ETV Bharat / city

ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ: କର୍ତ୍ତବ୍ୟରେ ଅବହେଳା ନେଇ ବନ୍ଦ କଲେ ଦରମା

author img

By

Published : Jun 27, 2022, 10:53 PM IST

ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ : କର୍ତ୍ତବ୍ୟରେ ଅବହେଳା ନେଇ ବନ୍ଦ କଲେ ଦରମା
ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ : କର୍ତ୍ତବ୍ୟରେ ଅବହେଳା ନେଇ ବନ୍ଦ କଲେ ଦରମା

ଆକ୍ସନ ମୋଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିବାକୁ ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ପୁରୀ : ପୁଣି ଚର୍ଚ୍ଚାରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଅଚାନକ ସ୍କୁଲ ପରିଦର୍ଶନ କରି କର୍ତ୍ତବ୍ୟରେ ଅବହେଳା ନେଇ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କଡା ଆଭିମୁଖ୍ୟ, ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବା, ବିଦ୍ୟାଳୟ ସମୟରେ କ୍ଲାସକୁ ନଯାଇ ଶିକ୍ଷକ ଶିକ୍ଷୟିତ୍ରୀ ଅଫିସ ରୁମରେ ଗପସପ କରିବା, ବିଦ୍ୟାଳୟ କାଗଜପତ୍ର ଯାଞ୍ଚରେ ଅନିୟମିତତା ନଜରକୁ ଆସିବା ଘଟଣାରେ ୮ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ ।

ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ : କର୍ତ୍ତବ୍ୟରେ ଅବହେଳା ନେଇ ବନ୍ଦ କଲେ ଦରମା

ଡିଇଓ ଓ ବିଇଓଙ୍କୁ ଫୋନ କରି ଆଠ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଦରମା ବନ୍ଦ କରିବା ପାଇଁ ଦେଲେ ନିର୍ଦ୍ଦେଶ । ଆଜି ଭୁବନେଶ୍ୱରରୁ ନିମାପଡା ଅଭିମୁଖେ ମନ୍ତ୍ରୀ ଯାତ୍ରା କରୁଥିବା ସମୟରେ ପିପିଲି ଟୋଲ ପ୍ଳାଜା ଠାରେ ଦୁଇ ଜଣ ଶିକ୍ଷୟିତ୍ରୀ ସ୍କୁଟିରେ 10ଟା 20 ମିନିଟରେ ଯିବା ଦେଖି ତାଙ୍କୁ କେଉଁ ବିଦ୍ୟାଳୟ ପଚାରିବା ସହିତ ବିଳମ୍ବର କାରଣ ବୁଝିଥିଲେ ।

ପରେ ଉକ୍ତ ବିଦ୍ୟାଳୟରେ ପହଁଚିବା ସମୟରେ ଜଗନ୍ନାଥ ୟୁପି ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢା ପରିବର୍ତ୍ତେ ଅଫିସ ରୁମରେ ଗପସପ କରିବା ଓ କ୍ଲାସ ଠିକ୍ ନକରିବା ଦେଖି ବିରକ୍ତ ହୋଇଥିଲେ ଗଣଶିକ୍ଷାମନ୍ତ୍ରୀ । ପରେ ବିଇଓଙ୍କୁ ଅବଗତ କରାଇବା ସହ କାର୍ଯ୍ୟରେ ଅବହେଳାକୁ ନେଇ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ବିଭିନ୍ନ ଜିଲ୍ଲା ବୁଲି ବିଭିନ୍ନ ସ୍କୁଲରେ ଚାଲିଥିବା ଶିକ୍ଷାଦାନ ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଯିଏ ବି ଡ୍ୟୁଟିରେ ଖିଲାପି କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.