ETV Bharat / city

ଦଳି ଦେଲା ଦନ୍ତା

author img

By

Published : Aug 25, 2019, 9:35 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜରେ ହାତୀ ଆତଙ୍କ । ଝାଡଖଣ୍ଡୀ ହାତୀ ପସି ବ୍ୟାପକ କ୍ଷୟକ୍ଷତି କରିବା ସହ ଜଣକୁ ଦଳି ଦେଇଛି ।

ରାଉରକେଲା: ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜରେ ଦନ୍ତା ଆତଙ୍କ। ଗତ ଶନିବାର ଝାଡଖଣ୍ଡୀ ହାତୀ ପସି ବ୍ୟାପକ କ୍ଷତି ଘଟାଇବା ସହ ଜଣକୁ ଦଳି ଦେଇଛନ୍ତି । ଏଥିସହ ଦନ୍ତାର ଆକ୍ରମଣରେ 2 ଜଣ ଗୁରୁତର ହେବା ସହ ହୁଟୁପାନୀ, ହମିରପୁର ଓ କଟିଙ୍ଗିଡିହି ଅଞ୍ଚଳରେ 3ଟି ଘରକୁ ଭାଙ୍ଗି ଦେଇଛନ୍ତି ଦନ୍ତା ।

ହମିରପୁର ଅଞ୍ଚଳର ଶଙ୍କର ତାଣ୍ଡିଆକୁ ଦନ୍ତା ଦଳି ଦେଇଥିବା ତାଙ୍କୁ ତୁରନ୍ତ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ବର୍ତ୍ତମାନ ଦନ୍ତା ହାତୀଟି କଟିଙ୍ଗିଡିହି ନିକଟ ଜଙ୍ଗଲରେ ରହିଥିବା ସୂଚନା ରହିଛି । ବନ ବିଭାଗ ଗତକାଲି ସନ୍ଧ୍ୟାରୁ ହାତୀଟିକୁ ଟ୍ରାକିଂ କରୁଥିବା ବେଳେ ବର୍ତ୍ତମାନ ତାର ଗତିବିଧି ଉପରେ ନଜର ରଖାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଝାଡ଼ଖଣ୍ଡୀ ହାତୀ ର ସୁନ୍ଦରଗଡ଼ ଅଞ୍ଚଳରେ ଉତ୍ପାତ: ଆକ୍ରମଣ ରେ ଜଣେ ମୃତ ଦୁଇ ଗୁରୁତର
ରାଉରକେଲା-ଗତ କାଲି ସନ୍ଧ୍ୟା ରେ ଝାଡ଼ଖଣ୍ଡ ପଟୁ ଏକ ଦନ୍ତା ହାତୀ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ହୁଟୁପାନୀ, ହମିରପୁର ଏବଂ କଟିଙ୍ଗିଡ଼ିହି ଗାଁ ରେ ୩ ଟି ଘର ଭାଂଗିବା ସହ ହମିରପୁର ରେ ଦନ୍ତା ଆକ୍ରମଣ ରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି ।
Body:
ସ୍ବାମୀ ର ପେଟ ଫାଟି ଯାଇଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ହମିରପୁର ପରେ କଟିଂଗିଡ଼ିହି ରେ ମଧ୍ୟ ହାତୀ ଆକ୍ରମଣ ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ର ନା ଶଙ୍କର ତାଣ୍ଡିଆ (୪୦). ଝାଡ଼ଖଣ୍ଡ ପଟରୁ ଆସି ହାତୀ ଟି ଯେଉଁ ଯେଉଁ ଗାଁ ଦେଇ ଯାଇଛି ସେହି ସେହି ଗାଁ ରେ କ୍ଷୟକ୍ଷତି ଘଟାଇଛି ।Conclusion:
ବର୍ତ୍ତମାନ ଦନ୍ତା ହାତୀଟି କଟିଂଗିଡ଼ିହି ନିକଟ ଜଂଗଲ ରେ ରହିଥିବା ସୂଚନା ରହିଛି । ବନ ବିଭାଗ ଗତକାଲି ସନ୍ଧ୍ୟା ରୁ ହାତୀ ଟି କୁ ଟ୍ରାକିଂ କରୁଥିବା ବେଳେ ବର୍ତ୍ତମାନ ତାର ଗତିବିଧି ଉପରେ ନଜର ରଖାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.