ETV Bharat / city

କୃଷି ଆଇନକୁ ବିରୋଧ; 23ରେ ବରଗଡ଼ରେ ହେବ ବିଶାଳ ଚାଷୀ ଆନ୍ଦୋଳନ

author img

By

Published : Jan 18, 2021, 5:35 PM IST

କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ବରଗଡ଼ରେ ହେବ ବିଶାଳ ଚାଷୀ ଆନ୍ଦୋଳନ
କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ବରଗଡ଼ରେ ହେବ ବିଶାଳ ଚାଷୀ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ କୄଷି ଆଇନକୁ ବିରୋଧ କରି ଆସନ୍ତା ୨୩ ତାରିଖରେ ବରଗଡ ଠାରେ ଏକ ବିଶାଳ କୃଷି ସମାବେଶ ହେବ। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ନୂତନ କୄଷି ଆଇନକୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ବିରୋଧ କରିଛି। ଏହାସହ ଆସନ୍ତା ୨୩ ତାରିଖରେ ବରଗଡ ଠାରେ ଏକ ବିଶାଳ କୃଷି ସମାବେଶ ହେବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

କୃଷି ଆଇନକୁ ବିରୋଧ; 23ରେ ବରଗଡ଼ରେ ହେବ ବିଶାଳ ଚାଷୀ ଆନ୍ଦୋଳନ

ସମ୍ବଲପୁରରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ କୄଷକ ସଂଗଠନ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ଜାନୁଆରୀ 26 ତାରିଖରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଟ୍ରାକ୍ଟର ରାଲି ଆନ୍ଦୋଳନକୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ପୁରା ସମର୍ଥନ କରୁଛି ।

ଏହା ସହ କୄଷି ଆଇନ ବିରୋଧରେ ଆଗାମୀ ୨୩ ତାରିଖରେ ନେତାଜୀ ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଦିନ ବରଗଡ଼ ଗାନ୍ଧୀ ଛକ ଠାରେ ବିଶାଳ ରାଲି ସହ ସମାବେଶ କରାଯାଇ ବିରୋଧ ପ୍ରଦର୍ଶନ କରାଯିବ। ଏହି ଚାଷୀ ଆନ୍ଦୋଳନ ଏଥର ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଳି ଚାଷୀ ସଂଗଠନ ଚେତାବନୀ ଦେଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.