ETV Bharat / city

Pipili bypoll: ୨୮ରେ ପିପିଲି ପହଞ୍ଚିବେ ପୋଲିଂ ପାର୍ଟି, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Sep 26, 2021, 3:56 PM IST

Updated : Sep 26, 2021, 4:19 PM IST

Pipili bypoll: ପୋଲିଂ ପାର୍ଟିଙ୍କ ପାଇଁ ସମସ୍ତ ପ୍ରସ୍ତୁତି ଶେଷ
Pipili bypoll: ପୋଲିଂ ପାର୍ଟିଙ୍କ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ବୈଠକ । ୨୮ ରେ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଂ ପାର୍ଟି । ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ...

ପୁରୀ: ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ପାଇଁ ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ପେଣ୍ଠକଟା ସ୍ଥିତ ଓ୍ବେର ହାଉସରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପୋଲିଂ ପାର୍ଟିଙ୍କ ସୁବିଧା ପାଇଁ ୧୦ଟି କାଉଣ୍ଟରର ବ୍ୟବସ୍ଥା ରହିଛି ।

ଏହାସହ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଏ ସମଗ୍ର ନିର୍ବାଚନୀ ପ୍ରକ୍ରିୟାରେ କୋଭିଡ କଟକଣାକୁ କଡାକଡି ଅନୁପାଳନକୁ ପ୍ରାଥମିକତା ଦିଆଯାଉଛି । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କରାଯାଇଛି ।

ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁବାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ସୁମନ୍ତ କର, ଆସିଷ୍ଟାଣ୍ତ କମାଣ୍ତାଟ ଜିତେନ୍ଦ୍ର କୁମାର ଦେହୁରୀ, ତହସିଲଦାର ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Sep 26, 2021, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.