ETV Bharat / city

ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

author img

By

Published : Aug 18, 2021, 6:59 PM IST

ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଜିଲ୍ଲାରେ ବିଜେଡି ଦଳ ପକ୍ଷରୁ କିଭଳି ଜନସାଧାରଣଙ୍କ ପାଇଁ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ତଦାରଖ ସହ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ନେଇ ଦଳ ପକ୍ଷରୁ ହୋଇଛି ବୈଠକ । ଅଧିକ ପଢନ୍ତୁ...

ପୁରୀ: କୋଣାର୍କ ଯାତ୍ରୀ ନିବାସ ପରିସରରେ ପୁରୀ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଜିଲ୍ଲା ବିଜେଡ଼ି ଦଳର ସଭାପତି ମହେଶ୍ବର ମହାନ୍ତି ।

ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଏଥିରେ ପୁରୀ ଜିଲ୍ଲାର ୬ ଗୋଟି ନିର୍ବାଚନ ମଣ୍ଡଳୀର ବିଧାୟକ ଓ ମନ୍ତ୍ରୀଙ୍କ ସମେତ ରାଜ୍ୟର କେତେକ ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ତେବେ ବିଜେଡି ଦଳ ତାର କାର୍ଯ୍ୟକ୍ରମ ମାନ କିଭଳି ତୃଣମୂଳ ସ୍ତରରୁ କରାଯିବ ସେ ସମ୍ବନ୍ଧରେ ବିସ୍ତୁତ ଭାବରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଛନ୍ତି ।

ସେପଟେ ଆଗକୁ ବିଜେଡି ଦଳ ପଞ୍ଚାୟତ ନିର୍ବାଚନକୁ ପ୍ରତିଦ୍ବନ୍ଦିତା କରିବାକୁ ଥିବାରୁ ଦଳ କିପରି ସାଧାରଣ ଲୋକଙ୍କ ନିକଟରେ ପହଁଞ୍ଚିବ ଏବଂ ନବୀନ ସରକାରଙ୍କ କାର୍ଯ୍ୟଧାରା ସହିତ ବିକାଶର ବାର୍ତ୍ତା ଦେବ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି ‌। ଅନ୍ୟ ପକ୍ଷରେ ସାଧାରଣ ଲୋକମାନେ ବିଜେଡି ଶାସନ ସମୟରେ ସମସ୍ତ ପ୍ରକାରର ବିକାଶ ମୂଳକ ଯୋଜନା ପାଉଥିବା ନେଇ ନିଶ୍ଚିତ ଭାବରେ ଦଳର ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବିପୁଳ ଭାବରେ ବିଜୟୀ କରାଇବେ ବୋଲି ଆମେ ଆଶାବାଦୀ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ତେବେ ଜିଲ୍ଲା କାର୍ଯ୍ୟକାରିଣୀ ପରିବର୍ଦ୍ଧିତ ବୈଠକରେ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଆମେ ଓ ଆମ ନେତା ନବୀନ ବାବୁ ସୁଖ ଦୁଃଖରେ ଜନସାଧାରଣଙ୍କ ସହ ରହିଥିବାରୁ ନିଶ୍ଚିତ ସାଧାରଣ ଲୋକେ ଆମ ମାନଙ୍କ ସହ ଅଛନ୍ତି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.