ETV Bharat / city

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ନେଇ ବାଲୁକା କଳାରେ ବାର୍ତ୍ତା

author img

By

Published : Sep 19, 2020, 10:34 AM IST

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ନେଇ ବଲୁକା କଳାରେ ବାର୍ତ୍ତା
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ନେଇ ବଲୁକା କଳାରେ ବାର୍ତ୍ତା

ଲୋକମାନେ ସଠିକ ଭାବେ ମାସ୍କ ନ ପିନ୍ଧିବା, ହାତ ସାନିଟାଇଜ ନକରିବା, ସାମାଜିକ ଦୂରତା ନରଖିବା ଯୋଗୁଁ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏନେଇ ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ: ସାରା ଦେଶରେ ଏବେ ଅନଲକ ପ୍ରକ୍ରିୟା ଚାଲିଛି । ଜୀବନ ଜୀବିକା ସ୍ବାଭାବିକ ହେବା ପାଇଁ ଅନେକ କଟକଣା କୋହଳ ହୋଇ ସାରିଛି । କିନ୍ତୁ ଏହି ଅନଲକ ପର୍ଯ୍ୟାୟରେ ସାରା ଦେଶରେ କୋଭିଡ ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି । ମୁଖ୍ୟତ ଲୋକମାନେ ସଠିକ ଭାବେ ମାସ୍କ ନ ପିନ୍ଧିବା , ହାତ ସାନିଟାଇଜ ନକରିବା, ସାମାଜିକ ଦୂରତା ନରଖିବା ଯୋଗୁଁ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏନେଇ ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ନେଇ ବଲୁକା କଳାରେ ବାର୍ତ୍ତା

ତେବେ ଏହି ଅନଲକ ପ୍ରକ୍ରିୟାରେ ସମସ୍ତେ କୋଭିଡ ଗାଇଡଲାଇନ ମାନି ଚାଲିଲେ କୋଭିଡ ମହାମାରୀରୁ ଆମେ ନିଜେ ସୁରକ୍ଷିତ ରହିବା ସହ ସମାଜର ସୁରକ୍ଷା ମଧ୍ୟ କରି ପାରିବା ବୋଲି ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ। ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ମାଧ୍ୟମରେ ଲୋକଙ୍କୁ କୋଭିଡ ମହାମାରୀରୁ କିଭଳି ରକ୍ଷା ପାଇ ହେବ ସେ ନେଇ ସଚେତନ କରିଛନ୍ତି । ଦେଶର ପ୍ରତ୍ୟେକ ନାଗରିକ ଏ ନେଇ ସଚେତନ ହେବାକୁ ବାଲୁକା ଚିତ୍ର କଳାରେ ଆହ୍ବାନ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.