ETV Bharat / city

ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ, ରବିବାର ଶ୍ରୀମନ୍ଦିର ବନ୍ଦ

author img

By

Published : Mar 24, 2021, 5:09 PM IST

କୋରୋନାର ଦ୍ବିତୀୟ ଲହରୀ ପାଇଁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା
କୋରୋନାର ଦ୍ବିତୀୟ ଲହରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା

କୋଭିଡ ସଂକ୍ରମଣ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କୋରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ପୁଣି ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଛତିଶା ନିଯୋଗ ବୈଠକରେ ଏନେଇ ଚୁଡ଼ାନ୍ତ ନିଷ୍ପତି ନିଆଯାଇ ଥିବାବେଳେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି । ଅଧିକ ପଢନ୍ତୁ...

ପୁରୀ: କୋଭିଡ ସଂକ୍ରମଣ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା । କୋରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ପୁଣି ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଛତିଶା ନିଯୋଗ ବୈଠକରେ ଏନେଇ ଚୁଡ଼ାନ୍ତ ନିଷ୍ପତି ନିଆଯାଇଥିବାବେଳେ ଅପେକ୍ଷା ରହିଛି ସରକାରଙ୍କ ନିର୍ଦ୍ଦେଶକୁ।

କୋରୋନାର ଦ୍ବିତୀୟ ଲହରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା

ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ପରେ ରବିବାର ଛୁଟିଦିନରେ ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ ହେଉଛି । ଆଉ ଏହି ଭିଡ଼ ଯୋଗୁ ପୁଣି କୋଭିଡ଼ ବ୍ୟାପିବାର ଆଶଙ୍କା ବଢ଼ିଯାଇଛି। ଦେଶର ଅନେକ ରାଜ୍ୟରେ କୋଭିଡ଼ ସଂକ୍ରମଣ ଏବେ ଶୀର୍ଷରେ ଥିବାବେଳେ ଉକ୍ତ ରାଜ୍ୟରୁ ବିନା ବାଧାରେ ହଜାର ହଜାର ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଛନ୍ତି।

ଆଉ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଛି। ଏହାକୁ ରୋକାନଗଲେ ଉଭୟ ଭକ୍ତ ଓ ସେବାୟତଙ୍କ ଜୀବନ ବିପଦ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏଣୁ ଭକ୍ତ ଓ ସେବାୟତଙ୍କ ସୁରକ୍ଷା ପାଇଁ ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ଭିତର ଓ ବାହାର ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ।

ତେବେ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ଉଭୟ ଭକ୍ତ ଓ ସେବାୟତ। କୋଭିଡ଼ ସଂକ୍ରମଣର ଦ୍ବିତୀୟ ଲହର ଆଶଙ୍କା ଥିବାବେଳେ ଏବେ ମଧ୍ୟ ଅନେକ ଅମାନିଆ କୋଭିଡ଼ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ, ସେବାୟତ ଏବଂ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମାନେ ନାଠିକରେ ମାସ୍କ ପରିଧାନ କରୁନଥିବା ବେଳେ ଅନେକ ମଧ୍ୟ ମାସ୍କ ପିନ୍ଧିବା ସମ୍ପୁର୍ଣ୍ଣ ଭୁଲିଯାଉଛନ୍ତି।

ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଛି। ସିଂହଦ୍ବାର ଥାନା ପୋଲିସ ପକ୍ଷରୁ ମୁହଁରେ ମାସ୍କ ପିନ୍ଧିନଥିବା ଅମାନିଆ ବ୍ୟକ୍ତିଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଠାରୁ ଫାଇନ ଆଦାୟ ମଧ୍ୟ କରାଯାଇଛି।

ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ଼ ଗାଇଡ଼ଲାଇନକୁ ମଧ୍ୟ ଭକ୍ତଙ୍କ ପାଇଁ କଡ଼ାକଡ଼ି କରାଯାଇଛି। ଏବେ ପୁଣି କୋରୋନା ଲେଉଟିବାର ସମ୍ଭାବନା ଦେଖାଦେଇଥିବା ବେଳେ ଭକ୍ତ ଓ ସେବାୟତମାନେ କୋଭିଡ଼ ଗାଇଡ଼ ଲାଇନକୁ କଡ଼ାକଡ଼ି ପାଳନ ନକଲେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.