ETV Bharat / city

କଟକଣା ହଟାଇଲା ପ୍ରଶାସନ: ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାର

author img

By

Published : Jan 27, 2022, 10:30 PM IST

ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଅଣ କୋଭିଡରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନେଇ ଜାରି କଟକଣା ଘଟଣା । ଏହାକୁ ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

କଟକଣା ହଟାଇଲା ପ୍ରଶାସନ : ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାର
କଟକଣା ହଟାଇଲା ପ୍ରଶାସନ : ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାର

ପୁରୀ : ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଅଣ କୋଭିଡରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଟେଇ ଦିଆଯାଇଛି । ଜିଲ୍ଲାରେ କୋଭିଡ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ପୁରୀ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ ନିୟମାବଳୀ ଅନୁପାଳନ ପୂର୍ବକ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରିବା ନେଇ ନିର୍ଦ୍ଦେଶ ରହିଛି ।

କଟକଣା ହଟାଇଲା ପ୍ରଶାସନ : ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାର
କଟକଣା ହଟାଇଲା ପ୍ରଶାସନ : ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାର

ଏହାବି ପଢନ୍ତୁ : Cold Wave In Odisha: କାଲିଠୁ ବଢିବ ଶୀତ, ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ସୂଚନାଯୋଗ୍ୟ ଯେ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍ୱର୍ଗଦ୍ୱାରରେ ପୁରୀ ବ୍ୟତୀତ ବାହାର ଜିଲ୍ଲାର ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ । ଗତ ୭ ତାରିଖରେ କଟକଣା ଲାଗୁ କରାଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.