ETV Bharat / city

କନିକା ଇଞ୍ଜିନିୟର ଅପହରଣ ଘଟଣା, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର

author img

By

Published : Sep 3, 2021, 10:47 AM IST

କନିକା ଇଞ୍ଜିନିୟର ଅପହରଣ ଘଟଣା, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବା
କନିକା ଇଞ୍ଜିନିୟର ଅପହରଣ ଘଟଣା, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବା

ସୁନ୍ଦରଗଡ କନିକା ଇଞ୍ଜିନିୟର ଅପହରଣ ମାମଲା । ସୁନ୍ଦରଗଡ ଏସପିଙ୍କ ଆଗରେ ପୁଅକୁ ଫେରାଇ ଆଣିବାକୁ ପରିବାରର ନିବେଦନ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଜିଲ୍ଲା ହେମଗିର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ସୁନ୍ଦରଗଡ କନିକା ଇଞ୍ଜିନିୟର ଅପହରଣ ମାମଲା । ସୁନ୍ଦରଗଡ ଏସପିଙ୍କ ଆଗରେ ପୁଅକୁ ଫେରାଇ ଆଣିବାକୁ ପରିବାରର ନିବେଦନ ।

ଗତ 30 ତାରିଖରେ ଜଣେ ଇଞ୍ଜିନିୟରଙ୍କ ଅପହରଣ ନେଇ ତାଙ୍କ ବାପା ହେମଗିର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ଗତ 17 ତାରିଖରେ ଏହି ଘଟଣା ଘଟିଛି । ଅମିତ କୁମାର ସିଂ ନାମକ ଜଣେ 35 ବର୍ଷୀୟ ଇଞ୍ଜିନିୟରଙ୍କୁ କେହି ହେମଗିର ବ୍ଲକ କନିକା-ଦୁଲିଙ୍ଗା ଅଞ୍ଚଳରୁ ଅପହରଣ କରି ନେଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଗତ 17 ତାରିଖ ଦିନ ସେ ନିର୍ଦ୍ଦିଷ୍ଟ ସମୟରେ ଘରକୁ ନ ଫେରିବାରୁ ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା ହେଲେ କିଛି ଫଳ ମିଳି ନଥିଲା ।

କନିକା ଇଞ୍ଜିନିୟର ଅପହରଣ ଘଟଣା, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବା

ପରେ ୧୮ ତାରିଖ ଦିନ ହେମଗିର ଥାନାରେ ମିସିଙ୍ଗ ରିପୋର୍ଟ ଦେଇଥିଲେ । ସେବେ ଠାରୁ ତାଙ୍କର ପତ୍ତା ନ ମିଳିବା ଓ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀର କେହି ଜଣେ ହେଲେ ତାଙ୍କ ବାବଦରେ ସଠିକ ତଥ୍ୟ ପ୍ରଦାନ କରୁ ନଥିବାରୁ ନିଖୋଜ ଇଞ୍ଜିନିୟରଙ୍କ ବାପା ଅଜିତ ସିଂ ଗତ 30 ତାରିଖରେ ହେମଗିରି ଥାନାରେ ଅପହରଣ ମାମଲା ଦାୟର କରିଥିଲେ । ତାଙ୍କ ପୁଅଙ୍କୁ ଖୋଜି ବାହାର କରିବା ନେଇ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ନିଖୋଜ ଇଞ୍ଜିନୟରଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଫେରାଇ ଦେବା ପାଇଁ ନିବେଦନ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.