ETV Bharat / city

ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ

author img

By

Published : May 24, 2021, 10:29 PM IST

ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ
ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ

ରଥ ନିର୍ମାଣ ଓ ସେବାୟତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଅତ୍ୟାଧୁନିକ ବ୍ୟବସ୍ଥା । କୋଭିଡ କେୟାର ସେଣ୍ଟର ବାତ୍ୟା ୟସକୁ ଦୃଷ୍ଟିରେ ରଖି ଭାବେ ଜାରି ରହିବ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ । ଅଧିକ ପଡନ୍ତୁ...

ପୁରୀ: ବାତ୍ୟା ୟସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ଓ ସେବାୟତଙ୍କ ପାଇଁ ହୋଇ ଥିବା କୋଭିଡ କେୟାର ସେଣ୍ଟରରେ ନାନାଦି ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସୂଚନାନୁଯାୟୀ ନୀଳାଚଳ ଭକ୍ତ ନିବାସରେ ସେବାୟତଙ୍କ ପାଇଁ ଥିବା କୋଭିଡ କେୟାର ସେଣ୍ଟରରେ ବାତ୍ୟାକୁ ଦୃଷ୍ଟିରେ ରଖାଯାଇ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି ।

ସେହିପରି ଅକ୍ସିଜେନ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ୍ ରଖିବା ନେଇ ବ୍ୟବସ୍ଥା କରାଯାଇଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । କେବଳ ପରମ୍ପରା ଅନୁଯାୟୀ ନୃସିଂହ ଚତୁର୍ଦ୍ଦଶୀ ଥିବାରୁ ଗଜ ଅନୁକୂଳ ନୀତି ଅନୁଷ୍ଠିତ ହେବ । ସେହିପରି ଶ୍ରୀମନ୍ଦିର ସୁରକ୍ଷା ପାଇଁ ଶ୍ରୀମନ୍ଦିରରେ ଲାଗିଥିବା ସ୍କା ଫୋଲଡିଂ ଖୋଲିବା ପାଇଁ ଏଏସଆଇକୁ ଅନୁରୋଧ କରାଯାଇଛି। ଏଏସଆଇ ପକ୍ଷରୁ ଥିବା ଏଲ୍ଇଡି ସ୍କ୍ରିନ, ଫ୍ୟାନ ସହ ଅନ୍ୟାନ୍ୟ ଜିନିଷ ଖୋଲିବା ପାଇଁ ଅନୁରୋଧ କରାଯାଇଛି । ହାଇମାସ୍କ ଲାଇଟ ଗୁଡିକୁ ତଳକୁ ଆଣି ରଖିବା ପାଇଁ ମଧ୍ୟ କୁହାଯାଇଛି । ସେହିପରି ବାତ୍ୟା ପରେ ଶ୍ରୀମନ୍ଦିର ରେ ସବୁ କିଛି ସ୍ୱାଭାବିକ କରିବା ପାଇଁ ସେସୁ , ପୌର ପାଳିକା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ତେବେ ବାତ୍ୟା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯଥା ରୀତି ଚାଲୁ ରହିବ ।

ସେହିପରି ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ଥିବା ଚାପ ଡଙ୍ଗା ଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.