍ୟା, ବୈତରଣୀ ନଦୀରେ ଭାଷୁଛି ମୁଣ୍ଡ ବିହୀନ ମୃତଦେହ

ଆନନ୍ଦପୁର ଉପଖଣ୍ଡ ଅମାରଙ୍ଗ ବୈତରଣୀ ନଦୀରେ ଭାସୁଛି ମୁଣ୍ଡବିହୀନ ମୃତହେହ । ଅଧିକ ପଢନ୍ତୁ...

ଆନନ୍ଦପୁର: କେନ୍ଦୁଝରରେ ଚାଞ୍ଚଲ୍ୟ । ବୈତରଣୀ ନଦୀରେ ଭାସୁଛି ମୁଣ୍ଡବିହୀନ ମୃତଦେହ । ଆନନ୍ଦପୁର ଉପଖଣ୍ଡ ଅମାରଙ୍ଗ ବୈତରଣୀ ନଦୀରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତହେହ ଭାସୁଥିବା ଦଖିବାକୁ ମିଳିଛି । ତେବେ ନଦୀଘାଟର କିଛି ଦୂରରେ ମୃତଦେହ ଭାସୁଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକେ ଘଷିପୁରା ପୋଲିସକୁ ଖବର ଦେଇଥିଲେ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

କେନ୍ଦୁଝରରେ ଚାଞ୍ଚଲ୍ୟ, ବୈତରଣୀରେ ଭାସୁଛି ମୁଣ୍ଡ ବିହୀନ ମୃତଦେହ

ତେବେ ମୃତକ ଜଣଙ୍କ ମହିଳା ହୋଇଥିବା ବେଳେ ମୁଣ୍ଡନଥିବାରୁ ପରିଚୟ ମିଳିପାରିନାହିଁ । କେହି ହତ୍ୟା କରି ମହିଳାଙ୍କୁ ନଦୀରେ ଭସାଇ ଦେଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ମହିଳା ଜଣଙ୍କୁ ଏପରି ନୃଂଶସ ଭାବେ ହତ୍ୟା କରି ଅଧା ଶରୀରକୁ ଫୋପାଡି ଦେଇଚାଲିଗଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା କଣ ତାହା ସାମ୍ମାକୁ ଆସିବ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.