ETV Bharat / city

ମୋଦିଙ୍କ ଜନ୍ମଦିନକୁ ‘ବେରୋଜଗାର ଦିବସ’ ପାଳିଲା ସମ୍ବଲପୁର ଯୁବ କଂଗ୍ରେସ

author img

By

Published : Sep 17, 2021, 10:00 PM IST

ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ପାଳିଲା ସମ୍ବଲପୁର ଯୁବ କଂଗ୍ରେସ
ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ପାଳିଲା ସମ୍ବଲପୁର ଯୁବ କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଯୁବ କଂଗ୍ରେସ ଭିନ୍ନ ରୂପରେ ପାଳନ କରିଛି । ସମ୍ବଲପୁର ଯୁବ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗର ଦିବସ ଭାବେ ପାଳନ କରିଛି । ଅଧିକ ପଢ଼ନ୍ତୁ...

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଯୁବ କଂଗ୍ରେସ ଭିନ୍ନ ରୂପରେ ପାଳନ କରିଛି । ସମ୍ବଲପୁର ଯୁବ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗର ଦିବସ ଭାବେ ପାଳନ କରିଛି । ଏହାକୁ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଯୁବ କଂଗ୍ରେସ । 2014ରେ କେନ୍ଦ୍ରରେ ମୋଦି ସରକାର ଯୁବକମାନଙ୍କୁ ରୋଜଗାରର ସ୍ୱପ୍ନ ଦେଖାଇ ସରକାରକୁ ଆସିଥିଲେ ।

ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ପାଳିଲା ସମ୍ବଲପୁର ଯୁବ କଂଗ୍ରେସ

ତେବେ ଆଜି ପରିସ୍ଥିତି ଏଭଳି ପରିସ୍ଥିତି ହୋଇଛି ଯେ, ଓଲଟା ଲକ୍ଷଲକ୍ଷ ଯୁବକଯୁବତୀ ନିଜର ରୋଜଗାର ହରାଉଛନ୍ତି । ଲାଭଦାୟକ ସରକାରୀ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାର ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି । ଫଳରେ ଲକ୍ଷ ଲକ୍ଷ ଲୋକେ ରୋଜଗାର ହରାଉଛନ୍ତି ବୋଲି ଅଭିଯୋଗ କରିଛି ସମ୍ବଲପୁର ଯୁବ କଂଗ୍ରେସ ।

ଏହାକୁ ନେଇ ଜିଲ୍ଲା ଯୁବ କଂଗ୍ରେସର ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ବିରୋଧୀ ନାରାବାଜି କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.