ETV Bharat / city

Puri BJP Yuva Morcha Protest: ଅଠରନଳା ରାସ୍ତାରୋକ କଲା ପୁରୀ ବିଜେପି ଯୁବମୋର୍ଚ୍ଚା

author img

By

Published : Nov 24, 2021, 10:37 PM IST

Puri BJP Yuva Morcha Protest: ଅଠରନଳା ରାସ୍ତାରୋକ କଲା ପୁରୀ ବିଜେପି ଯୁବମୋର୍ଚ୍ଚା
Puri BJP Yuva Morcha Protest: ଅଠରନଳା ରାସ୍ତାରୋକ କଲା ପୁରୀ ବିଜେପି ଯୁବମୋର୍ଚ୍ଚା

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ଜୟନ୍ତ ଦାସଙ୍କୁ ପୋଲିସ ଅଟକ ରଖିଛି । ଅଧିକ ପଢ଼ନ୍ତୁ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼(Egg Attack Cm Naveen Carcade) ଘଟଣାରେ ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ଜୟନ୍ତ ଦାସଙ୍କୁ ପୋଲିସ କର୍ମଚାରୀ ନିସ୍ତୁକ ମାଡ଼ ମାରି ଅଟକ ରଖିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପୁରୀ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି । ପ୍ରଥମେ କୁମ୍ଭାରପଡ଼ା ଥାନା ସମ୍ମୁଖରେ ଧାରଣା ଦେବାପରେ ବିଜେପିକର୍ମୀମାନେ ଅଠରନଳାରେ ଟାୟାର(Atharanala Road Block) ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ପୁରୀକୁ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା ।

Puri BJP Yuva Morcha Protest: ଅଠରନଳା ରାସ୍ତାରୋକ କଲା ପୁରୀ ବିଜେପି ଯୁବମୋର୍ଚ୍ଚା

ଏହା ବି ପଢ଼ନ୍ତୁ: Eggs Hurled CM Carcade: ନବୀନଙ୍କ ପୁରୀ ଗସ୍ତକୁ ବିରୋଧ, ଅଣ୍ଡା ମାଡ କଲେ ବିରୋଧି

ବିଜେପି କର୍ମୀଙ୍କ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମଟର ଅଟକି ରହିଥିଲା । ପୁରୀ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସଙ୍କୁ ପୋଲିସ ଛାଡ଼ିବା ସହ ତାଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ବିଜେପିକର୍ମୀଙ୍କ ଅଠରନଳା ରାସ୍ତା ଅବରୋଧ କରିଥିବାରୁ ସ୍ୱାଭାବିକ ପରିସ୍ଥିତି ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଥିଲା ।

ହେଲେ ବିଜେପି କର୍ମୀ ଓ ପୋଲିସ ପ୍ରଶାସନ ମଧ୍ୟରେ କୌଣସି ସଫଳ ଆଲୋଚନା ନିଷ୍କର୍ଷ ବାହାରି ପାରିନଥିଲା । ତେବେ ପରେ ବିଜେପି ପକ୍ଷରୁ ରାସ୍ତାରୋକ ହଟିବା ପରେ ପୁରୀକୁ ଯାତାୟତ ସ୍ୱାଭାବିକ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.