ETV Bharat / city

ଖୋଲିଲା ହୀରାକୁଦ ଡ୍ୟାମ୍‌ର ସ୍ଲୁଇସ ଗେଟ୍, ୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

author img

By

Published : Sep 14, 2021, 7:21 PM IST

Updated : Sep 14, 2021, 7:31 PM IST

ଖୋଲିଲା ହୀରାକୁଦ ଡ୍ୟାମ୍‌ର ସ୍ଲୁଇସ ଗେଟ୍, ୨ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ଖୋଲିଲା ହୀରାକୁଦ ଡ୍ୟାମ୍‌ର ସ୍ଲୁଇସ ଗେଟ୍, ୨ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଆଉ ଏନେଇ ଉପର ମୁଣ୍ଡରେ ଜଳସ୍ତର ବଢିବାରେ ଲାଗିଛି । ଏନେଇ ୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପ୍ରଥମ ବନ୍ୟାଜଳ । ଅଧିକ ପଢନ୍ତୁ...

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ସ୍ଲୁଇସ ଗେଟ୍ । ଦୀର୍ଘଦିନ ହେବ ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦଥିବାବେଳେ ଆଜି (ମଙ୍ଗଳବାର) ଖୋଲିଛି ହୀରାକୁଦ ଡ୍ୟାମର ସ୍ଲୁଇସ ଗେଟ । ସନ୍ଧ୍ୟା 5ଟାରୁ 2ଟି ଗେଟ ଖୋଲିଥିବାବେଳେ ଆଗକୁ ପର୍ଯ୍ୟାୟ କ୍ରମରେ ମୋଟ ୪ଟି ଗେଟ ଖୋଲାଯାଇଛି ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ସ୍ଲୁଇସ ଗେଟ୍, ୨ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ଏଥିପାଇଁ ଅପରାହ୍ନ 3ଟାରୁ ଲଗାତାର ଭାବେ ସାଇରନ ବଜାଇଥିବାବେଳେ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ନଦୀଗର୍ଭକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ତେବେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630ଫୁଟ ହୋଇଥିବାବେଳେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର 626.54 ଫୁଟ ରହିଛି ।

ଆଉ ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 1,94,070 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ 2୧ଟି ଗେଟ ଯୋଗେ ଜଳ ନିଷ୍କାସନ ହେଉଥିବା ନେଇ ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated :Sep 14, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.