ETV Bharat / city

Cyclone Jawad; ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : Nov 30, 2021, 8:12 PM IST

Puri district administration
Puri district administration

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ

ପୁରୀ: ସମ୍ଭାବ୍ୟ ବାତ୍ୟା (possible Cyclone Jawad) ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ବଙ୍ଗୋପସାଗର (Bay of Bengal )ରେ ସୃଷ୍ଟ ଘୁର୍ଣ୍ଣି ବଳୟ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଦକ୍ଷିଣ ଥାଇଲାଣ୍ଡ ଓ ଏହାର ଆଖପାଖ ଅଂଚଳରେ କେନ୍ଦ୍ରିଭୂତ ହୋଇଛି ଲଘୁଚାପ । ଏହା ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବା ସାମୁଦ୍ରିକ ଝଡରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଂଚିବ ।

Cyclone Jawad; ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଆସନ୍ତା 3 ତାରିଖରୁ 5 ତାରିଖ ଯାଏଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହିତ ଅଧିକ ପବନ ମଧ୍ୟ ବହିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ। ଏଣୁ ଉପକୂଳବର୍ତ୍ତୀ ଜିଲାପାଳ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ମୁକବିଲା ନେଇ ପ୍ରସ୍ତୁତ ରହିବାକୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି ।

ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner ) ଙ୍କ ଚିଠି ପରେ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ ଥିବା ବେଳେ ଜରୁରୀକାଳୀନ ବିଭାଗକୁ ସତର୍କ କରାଯାଇଛି।

ବିଶେଷ କରି ବାତ୍ୟା ଆଶ୍ରୟ ସ୍ଥଳୀ (Cyclone Shelter Home) ଗୁଡିକୁ ପ୍ରସ୍ତୁତି କରାଯିବା ସହ ଆବଶ୍ୟକ ବ୍ୟବସ୍ଥା କରାଯାଉଛି । ଅଗ୍ନିଶମ , ବିଦ୍ୟୁତ , ପାନୀୟ ଜଳ , ଯୋଗାଣ ବିଭାଗ ସମେତ ଅନ୍ୟ ଜରୁରୀ କାଳୀନ ବିଭାଗକୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ପଦକ୍ଷେପ ନିଆଯାଉ ଥିବା ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.