ETV Bharat / city

କୋଭିଡ କଟକଣା ପାଳନ ସଂକ୍ରାନ୍ତରେ ବ୍ୟବସାୟୀଙ୍କ ସହ ଆଲୋଚନା

author img

By

Published : Jan 8, 2022, 7:40 PM IST

କୋଭିଡ କଟକଣା ପାଳନ ସଂକ୍ରାନ୍ତରେ ବ୍ୟବସାୟୀଙ୍କ ସହ ଆଲୋଚନା
କୋଭିଡ କଟକଣା ପାଳନ ସଂକ୍ରାନ୍ତରେ ବ୍ୟବସାୟୀଙ୍କ ସହ ଆଲୋଚନା

ପୁରୀରେ କୋରୋନା ପ୍ରକୋପ ପ୍ରଶମିତ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ବ୍ୟବସାୟୀଙ୍କ ସହ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ

ପୁରୀ: କୋଭିଡ କଟକଣା ପାଳନ ସଂକ୍ରାନ୍ତରେ ବ୍ୟବସାୟୀଙ୍କ ସହ ଆଲୋଚନା । ପୁରୀରେ କୋରୋନା ପ୍ରକୋପ ପ୍ରଶମିତ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ସହରର ସମସ୍ତ ସପିଂ ମଲ୍, ବ୍ୟବସାୟ ପ୍ରତିଷ୍ଠାନ ତଥା ମାର୍କେଟ କମ୍ପ୍ଲେକ୍ସ, ରାସ୍ତାକଡ ବ୍ୟବସାୟୀ, ଦୋକାନ ବଜାର, ପରିବା ମାର୍କେଟରେ କିଣାବିକାବେଳେ ଭିଡ ନିୟନ୍ତ୍ରଣ ଏବଂ ଗ୍ରାହକଙ୍କ ମଧ୍ୟରେ କୋଭିଡ କଟକଣା ପାଳନ ପାଇଁ ସଂପୃକ୍ତ ମାଲିକ, ବ୍ୟବସାୟୀ ଓ ସଂଘ ସହ ପୌରସଂସ୍ଥା ସହ ଆଲୋଚନା କରାଯାଇଛି । ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବାସ୍ଥ୍ୟ କାର୍ଯ୍ୟାଳୟ କାଉନସିଲ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାସ୍ତାକଡରେ ଥିବା ଦୋକାନରେ ଏକା ଥରକେ ୫ରୁ ଅଧିକ ଗ୍ରାହକ ଯେପରି ଭିଡ ନକରନ୍ତି ଏବଂ ସପିଂ ମଲରେ ଅଧିକ ଗ୍ରାହକଙ୍କୁ ଏକାସଙ୍ଗରେ ପ୍ରବେଶ ନକରିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ବଡଶଙ୍ଖସ୍ଥିତ ପରିବା ମାର୍କେଟରେ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା ନିମନ୍ତେ ଚିହ୍ନ ଦିଆଯିବ । ପ୍ରତିଟି କ୍ଷେତ୍ରରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଫୋର୍ସମେଣ୍ଟ ଅଧିକାରୀ ବୃନ୍ଦାବନ ପତି, ସ୍ବତନ୍ତ୍ର ଦାୟିତ୍ବ ଅଧିକାରୀ ସନ୍ତୋଷ ମହାନ୍ତି, ପରାମର୍ଶଦାତା ଜ୍ୟୋତିପ୍ରକାଶ, ବିଭିନ୍ନ ମାଲିକ, ବ୍ୟବସାୟୀ ଏବଂ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.