ETV Bharat / city

ୟୁଟ୍ୟୁବରେ ପାଠ ପଢିବେ +2 ପ୍ରଥମ-ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ

author img

By

Published : Aug 18, 2021, 4:47 PM IST

Updated : Aug 18, 2021, 5:06 PM IST

+2 Student study on Youtube
ୟୁଟ୍ୟୁବରେ ପାଠ ପଢିବେ +2 ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ

ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଅନଲାଇନ ତଥା ୟୁ ଟ୍ୟୁବରେ କରିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପୁରୀ : ସାମାଜିକ ଗଣମାଧ୍ୟମ ଟୁଲ ୟୁ ଟ୍ୟୁବରେ ପାଠ ପଢିବେ +2 ଛାତ୍ରଛାତ୍ରୀ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଅନଲାଇନ ତଥା ୟୁ ଟ୍ୟୁବରେ କରିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ୟୁଟ୍ୟୁବରେ ପାଠ ପଢିବେ +2 ପ୍ରଥମ-ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ

ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ଅନଲାନରେ ପଢିବେ ପାଠ । ବହୁଳ ଭାବରେ ବ୍ୟବହୃତ ହେଉଥିବା ସାମାଜିକ ଗଣମାଧ୍ୟମ ୟୁଟ୍ୟୁବରେ ଅନଲାଇନ ପାଠ ପଢାଇବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବାବେଳେ 70 ପ୍ରତିଶତ ପିଲା ସ୍କୁଲ ଆସୁଛନ୍ତି। ତେବେ କିଛି ପିଲା ରହି ଯାଉଥିବା ହେତୁ ସେମାନଙ୍କ ପଢ଼ା ପାଇଁ ୟୁଟ୍ୟୁବରେ ଶିକ୍ଷକମାନେ ପଢାଇବେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା କ୍ୟାରିଅରକୁ ଦୃଷ୍ଟିରେ ରଖାଯାଇ ଏହି ନିଷ୍ପତ୍ତି ହୋଇଛି ।

ସେହିପରି ଏକାଦଶ ଶ୍ରେଣୀ ପଢ଼ା ପାଇଁ ଖୋଲି ନ ଥିବା ବେଳେ ଏ ନେଇ ବିଚାର ବିମର୍ଶ ଚାଲିଛି । ସବୁ କିଛି ସଠିକ ସମୟରେ ନିଷ୍ପତ୍ତି ହେବ। ତେବେ କୋଭିଡ ସ୍ଥିତିକୁ ଦେଖି ଯେଉଁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ ସେମାନେ ତାଙ୍କ ବାପା ମାଙ୍କ ଅନୁମତି ଦେବା ପରେ ସ୍କୁଲକୁ ଆସିବେ। ଯେଉଁ ପିଲା ମାନଙ୍କୁ ସ୍କୁଲ ଆସିବାକୁ ବାପା ମା ରାଜି ହେଉନାହାନ୍ତି ସେହି ପିଲା ଶିକ୍ଷା ଦାନ ପାଇଁ ୟୁଟ୍ୟୁବ କ୍ଲାସ ଖୁବ ଶୀଘ୍ର କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Aug 18, 2021, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.