ETV Bharat / city

ଶ୍ରୀମନ୍ଦିରରେ ଆଜି ବିଜୟାଦଶମୀ, ମହାପ୍ରଭୁଙ୍କ ରାଜରାଜେଶ୍ବରୀ ବେଶ ଧାରଣ

author img

By

Published : Oct 26, 2020, 9:26 AM IST

Updated : Oct 26, 2020, 11:24 AM IST

ଆଜି ଶ୍ରୀମନ୍ଦିର ରେ ଦଶହରା ପର୍ବ , ମହାପ୍ରଭୁଙ୍କ ରାଜବେଶ
ଆଜି ଶ୍ରୀମନ୍ଦିର ରେ ଦଶହରା ପର୍ବ , ମହାପ୍ରଭୁଙ୍କ ରାଜବେଶ

ଶ୍ରୀମନ୍ଦିରରେ ଦଶହରା ପର୍ବ। ଅବକାଶ ନୀତି ପରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଆସନ୍ତାକାଲିଠୁ ରାଧା ଦାମୋଦର ବେଶ ଧାରଣ କରିବେ ଶ୍ରୀବିଗ୍ରହ,ବାଳଧୂପ ନୀତି ହେବ ଅନୁଷ୍ଠିତ। ଅଧିକ ଖବର ପଢନ୍ତୁ...

ପୁରୀ: ଆଜି ଶ୍ରୀମନ୍ଦିରରେ ଦଶହରା ପର୍ବ। ଏହି ଅବସର ସୁନାବେଶ ତଥା ରାଜରାଜେଶ୍ବରୀ ବେଶରେ ସୁଶୋଭିତ ହେବେ ମହାପ୍ରଭୁ। ଦିବ୍ୟ ଅୟୁଧଙ୍କୁ ପୂଜାର୍ଚ୍ଚନା କରାଯିବ। ଶ୍ରୀବିଗ୍ରହଙ୍କ ଅବକାଶ ନୀତି ଶେଷ ପରେ ତିନି ବଡରେ ଚନ୍ଦନ ଲାଗି ନୀତି ବଢିବ। ଏହା ପରେ ନୂଆ ଲୁଗା ଲାଗି ହୋଇ 32 ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ଆଜି ବିଜୟାଦଶମୀ, ମହାପ୍ରଭୁଙ୍କ ରାଜରାଜେଶ୍ବରୀ ବେଶ ଧାରଣ

ଶ୍ରୀ ମଦନ ମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ, ବିର ବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲବ ସ୍ଥିତ ମହାଖଳାକୁ ଯିବେ। ସେଠାରେ ଦଶହରା ନୀତି ଅନୁଷ୍ଠିତ ହେବ। ରଥରେ ଦୁର୍ଗା ମାଧବ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲବ ପରିସରରେ ବିଜେ ହେବେ।

ଆଜି ଶ୍ରୀମନ୍ଦିର ରେ ଦଶହରା ପର୍ବ, ମହାପ୍ରଭୁଙ୍କ ରାଜବେଶ
ଆଜି ଶ୍ରୀମନ୍ଦିର ରେ ଦଶହରା ପର୍ବ, ମହାପ୍ରଭୁଙ୍କ ରାଜବେଶ

ସେଠାରେ ଦଶହରା ନୀତି ହେବ। 27 ତାରିଖ ମଙ୍ଗଳବାର ଠାରୁ କାର୍ତ୍ତିକ ମାସ କାଳୀନ ଦେବ ବିଧି ଅନୁଷ୍ଠିତ ହେବ। ଏହାପରେ ଶ୍ରୀବିଗ୍ରହ ରାଧା ଦାମୋଦର ବେଶ ଧାରଣ କରିବେ। ପରେ ବାଳଧୂପ ନୀତି ଅନୁଷ୍ଠିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated :Oct 26, 2020, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.