ETV Bharat / city

PIPILI BYPOLL: ଜୁନିଅର ମହାରଥୀ ଜିତିଲେ ପିପିଲି ବାଜି

author img

By

Published : Oct 3, 2021, 6:26 PM IST

ଉପନିର୍ବାଚନ: ପିପିଲିଗଡ଼ର ନୂଆ ବସ୍‌ ହେଲେ ରୁଦ୍ର ମହାରଥୀ
ଉପନିର୍ବାଚନ: ପିପିଲିଗଡ଼ର ନୂଆ ବସ୍‌ ହେଲେ ରୁଦ୍ର ମହାରଥୀ

ପିପିଲି ଲଢ଼େଇରେ ବାଜିମାତ କଲେ ଦିବଙ୍ଗତ ହେବିୱେଟ୍‌ ନେତା ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୦୭ ଭୋଟ୍‌ ବ୍ୟବଧାନରେ ସେ ମାତ୍‌ ଦେଇଛନ୍ତି ।

ପିପିଲି: ପିପିଲି ଲଢ଼େଇରେ ବାଜିମାତ କଲେ ଦିବଙ୍ଗତ ହେବିୱେଟ୍‌ ନେତା ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୦୭ ଭୋଟ୍‌ ବ୍ୟବଧାନରେ ସେ ମାତ୍‌ ଦେଇଛନ୍ତି । ୨୫ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଲଗାତାର ପ୍ରଥମ ରାଉଣ୍ଡ ଭୋଟ ଗଣତିରୁ ହିଁ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଆଗୁଆ ରହିଥିଲେ ରୁଦ୍ର ମହାରଥୀ । ୯୨ ହଜାର ୮୧୦ ଖଣ୍ଡ ଭୋଟରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।

୨୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୨ ହଜାର ୩୨୧ ଖଣ୍ଡ ଭୋଟ ମିଳିଛି । ସେପଟେ ମାତ୍ର ୪୧୫୫ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ପିପିିଲି ଉପନିର୍ବାଚନରେ ବିଜେଡିକୁ ୫୩.୦୭ ପ୍ରତିଶତ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୪୧.୦୯ ପ୍ରତିଶତ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସକୁ କେବଳ ୨.୦୪ ପ୍ରତିଶତ ଭୋଟ ମିଳିଛି ।

ପୂର୍ବରୁ ୨୦ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ରୁଦ୍ର ମହାରଥୀ ବିଜୟ ହାସଲ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲା ବିଜେଡି । ତେବେ ଶେଷରେ ବିଜେଡି କର୍ମୀଙ୍କ ଆଶା ପୂରଣ ହୋଇଛି । ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ଏହାପରେ ବିଜେଡି କ୍ୟାମ୍ପରେ ଉତ୍ସାହର ମାହୋଲ ରହଛି ।

ଭୋଟ ଗଣତି କେନ୍ଦ୍ର ନିକଟରେ ବିଜେଡି କର୍ମୀମାନେ ସେଲିବ୍ରେସନ ଆରମ୍ଭ କରି ଦେଇଥିଲେ । ତେବେ ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା ପରେ ରୁଦ୍ରଙ୍କ ନିକଟକୁ ନେତାଙ୍କ ଶୁଭେଚ୍ଛା ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.