ETV Bharat / city

ଏଣିକି ରବିବାର ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

author img

By

Published : Mar 12, 2022, 9:42 PM IST

ଏଣିକି ରବିବାର ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି
ଏଣିକି ରବିବାର ଖୋଲିବ ଶ୍ରୀମନ୍ଦିର

ଶ୍ରୀମନ୍ଦିରରୁ ହଟିଲା ରବିବାରିଆ ଦର୍ଶନ କଟକଣା । ଏଣିକି ସବୁଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଛତିଶା ନିଯୋଗ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ଅଧିକ ପଢନ୍ତୁ

ପୁରୀ: କୋରୋନା ସଂକ୍ରମଣ ପାଇଁ ଶ୍ରୀମନ୍ଦିରରେ ଲାଗିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରାଯାଇଛି । ମାର୍ଚ୍ଚ ୨୦ ଠାରୁ ରବିବାର ମଧ୍ୟ ମନ୍ଦିର ଖୋଲିବା ସହ ସାଧାରଣ ଦର୍ଶନକୁ ଅନୁମତି ମିଳିବ । ଆଜି (ଶନିବାର) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଏଣିକି ରବିବାର ଖୋଲିବ ଶ୍ରୀମନ୍ଦିର

ସେହିପରି ବୈଠକରେ ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଓ ଦର୍ଶନ ଆଦିକୁ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଆଲୋଚନା ହୋଇଛି । ଭିଡ଼ କମାଇବା ଲାଗି ଦ୍ବାରଫିଟା ନୀତି ସଅଳ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.