ETV Bharat / city

ଛତିଶା ନିଯୋଗ ବୈଠକ ଆରମ୍ଭ

author img

By

Published : Oct 11, 2021, 12:46 PM IST

Updated : Oct 11, 2021, 1:52 PM IST

ଛତିସା ନିଯୋଗ ବୈଠକ ଆରମ୍ଭ
ଛତିସା ନିଯୋଗ ବୈଠକ ଆରମ୍ଭ

ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ପୁରୀ: ଶ୍ରୀମନ୍ଦିର ଛତିସା ନିଯୋଗର ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି , ଶ୍ରୀମନ୍ଦିର ଅର୍ଥ ସବକମିଟି, ନୀତି ସବକମିଟିର ସଦସ୍ଯମାନେ ଉପସ୍ଥିତ ରହିଛନ୍ତି ।

ଛତିସା ନିଯୋଗ ବୈଠକ ଆରମ୍ଭ

ଆସନ୍ତା ୧୫ ତାରିଖରେ ଦଶହରା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହିସନରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। କୋଭିଡ କଟକଣା ଯୋଗୁଁ ଏହି ଦିନ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେହିପରି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ। ୨୦୨୧-୨୨ ଆର୍ଥିକ ବର୍ଷର ଶ୍ରୀମନ୍ଦିର ସଂଶୋଧିତ ବଜେଟ ପ୍ରସ୍ତାବ ଗୁଡିକୁ ମଧ୍ୟ ଶ୍ରୀମନ୍ଦିର ଫାଇନାନ୍ସ ସବ କମିଟିରେ ଆଲୋଚନା ହେବ। ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ଆୟବ୍ଯୟ ଉପରେ ଆଲୋଚନା ଚାଲିଛି । ୧୯୦ କୋଟି ୨୬ଲକ୍ଷ ୫୩୦୬ ଟଙ୍କାର ବଜେଟ ଉପରେ ଆଲୋଚନା କରାଯାଉଛି ।

ଏହି ଅବସରରେ କାର୍ତିକ ମାସ ଦୈନିକ ନୀତିକାନ୍ତି ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆସନ୍ତା ମାସ ୮ ତାରିଖ ସୋମବାର ଦିନ ଅବକାଶ ପରେ ହରିହର ବେଶ ଅନୁଷ୍ଠିତ ହେବ । ୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ୧୬ ତାରିଖରେ ବାଙ୍କଚୁଡା ବେଶ ୧୭ରେ ଡାଳିକିଆ ବା ତିବିକ୍ରମ ବେଶ,୧୮ରେ ଲକ୍ଷ୍ମୀ ନୃସିଂହ ବେଶ ଓ ୧୯ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated :Oct 11, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.