ETV Bharat / city

ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ଦାବି, ଅଭିନବ ଉପାୟରେ ସୁପ୍ରିମକୋର୍ଟ ଓକିଲଙ୍କ ପ୍ରତିବାଦ

author img

By

Published : Jan 13, 2021, 8:18 PM IST

supreme court lawyer protests in a unique way for displaced people due to hirakud dam
ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ଦାବି, ଅଭିନବ ଉପାୟରେ ସୁପ୍ରିମକୋର୍ଟ ଓକିଲଙ୍କ ପ୍ରତିବାଦ

ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ସମ୍ବଲପୁରରେ ସୁପ୍ରିମକୋର୍ଟ ଓକିଲଙ୍କ ଅଭିନବ ପ୍ରତିବାଦ। ଖୋଲା ଦେହରେ ହୀରାକୁଦ ଡ୍ୟାମ ଯୋଗୁଁ ହୋଇଥିବା ବିକାଶ ଓ ବିସ୍ଥାପିତ ଦୁଃଖର ସାଙ୍କେତିକ ଚିତ୍ର ଆଙ୍କିଲେ। ଅଧିକ ପଢ଼ନ୍ତୁ...

ସମ୍ବଲପୁର: ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ସମ୍ବଲପୁରରେ ସୁପ୍ରିମକୋର୍ଟ ଓକିଲଙ୍କ ଅଭିନବ ପ୍ରତିବାଦ। ସମ୍ବଲପୁର RDC କାର୍ଯ୍ୟାଳୟ ସମ୍ମୁଖରେ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଖୋଲା ଦେହରେ ହୀରାକୁଦ ଡ୍ୟାମ ଦ୍ବାରା ହୋଇଥିବା ବିକାଶ ଓ ବିସ୍ଥାପିତ ଦୁଃଖର ଚିତ୍ର ଆଙ୍କି ସାଙ୍କେତିକ ପ୍ରତିବାଦ କରିଛନ୍ତି। ହୀରାକୁଦ ଡ୍ୟାମ ତିଆରି ହେବାକୁ 64 ବର୍ଷ ବିତିଯାଇଛି। ହେଲେ ଏବେ ସୁଦ୍ଧା ନିଜର ସର୍ବସ୍ବ ହରାଇ ଥିବା ବିସ୍ଥାପିତଙ୍କୁ ସରକାର ଆଜି ପର୍ଯ୍ୟନ୍ତ ତାଙ୍କର ନ୍ୟାର୍ଯ୍ୟ ଦାବି ପୂରଣ କରାଯାଇ ନାହିଁ। ଏହାସହ ସେମାନଙ୍କ ଉପଯୁକ୍ତ ଥଇଥାନ ମଧ୍ୟ ହୋଇନାହିଁ।

ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ଦାବି, ଅଭିନବ ଉପାୟରେ ସୁପ୍ରିମକୋର୍ଟ ଓକିଲଙ୍କ ପ୍ରତିବାଦ

ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପ ଏକ ବିଶ୍ବ ସ୍ଥରୀୟ ପ୍ରକଳ୍ପ। ଏହା ଦ୍ବାରା ଜଳସେଚନ, ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ ହେଉଛି। ତେବେ ଏଥିପାଇଁ ଯେଉଁମାନେ ନିଜର ସର୍ବସ୍ବ ହରାଇଛନ୍ତି ସେହି ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ। ସରକାରୀ ଉଦାସୀନତା ଯୋଗୁଁ ଏହି ବିସ୍ଥାପିତମାନେ ଆଜି ପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି।

ଏହି ବିସ୍ଥାପିତଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତାଙ୍କର ନ୍ୟାର୍ଯ୍ୟ ଦାବି ଦେଇ ଥଇଥାନ କରିବାକୁ ଦାବି କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ସମ୍ବଲପୁର ଆରଡିସିଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏହି ଦାବି ନେଇ ପୂର୍ବରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ ହୋଇଛି। ହେଲେ କିଛି ସୁଫଳ ମିଳିପାରିନାହିଁ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.