ETV Bharat / city

ଏମାର ମଠରୁ ଟ୍ରେଜେରୀକୁ ସ୍ଥାନାନ୍ତର ହେଲା ରୂପା ଇଟା

author img

By

Published : Apr 11, 2021, 10:38 AM IST

ଏମାର ମଠରୁ ଟ୍ରେଜେରୀ କୁ ସ୍ଥାନାନ୍ତର କରାଗଲା ରୂପା ଇଟା
ଏମାର ମଠରୁ ଟ୍ରେଜେରୀ କୁ ସ୍ଥାନାନ୍ତର କରାଗଲା ରୂପା ଇଟା

ଏମାର ମଠର ଗାତ ଭିତରୁ ଉଦ୍ଧାର ହୋଇଥିବା ଇଟାକୁ ଟ୍ରେଜେରୀକୁ ସ୍ଥାନାନ୍ତର କରାଯାଇଛି । 30 କେଜି ପାଖାପାଖି ଥିବା ଏହି ଇଟାକୁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଟ୍ରେଜେରୀକୁ ପଠାଯାଇଛି ।

ପୁରୀ: 45 ଖଣ୍ଡ ରୂପା ଇଟା ବାହାରିବା ପରେ ଏବେ ପୁଣି ଚର୍ଚ୍ଚାରେ ଏମର ମଠ । ସମ୍ପତ୍ତି ତାଲିକା ହିସାବ ସମୟରେ ମଠ ପରିସର ଏକ କୋଠରୀରୁ ଇଟା ଠାବ କରାଯାଇଛି । ଏହି ଇଟା ସବୁ ମାଟି ତଳେ ପୋତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ରୂପା ଇଟାର ଓଜନ 30 କେଜି ହେବ । ଏହି ସମ୍ପତ୍ତିକୁ ଦେବୋତ୍ତର ବିଭାଗ ଉଦ୍ଧାର କରି ଜିଲ୍ଲା ଟ୍ରେଜେରୀକୁ ନିଆଯାଇଛି । ସେଠାରେ ସମସ୍ତ ସମ୍ପତ୍ତିକୁ ସୁରକ୍ଷିତ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ।

ଏମାର ମଠରୁ ଟ୍ରେଜେରୀକୁ ସ୍ଥାନାନ୍ତର ହେଲା ରୂପା ଇଟା

2011 ମସିହାରେ ଏମାର ମଠରୁ 522 ଖଣ୍ଡ ରୂପା ଇଟା ବାହାରିଥିଲା । ଯାହା ପୋଲିସର ଅସ୍ତ୍ରାଗାରରେ ରଖାଯାଇଛି । ତେବେ 2010 ମସିହାରେ ଦେବୋତ୍ତର ବିଭାଗ ପକ୍ଷରୁ ଏହି 45 ଟି ରୂପା ଇଟା ସନ୍ଧାନ ପରେ ଏମାର ମଠ ମହନ୍ତଙ୍କ ହେପାଜତରେ ଥିଲା । ସେ ଏହାକୁ ସୁରକ୍ଷିତ ରଖିବାକୁ ମାଟି ତଳେ ପୋତି ଥିବା କହିଛନ୍ତି । ତେବେ ପ୍ରଥମେ ଏହାର ସନ୍ଧାନ ନେଇ ଏମାର ମଠ ମହନ୍ତ ସହଯୋଗ କରି ନ ଥିଲେ । ହେଲେ ପୋଲିସର ଉପସ୍ଥିତିରେ ଏହାର ବାହାର କରାଯାଇଛି ।

ରୂପା ଇଟା ଗୁଡିକୁ ଜରି ବ୍ୟାଗ ରଖାଯାଇ ଏକ ବାକ୍ସରେ ରଖାଯିବା ପରେ ଜିଲ୍ଲା ଟ୍ରେଜେରୀକୁ ନିଆଯାଇଛି । ଏମାର ମଠରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ମିଳୁ ଥିବାରୁ ଆହୁରି କିଛି ମୂଲ୍ୟବାନ ଜିନିଷ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ମଠ ପ୍ରତ୍ୟେକ ସ୍ଥାନ ଭଲରେ ସନ୍ଧାନର ଆବଶ୍ୟକ ଥିବା ମତ ପ୍ରକାଶ ପାଇଛି । ଶନିବାର ଏମାର ମଠ ମହନ୍ତଙ୍କ ଠାରୁ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଦାୟିତ୍ବ ନେବା ମଠ ସାମଗ୍ରୀ , ଅଳଙ୍କାର ଯାଞ୍ଚ ଆରମ୍ଭ ହୋଇଥିଲା । ରୂପା ତାରକଶିର କାରୁକାର୍ଯ୍ୟ ମଣ୍ଡିତ ଗଛ ଯାହାକି ଅଳଙ୍କାର ଭାବରେ ଝୁଲଣ ସମୟରେ ଠାକୁର ମାନଙ୍କୁ ସୁଶୋଭିତ କରିଥାଏ ତାହା ଦେଖିବାକୁ ମିଳିଥିଲା ।

ଏହି ମଠରୁ ଅନେକ ବର୍ଷ ପୁରାତନ ୧୬ ଟି ଲୁହାର ଖଣ୍ଡା ସହ ବ୍ରୋଞ୍ଜ ଗାଇ ସହ ଅନେକ ଅଳଙ୍କାର, ଆସବାବପତ୍ର ଉଦ୍ଧାର କରାଯାଇଛି । ଝୁଲଣ ସମୟରେ ଠାକୁରଙ୍କୁ ଭିନ୍ନ ସମୟରେ ପୂଜା କରାଯାଉଥିବା ସମୟରେ ଏହି ରୂପା ତାରକଶିରେ ଠାକୁର ମଣ୍ଡିତ ହୋଇଥାନ୍ତି । ସେହିପରି ଛୋଟ ବଡ ହୋଇ ତିନୋଟି ରୂପା ତାରକଶିର ଗଛ ସହ ଫୁଲ ଓ ରୂପାର ଢାଳ, ତସଲା ମଧ୍ୟ ଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.