ETV Bharat / city

ଦୂରାରୋଗ୍ୟରେ ପୀଡିତ ମହିଳାଙ୍କ କିରୋସିନ ଢାଳି ଆତ୍ମହତ୍ୟା

author img

By

Published : Dec 16, 2019, 9:31 PM IST

lady sucide
ମହିଳାଙ୍କ କିରୋସିନ ଢାଳି ଆତ୍ମହତ୍ୟା

ମହିଳା ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ରାଉରକେଲା ବିଶ୍ରା ଥାନା ଅଞ୍ଚଳ ରଗଡା ମୋହଲାରେ ଏହି ଖବର ଏବେ ଆଲୋଡନ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ରାଉରକେଲା: ଦୂରାରୋଗ୍ୟରେ ପୀଡିତ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । କୌଣସି ଏକ ଦୂରାରୋଗ୍ୟର ଚିକିତ୍ସା କରି ନପାରି ଜଣେ ମହିଳା ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଗଡା ମୋହଲାରେ ଏହି ଖବର ଏବେ ଆଲୋଡନ ସୃଷ୍ଟି କରିଛି ।

ମହିଳାଙ୍କ କିରୋସିନ ଢାଳି ଆତ୍ମହତ୍ୟା

ଆତ୍ମହତ୍ୟା କରିଥିବା ମହିଳା ଜଣକ ଦେଢ ବର୍ଷ ପୂର୍ବେ ବିବାହ କରିଥିବାବେଳେ ତା ନାମ ରୁହୀ ଖାତୁନ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟାରେ ରୁହି ନିଜ ଶାଶୁଘରେ କବାଟ ବନ୍ଦ କରି ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ଏ ବାବଦରେ ଉକ୍ତ ମହିଳାଙ୍କ ପିତା ମେହବୁବ ଆନସାରୀ ବିଶ୍ରା ଥାନାରେ ରିପୋର୍ଟ କରିଛନ୍ତି ।

କୌଣସି ଦୂରାରୋଗ୍ୟରେ ପୀଡିତ ଥିବାବେଳେ ସେ ସୁସ୍ଥ ହେବା ନେଇ ରୁହୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା । ଆଉ ଶେଷରେ ବଞ୍ଚିବାର ଆଶା ଛାଡି ଆତ୍ମହତ୍ୟା କରିବାର ପନ୍ଥା ଆପଣେଇ ନେଇଥିଲେ ରୁହୀ ।

ତେବେ କେଉଁ କାରଣରୁ ରୁହୀ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଛି । ଏହି ଅଘଟଣ ବେଳେ ରୁହୀଙ୍କ ସ୍ବାମୀ ଘରେ ନଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ଅର୍ଥ ଅଭାବ ରୁ କୌଣସି ଏକ ଦୁରାରୋଗ ର ଚିକିତ୍ସା ହୋଇପାରୁନଥିବାରୁ ଜଣେ ଦେଢ ବର୍ଷ ର ବିବାହିତା ମହିଳା ନିଜ ଦେହରେ କିରୋସିନ ଢାଳି ପୋଡିହୋଇ ଆତ୍ମହତ୍ୟା କରିଥିବା ଘଟଣା ରାଉରକେଲା ରେ ଆଲୋଡନ ସୃଷ୍ଟି କରିଛି ।ଘଟଣା ଘଟିଛି ବିଶ୍ରା ଥାନା ଅଂଚଳର
ଗଡାମୋହଲା ରେ ।

Body: ରବିବାର ସନ୍ଧ୍ୟାରେ ରୁହି ଖାତୁନ ନାମକ ଏହି ବିବାହିତା ମହିଳା ନିଜ ଶାଶୁ ଘରେ କବାଟ ବନ୍ଦ କରି ଦେହରେ କିରୋସିନ ଢାଳି ପୋଡିହୋଇ ମୃତ୍ୟୁ ବରଣ କରିଛନ୍ତି । ଏ ବାବଦରେ ଉକ୍ତ ମହିଳା ଙ୍କ ପିତା ମେହବୁବ ଆନସାରୀ ବିଶ୍ରା ଥାନାରେ ରିପୋର୍ଟ କରିଛନ୍ତି ।

Conclusion:କୌଣସି ରୋଗରେ ପୀଡିତ ଥିବାରୁ ରୁହି ଚିକିତ୍ସା ହୋଇ ପାରୁନଥିଲେ ଏବଂ ହତାଶ ହୋଇ ଆତ୍ମହତ୍ୟା କରିଥିବା ଥାନାରେ କହିଛନ୍ତି । ତେବେ କେଉଁ କାରଣରୁ ରୁହି ଆତ୍ମହତ୍ୟା କଲେ ତା ପୋଲିସ ତଦନ୍ତ କରୁଛି । ଏହି ଅଘଟଣ ବେଳେ ରୁହୀଙ୍କ ସ୍ୱାମୀ ଘରେ ନଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.